ଠାକୁରାଣୀ ମନ୍ଦିର ଉଦଘାଟନ କଲେ ବିଧାୟକ

ଗୋଷାଣୀ – ଗୋଷାଣୀ ବ୍ଲକ ର ରଣଦେବୀ ଗ୍ରାମ ନିକଟରେ ମାଁ ଠାକୁରାଣୀ ଙ୍କ ମନ୍ଦିର ର ଉଦଘାଟନ କଲେ ବିଧାୟକ ରୂପେଶ କୁମାର ପାଣିଗ୍ରାହୀ l ଏଥିରେ ବିଧାୟକ ଙ୍କୁ ସ୍ୱାଗତ ସହ ସମ୍ବର୍ଦ୍ଧନା ଜ୍ଞାପନ କରାଗଲା ଏହା ପରେ ବିଧାୟକ ମନ୍ଦିର ପ୍ରାଙ୍ଗଣରେ ଠାକୁରାଣୀ ଙ୍କ ପୂଜାରେ ସାମିଲ ହୋଇ ଆଶୀର୍ବାଦ ଗ୍ରହଣ କଲେ l ଏହି ମନ୍ଦିର କାର୍ଯ୍ୟ ଦୀର୍ଘ ଦିନ ହେବ କାର୍ଯ୍ୟ ଚାଲିଥିଲା, ଏହି ମନ୍ଦିର ଚଳିତ ମାସ ରେ ସମ୍ପୂର୍ଣ ହୋଇଥିଲା ଓ ଆଜି ପ୍ରତିଷ୍ଠା ହୋଇଥିଲା ।ଏହି ଠାକୁରାଣୀ ଙ୍କ ପୂଜା ଓ ପ୍ରତିଷ୍ଠା କାର୍ଯ୍ୟକ୍ରମ ରେ ବିଧାୟକ ସମେତ ଆରଏମସି ସଭାପତି ଗଜପତି ରାଓ ସହ ହଜାର ହଜାର ସ୍ଥାନୀୟ ଗ୍ରାମ ର ଶ୍ରଦ୍ଧାଳୁ ଯୋଗଦେଇ ଆଶୀର୍ବାଦ ଗ୍ରହଣ କରିଥିଲେ l
