ଅନ୍ତେବାଶିଙ୍କୁ ଙ୍କୁ ପ୍ରଧାନ ସେବୀକାଙ୍କ ଦୁର୍ବ୍ୟବାହାର ଘଟଣା।।।। ଉପଖଣ୍ଡ ମଙ୍ଗଳ ଅଧିକାରୀଙ୍କ ତଦନ୍ତ ଆରମ୍ଭ…
ଗୁଣପୁର(ସୁରେନ୍ଦ୍ର ମହାନ୍ତି )ଅନ୍ତେବାଶିଙ୍କୁ ଜାତିଆନ ଆକ୍ଷେପ କରି ଉପଯୁକ୍ତ ଖାଦ୍ୟ ପ୍ରଦାନ କରାଯାଉଥିବା ଅଭିଯୋଗ ହେବାସହ ଗତ କାଲିଠାରୁ ପଗଡ଼ବିଲି ଆଶ୍ରମ ନିଦ୍ୟାଳୟରେ ଦେଖା ଦେଇଥିବା ସମସ୍ୟା ନେଇ ଆଜି ଉପଖଣ୍ଡ ମଙ୍ଗଳ ଅଧିକାରୀ ସୁରଜ ନାୟକ ତଦନ୍ତ ଆରମ୍ଭ କରିଛନ୍ତି। ଆଜି ଶ୍ରୀ ନାୟକ ଅନୁଷ୍ଠାନର ଅନ୍ତେବାଶି ଛାତ୍ରୀଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝି ଥିଲେ। ଛାତ୍ରୀ ମାନେ ସେନଙ୍କୁ ପ୍ରଧାନ ସେବୀକା ତରଙ୍କ ମୟୀ ମିଶ୍ରଙ୍କ ଦୁର୍ବ୍ୟବହାର ରେ ଅତିଷ୍ଠ ହୋଇ ପଡୁଥିବା ନେଇ ସିଧାସଳଖ ଅଭିଯୋଗ କରିଥିଲେ। ସଠିକ ଭାବେ ଖାଦ୍ୟ ପ୍ରଦାନ କରାଯାଉ ନଥିବା ବେଳେ ଛାତ୍ରୀଙ୍କ ସ୍ୱାସ୍ତ୍ୟ ସମସ୍ୟା ଦେଖା ଦେଲେ ସେଥି ପ୍ରତି ଆଦୌ ଦୃଷ୍ଟି ଦେଉ ନାହାନ୍ତି । ଏପରିକି ମେଡ଼ିକାଲ ନେବା ପରିବର୍ତ୍ତେ ଅଭିଭାକଙ୍କୁ ଡକାଇ ଘରକୁ ପଠାଇ ଦେଉଛନ୍ତି ବୋଲି ଛାତ୍ରୀ ମାନେ ଅଭିଯୋଗ କରିଛନ୍ତି। ସରକାର ଅନ୍ତେବାଶିଙ୍କୁ ପ୍ରଦାନ କରାଯାଉଥିବା ଟଙ୍କା ପ୍ରଧାନ ସେବୀକା ତରଙ୍ଗ ମୟୀ ମିଶ୍ର ଏବଂ କିରାଣୀ ମଳୟ କୁମାର ମଲ୍ଲିଫୁଲ ଆତ୍ମସାତ କରୁଥିବା ନେଇ ଛାତ୍ରୀ ମାନେ ସିଧାସଳଖ ଅଭିଯୋଗ କରିଛନ୍ତି। ନିଶାସକ୍ତ ଅବସ୍ଥାରେ କିରାଣୀ ମଳୟ ମିଶ୍ର ଅନୁଷ୍ଠାନକୁ ଆସି ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ରହୁ ଥିବା ଯୋଗୁଁ ଯେଉଁ ମନ୍ଦ ଉଦେଶ୍ୟ ନେଇ ରହି ଆସୁଛନ୍ତି ତାହାର ତଦନ୍ତ କରାଯିବା କୁ ଉଭୟେ ଛାତ୍ରୀ ଏବଂ ଅଭିଭାବକ ଉପଖଣ୍ଡ ମଙ୍ଗଳ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଛାତ୍ରୀ ମାନଙ୍କୁ ଜାତିଆଣ ଆକ୍ଷେପ କରି ଦୁର୍ବ୍ୟବହାର କରୁଥିବା ପ୍ରଧାନ ସେବୀକା ଙ୍କ ମନ ମୁଖି କାର୍ଯ୍ୟ କଳାପ କୁ ଛାତ୍ରୀ ମାନେ ଅତିଷ୍ଠ ହୋଇ ପଡୁଥିବା ନେଇ ଅଭିଯୋଗ ହୋଇଛି। ଏନେଇ ତୁରନ୍ତ ଜିଲ୍ଲାପାଳ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ସାକ୍ଷାତ କରି ଅଭିଯୋଗ କରିବେ ବୋଲି ଅଭିଭାବକ ବୃନ୍ଦ କହିଛନ୍ତି। ଦେଢ଼ ବର୍ଷ ଧରି ଏଭଳି ଅବ୍ୟବସ୍ଥା ଦେଖାଦେଉ ଥିବାବେକେ କୌଣସି ଅଭିଯୋଗ କଲେ ଟିସି ଦେଇ ବାହାର କରିଦେବାକୁ ପ୍ରଧାନ ସେବୀକା ଧମକ ଦେଉଥିବା ଛାତ୍ରୀ ମାନେ ତଦନ୍ତ କରି ଅଧିକାରୀଙ୍କୁ ଅବଗତ କରିଛନ୍ତି। ନିୟମିତ ସଠିକ ଖାଦ୍ୟ ପ୍ରଦାନ କରାଯାଉ ନାହିଁ। ଉଭୟେ ପ୍ରଧାନ ସେବୀକା ଏବଂ କିରାଣୀ ଅନ୍ତେବାଷିଙ୍କ ନିମନ୍ତେ ସରକାର ପ୍ରଦାନ କରୁଥିବା ଅର୍ଥ ଆତ୍ମସାତ କରୁଛନ୍ତି ବୋଲି ଅଭିଯୋଗ ହୋଇଛି।ତମାମ ସମସ୍ୟା ଗୁଡିକ ଅଭିଯୋଗ ହେବାପରେ ମଧ୍ୟ ପ୍ରଧାନ ସେବୀକା ତରଙ୍ଗ ମୟୀ ମିଶ୍ର ଏବଂ କିରାଣୀ ମଳୟ କୁମାର ମଲ୍ଲିଫୁଲ ଙ୍କୁ ଏଠାରୁ ନ ହଟାଇବା ପର୍ଯ୍ୟନ୍ତ ହଷ୍ଟେଲ ରେ ଛାତ୍ରୀ ରହିବେ ନାହିଁ ବୋଲି ଉଭୟେ ଅଭିଭାବକ ଏବଂ ଛାତ୍ରୀ ମାନେ ନିଜ ପ୍ରତିକ୍ରିୟା ରଖିଛନ୍ତି। ସମସ୍ତ ବିଷୟ ଅବଗତ ହେବାପରେ ଉପଖଣ୍ଡ ମଙ୍ଗଳ ଅଧିକାରୀ ଶ୍ରୀ ନାୟକ ଜିଲ୍ଲା ପ୍ରଶାସନକୁ ଅବଗତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। ସୂଚନା ଯୋଗ୍ୟଯେ ପ୍ରଧାନ ସେବୀକା ତରଙ୍ଗ ମୟୀ ମିଶ୍ର ଦେଢ଼ ବର୍ଷ ଧରି ଏଠାରେ ପ୍ରଧାନ ସେବୀକା ଭାବେ ଦାୟିତ୍ୱ ନେବା ପର ଠାରୁ ଅନ୍ତେବାଷିଙ୍କ ନିମନ୍ତେ ସରକାର ପ୍ରଦାନ କରୁଥିବା ଅର୍ଥ ଆତ୍ମସାତ କରୁଥିବା ନେଇ ବହୁବାର ଅଭିଯୋଗ ହୋଇ ଆସୁଥିଲା। ଗତ କାଲି ଅନ୍ତେବାଶି ଛାତ୍ରୀ ମାନେ ତୁରନ୍ତ ପ୍ରଧାନ ସେବୀକା ଙ୍କ ମନ ମୁଖୀ କାର୍ଯ୍ୟ କୁ ବିରୋଧ କରି ହୋଟେଲ ରୁ ବାହାରି ନାରାବାଜି ଦେଇ ଥିଲେ। ମୋଟ ୩ ଶହ ଛାତ୍ରୀ ହଷ୍ଟେଲ ରେ ରହୁ ଥିବାବେଳେ ପ୍ରଧାନ ସେବୀକା ନ ହଟିବା ଯାଏ ଏଠାରେ ପାଠ ପଡ଼ିବାକୁ ଯିବେନି ବୋଲି ଅଭିଭାକ ବୃନ୍ଦ କହିଛନ୍ତି।ଆଜି ମାତ୍ର ୧୦ ଜଣ ଛାତ୍ରୀ ସ୍କୁଲ ରେ ଥିବାବେଳେ କିରାଣୀ ମଳୟ କୁମାର ମଲ୍ଲିଫୁଲ ଏବଂ ପ୍ରଧାନ ସେବୀକା ତରଙ୍ଗ ମୟୀ ମିଶ୍ର ନ ହଟିବା ଯାଏଁ ହଷ୍ଟେଲ ରେ ରହି ପାଠ ପଢିବେ ନାହିଁ ବୋଲି ଛାତ୍ରୀ ମାନେ ଅଡ଼ି ବସିଛନ୍ତି।