April 27, 2026

ଉମରକୋଟ ଅନ୍ତର୍ଗତ ବୁର୍ଜା ପଞ୍ଚାୟତ ରେ ପାଣିରେ ବୁଡ଼ି ନାବାଳକ ମୃତ……….

IMG-20241020-WA0040
Share

 

 

ଉମରକୋଟ:-(ଏମ୍ ଦିନା°ଶୁ ଆଚାରୀ) ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଜଣେ ନାବାଳକର ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅଧୀନରେ । ମୃତ ନାବାଳକ ଜଣକ ହେଲେ ଉମରକୋଟ ବ୍ଲକ ବୁର୍ଜା ପଞ୍ଚାୟତ ପ୍ରକାଶ ହରିଜନ (14)। ମିଳିଥିବା ସୂଚନା ଅନୁସାରେ ପ୍ରକାଶ ଦିନ ଏଗାରଟା ସମୟରେ ନିଜ ସାଙ୍ଗ ମାନଙ୍କ ସହ ଗ୍ରାମ ଠାରୁ ତିନି କିଲୋମିଟର ଦୂରରେ ଥିବା ଏକ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ଅସାବଧାନତା ଯୋଗୁଁ ପ୍ରକାଶ ଙ୍କ ଗୋଡ ଖସିଯିବାରୁ ଗଭୀର ପାଣି ଭିତରକୁ ଚାଲିଯାଇ ଥିଲେ। ସାଙ୍ଗରେ ଯାଇଥିବା ଅନ୍ୟ ଦୁଇଜଣ ଆସି ପରିବାର ଲୋକଙ୍କୁ ଖବର ଦେଇଥିଲେ। ଏନେଇ ପରିବାର ଲୋକଙ୍କ ପକ୍ଷରୁ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି ପୋଲିସ ଓ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଦୁଇ ‌ଘଣ୍ଟା ଅକ୍ଲାନ୍ତ ପରିଶ୍ରମ ପରେ ଦମକଳ ବାହୀନି ପ୍ରକାଶ ର ମୃତ ଶରିରକୁ ଉଦ୍ଧାର କରିଥିଲେ। ପୋଲିସ ଶବ ଜବତ କରିବା ସହ ବ୍ୟବଛେଦ ପାଇଁ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି। ‌ତଦନ୍ତ ଭାର ଏସଆଇ ଅକ୍ଷୟ ମିଶ୍ର ସମ୍ଭାଳିଛନ୍ତି।