June 27, 2026

ହିଲ ଟପ ସ୍ନାତକ ମହାବିଦ୍ୟାଳୟ ରେ ଜାତୀୟ ପାଠଚକ୍ର ..

IMG-20260626-WA0033
Share

 

ମୋହନା–ସ୍ଥାନୀୟ ହିଲ ଟପ ସ୍ନାତକ ମହାବିଦ୍ୟାଳୟ ରେ ଓଡିଶା ସାହିତ୍ୟ ଏକାଡେମୀ ଏବଂ ସ୍ଥାନୀୟ ମହାବିଦ୍ୟାଳୟ ର ମିଳିତ ଆନୁକୂଲ୍ୟରେ ୧୯୮୦ ପରବର୍ତ୍ତୀ ଓଡ଼ିଆ ଗଳ୍ପ ଓ ଉପନ୍ୟାସ ଶୀର୍ଷକ ଏକ ଜାତୀୟ ପାଠଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ପାଠଚକ୍ର ରେ ସ୍ଥାନୀୟ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶୁଭ୍ରକାନ୍ତ ମହାନ୍ତି ଙ୍କ ପୌରହିତରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବିଶିଷ୍ଟ କଥାକାର ଗୌରହରି ଦାସ ମୁଖ୍ୟ ଅତିଥି, ଗାଳ୍ପିକ ଅରବିନ୍ଦ ରାୟ ମୁଖ୍ୟବକ୍ତା ଏବଂ

ଆନ୍ଧ୍ରପ୍ରଦେଶ ସୀତମପେଟା ମହାବିଦ୍ୟାଳୟ ର ଅଧ୍ୟକ୍ଷ ତଥା କବି ଡ଼. ସୁଶାନ୍ତ ଜେନା ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିବା ବେଳେ ଅଧ୍ୟାପକ ଅଶୋକ ପଣ୍ଡା ପ୍ରବନ୍ଧ ଉପସ୍ଥାପନ କରିଥିଲେ। ପ୍ରାରମ୍ଭରେ ଉଚ୍ଚଶିକ୍ଷା ବିଭାଗ ଆଞ୍ଚଳିକ ନିର୍ଦ୍ଧେଶକ ନାରାୟଣ ବେହେରା ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ଏହି ପାଠଚକ୍ର ରେ ଗଞ୍ଜାମ,ଗଜପତି ଓ କନ୍ଧମାଳ ଜିଲ୍ଲା ର ବିଭିନ୍ନ ମହାବିଦ୍ୟାଳୟ ର ଅଧ୍ୟାପକ ଓ ଗବେଷକ ମାନେ ଯୋଗ ଦେଇଥିବା ବେଳେ ଶତାଧିକ ଛାତ୍ର ଛାତ୍ରୀ ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।