April 27, 2026

ଗଣଶିକ୍ଷା ମନ୍ତ୍ରୀଙ୍କ ଉମରକୋଟ ଖୁଟୁଗୁଡା ଗ୍ରାମ ଗସ୍ତ, ଗ୍ରାମ ବାସୀ ଙ୍କ ବିଭିନ୍ନ ସମସ୍ୟାକୁ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ………

IMG-20241019-WA0025
Share

 

 

ଉମରକୋଟ :-(ଏମ୍.ଦିନା°ଶୁ ଆଚାରୀ) ଗଣଶିକ୍ଷା ମନ୍ତ୍ରୀ ନିତ୍ୟ। ନନ୍ଦ ଗଣ୍ଡ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବଡ କୁମାରୀ ଗ୍ରାମ ପଞ୍ଚାୟତ ଅଧୀନରେ ଆସୁଥିବା ବଙ୍ଗୀୟ ଗ୍ରାମ ୟୁଭି 8 ଖୁଟୁଗୁଡା ଗ୍ରାମ ଗସ୍ତରେ ଯାଇଥିଲେ । ଗ୍ରାମବାସୀ ମନ୍ତ୍ରୀ ନିତ୍ୟ।ନନ୍ଦ ଗଣ୍ଡ ଙ୍କୁ ଗ୍ରାମବାସୀ ଅସୁବିଧାର ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାକୁ ଲିଖିତ ଭାବେ ଜଣାଇ ଥିଲେ। ବିଶେଷ କରି ଗାଁ ରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଯାଏଁ କ୍ଲାସ ଅଛି କିନ୍ତୁ ଶିକ୍ଷକ ଅଭାବ ଯୋଗୁ ଶିକ୍ଷାଦାନ ଠିକ୍ ଭାବେ ହେଉ ନାହିଁ ତୁରନ୍ତ ୨ ଜଣ ଶିକ୍ଷକ ଙ୍କୁ ନିଯୁକ୍ତି ପ୍ରଦାନ କରିବା ଓ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ, ଦାଡ଼ିଗୁଡା ଗ୍ରାମରୁ ଖୁଟୁଗୁଡା ଗ୍ରାମ ଯାଏଁ ପିଚୁ ରାସ୍ତା ନିର୍ମାଣ, ଉମରକୋଟ ର ଭାତ ହାଣ୍ଡି କୁହାଯାଉ ଥିବା ଭାସ୍କେଲ ଡେମ ର ଉନ୍ନତି କରଣ ଓ ଜଳ ସେଚନ ବ୍ୟବସ୍ଥା, ଅଣ ଜଳସେଚିତ ଜମି ଚିହ୍ନଟ କରି ତୁରନ୍ତ ଜଳ କର ଛ।ଡ କରିବା, କେନାଲରେ କଂକ୍ରିଟ ଲାଇନିଂ କରିବା,ଡେମର ଜଳ ଧ।ରଣ କ୍ଷମତା କୁ ବୃଦ୍ଧି କରିବା ପାଇଁ ଉଚିତ୍ ପଦକ୍ଷେପ ନେବା, ଡେମର ପରିସୀମା କୁ ମପା ଯାଇ ଡେମର ଜବର ଦଖଲ ହେଇଥିବା ଜମିର ଉଦ୍ଧାର କରିବା ନେଇ ଦାବୀ ପତ୍ରରେ ଦର୍ଶାଇଛନ୍ତି ଗ୍ରାମ ବାସୀ। ମନ୍ତ୍ରୀ ନିତ୍ୟ।ନନ୍ଦ ଗଣ୍ଡ ତୁରନ୍ତ ସମସ୍ତ ସମସ୍ୟ।ର ସମାଧାନ ପାଇଁ ଉଚିତ୍ ପଦକ୍ଷେପ ନେବି ବୋଲି ଦୃଢ ପ୍ରତିଶ୍ରୁତି ଦେଇଥିଲେ। ଏହି ଦାବୀ ପତ୍ର ପ୍ରଦାନ ସମୟ ରେ ଗ୍ରାମର ସନ୍ତୋଷ ସୁତ୍ର ଧର, ଅଭିଷେକ ସରକାର, ସୌରଭ ମଣ୍ଡଳ, ତାପସ ମଣ୍ଡଳ, ଗଣେଶ ରାୟଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ।