June 26, 2026

ଉମରକୋଟ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ରେ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ………….

IMG-20241020-WA0038
Share

 

ଉମରକୋଟ :- (ଏମ୍.ଦିନା°ଶୁ ଆଚାରୀ) ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଉମରକୋଟ ଠାରେ ଅନୁଷ୍ଠାନର ଚତୁର୍ଥ ସମାବର୍ତ୍ତନ ଉତ୍ସବ ୨୦୨୪ ଅନୁଷ୍ଠିତ ହୋଯାଇଅଛି। ଏହି ଉତ୍ସବ ରେ ମୂଖ୍ୟ ଅତିଥି ଭାବେ ପେଣ୍ଡରାଣୀ ଡିଗ୍ରୀ କଲେଜ ର ପ୍ରାଧ୍ୟାପକ ଡଃ ଶେଷାନନ୍ଦ ମିଶ୍ର ଯୋଗ ଦେଇଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ସଞ୍ଜୟ କୁମାର ଠାକୁର ସଭାପତି ଭାବେ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ଟ୍ରେନିଂ ଅଫିସର୍ ଶ୍ରୀଯୁକ୍ତ ପ୍ରଦୀପ କୁମାର ବର୍ମନ ଏବଂ ସୁଶାନ୍ତ କୁମାର ଡାକୁଆ ସମ୍ମାନନୀୟ ଅତିଥି ଭାବେ ମଞ୍ଚାଷିନ ଥିଲେ। ବରିଷ୍ଠ ପ୍ରଶିକ୍ଷକ ଶ୍ରୀ ସୌରଭ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ବୁଝାଇଥିଲେ। ଅଧ୍ୟକ୍ଷ ମହାଦୟ ସମାବର୍ତ୍ତନ ଉତ୍ସବରେ ଲକ୍ଷ ଏବଂ ଆଗାମୀ ଭବିଷ୍ୟତ କିଭଳି ହେବା ଦରକାର ତା ବିଷୟରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ମହାଶୟ ସମସ୍ତଙ୍କୁ ସାର୍ଟିଫିକେଟ ଏବଂ ଉପହାର ପ୍ରଦାନ କରି ଆଗାମୀ ଭବିଷ୍ୟତ ଶୁଭକାମନା କରିଥିଲେ। ଶେଷରେ ଶ୍ରୀଯୁକ୍ତ ପ୍ରଦୀପ କୁମାର ବର୍ମନ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବହୁତ ସଂଖ୍ୟାରେ ପାସ୍ ଆଉଟ୍ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପାସ୍ ଆଉଟ୍ ଛାତ୍ରଛାତ୍ରୀ ମାନେ ସହିତ ଅନୁଷ୍ଠାନର ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର୍ ଶ୍ରୀଯୁକ୍ତ ଶିଂରାଇ ମୁର୍ମୁ, ଶ୍ରୀଯୁକ୍ତ ପ୍ରଦୋଷ କୁମାର ମହାପାତ୍ର, ଶ୍ରୀମତୀ ସଂଯୁକ୍ତା କୁମାରୀ ଡାକୁଆ, ଶ୍ରୀମତୀ ଦିପ୍ତିମୟି ସିଂହାରୀ, କୁମାରୀ ଭୁବନେଶ୍ଵରୀ ନାୟକ ଶ୍ରୀଯୁକ୍ତ ତନମୟ ଦାସ୍, ଏବଂ ଶ୍ରୀଯୁକ୍ତ ବାଲାଜୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

You may have missed