ବିନା ବିଜୁଳି 16 ଘଣ୍ଟା ବିତେଇଲେ କାଶୀନଗର ଅଞ୍ଚଳ ବାସୀ/ ସାଧାରଣରେ ତୀବ୍ର ଅସନ୍ତୋଷ 

IMG-20241028-WA0010
Share

 

 

କାଶୀନଗର (ଅନନ୍ତ ଆପଟ )

ତା 28/10/24

କାଶୀନଗର ବ୍ଲକ ତଥା ଏନ ଏ ସି ମଧ୍ୟରେ ଦୀର୍ଘ 16 ଘଣ୍ଟା ବିଦ୍ୟୁତ ସୋରବରାହା ବନ୍ଦ ରହି ଥିବା ରୁ କାଶୀନଗର ଜନସାଧାରଣ ଆସନ୍ତୁଷ୍ଟ ହୋଇ ରାତ୍ରି ସମୟରେ ଇଲେକ୍ଟ୍ରି ଅଫିସ ଘେରାଉ କରିଥିବା ସୂଚନା ହସ୍ତଗତ ହୋଇଛି. ଯେ ହେତୁ ରବିବାର ଛୁଟି ଦିନ ହୋଇ ଥିବାରୁ ସମସ୍ତେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ରହୁଥିବା ବେଳେ ହଠାତ ମଧ୍ୟାହ୍ନ 12 ଘଣ୍ଟା ସମୟରେ ବିଦ୍ୟୁତ ସରବାରହା ବନ୍ଦ ହୋଇଯାଇଥିଲା. ସମସ୍ତେ ଆସିଯିବ ପରା ବୋଲି ଭାବି ସନ୍ଧ୍ୟା ସମୟ ଯାଏଁ ଅପକ୍ଷା କଲେ କୁନ୍ତୁ ଆସିଲା ନାହିଁ. ବିଦ୍ୟୁତ ନ ଥିବାରୁ କାଶୀନଗର ଠାରେ ଅସହ୍ୟ ଗୁଳୁ ଗୁଳି ରେ ଲୋକେ ହନ୍ତସନ୍ତ ହୋଇ ରାତ୍ର ପ୍ରାୟ 9ଘଣ୍ଟା ସମୟରେ ପ୍ରାୟ ଷାଠିଏ ସତୁରି ଲୋକ ଏକ ଜୁଟ ହୋଇ ବିଦ୍ୟୁତ କାର୍ଯ୍ୟାଳୟ ଯାଇ ହଟା ପାଟି କରି ବିଭାଗୀୟ ଅଧୁକାରୀ ମାନଙ୍କୁ କାହିଁକ ଏତେ ସମୟ ବିଦ୍ୟୁତ ଯାଇଛି ବୋଲି ପ୍ରଶ୍ନ କରିଥିଲେ. ଏହି ରାତ୍ର ସମୟରେ ବିଭାଗୀୟ ଅଧିକାରୀ ମାନେ ଗ୍ରୀଡ଼ ରୁ କଟିଛି ବୋଲି କହିଥିଲେ. କିଛି ଲୋକ ଇଲେକ୍ଟ୍ରିକଲ ଏସ.ଡି.ଓ ଏଠାରେ ରହୁ ନ ଥିବା ମଧ୍ୟ ଅଭିଯୋଗ କରି ଥିଲେ. 16 ଘଣ୍ଟା ବିଦ୍ୟୁତ ନ ଥିବା ରୁ କାଶୀନଗର ଅଞ୍ଚଳର ବୁଢା ବୁଢ଼ୀ, ଛୋଟ ଶିଶୁ, ଗର୍ଭବତୀ ମହିଳା ଓ ମେଡିକାଲ ମଧ୍ୟରେ ଥୁବା ରୋଗୀ ମାନେ ଗରମ ଓ ଗୂଳ ଗୁଳିରେ ହନ୍ତସନ୍ତ ହୋଇଥିଲେ.