ଗୁଣୁପୁର- ୪ ସ୍ଥାନରେ ମା ଗଜଲକ୍ଷ୍ମୀ ଙ୍କ ପୂଜା : ଉତ୍ସବ ମୁଖର ଗୁଣୁପୁର
ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ଧରାବତରଣ କରିଛନ୍ତି ଧନ, ସୌଭାଗ୍ୟ ପ୍ରଦାୟିନୀ ମା ଗଜଲକ୍ଷ୍ମୀ । ଆଶ୍ୱିନ ପୂର୍ଣ୍ଣିମା ଠାରୁ ମା ଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା କାର୍ଯ୍ୟ ଆରମ୍ଭ ହୋଇଛି । କେଉଁଠି ସାତ ଦିନ ତ କେଉଁଠି ନବ ଦିନ ଧରି ମା ଙ୍କ ପୂଜା କାର୍ଯ୍ୟ ସମ୍ପାଦନ ହେଉଛି । ଚଳିତ ବର୍ଷ ଗୁଣୁପୁର ଅଞ୍ଚଳରେ ମରାଠୀଗୁଡା, ବାବୁଲି ନଗର, ଷ୍ଟେସନ ବଜାର ଓ ଲିମାମେଡା ଗ୍ରାମ ରେ ମା ଗଜଲକ୍ଷ୍ମୀ ଙ୍କ ପୂଜା ଅନୁଷ୍ଠିତ ହେଉଛି । ମରାଠୀଗୁଡା ଓ ବାବୁଲି ନଗର ରେ ପୂଜା ମଣ୍ଡପ ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପ୍ରତିଦିନ ସନ୍ଧ୍ୟାରେ ରଖାଯାଇଛି । ସେହିଭଳି ଲିମାମେଡା ଠାରେ ଶାସ୍ତ୍ରୀୟ ରୀତିନୀତି ଅନୁଯାୟୀ ସମ୍ପୂର୍ଣ୍ଣ ନୀତିକାନ୍ତି କୁ ଅଧିକ ଗୁରୁତ୍ୱ ଦିଆଯାଇ ପୂଜାକାର୍ଯ୍ୟ ସମ୍ପାଦନ କରାଯାଉଛି । ଏଠାରେ ବେଦାନ୍ତ ଆଶ୍ରୟ ର ଆଚାର୍ଯ୍ୟ ନଳିନୀ ମହାରାଜ ଙ୍କ ନେତୃତ୍ୱରେ ପୂଜାର୍ଚ୍ଚନା କରାଯାଉଛି । ପ୍ରତିଦିନ ସନ୍ଧ୍ୟାରେ ନାମ ସଂକୀର୍ତ୍ତନ, ପ୍ରବଚନ କାର୍ଯ୍ୟକ୍ରମ ରଖାଯାଇଛି । କର୍ତ୍ତା ଭାବେ ଅକ୍ଷୟ ରଞ୍ଜନ ମହାନ୍ତି ରହିଥିବା ବେଳେ ପୂଜା କମିଟି ସଭାପତି ରମେଶ ରଥ, ଉପ ସଭାପତି ମୃତ୍ୟୁଞ୍ଜୟ ପଣ୍ଡିତ, ସମ୍ପାଦକ ଅଜିତ୍ ମହାନ୍ତି, ସହ ସମ୍ପାଦକ ସନ୍ତୋଷ କୁମାର ଦାଶ,ହରେକୃଷ୍ଣ ପଣ୍ଡିତ, ନରସିଂହ ପାଢ଼ୀ, କୃଷ୍ଣଚନ୍ଦ୍ର ବେବର୍ତ୍ତା, ରାମଚନ୍ଦ୍ର ବେବର୍ତ୍ତା, କାହ୍ନୁ ଚରଣ ପରିଡା, ସନ୍ତୋଷ ପଣ୍ଡା, ଶ୍ରୀଧର ପଣ୍ଡା, ସର୍ବେଶ୍ୱର ରାଓ,ଗୌରଚନ୍ଦ୍ର ସେନାପତି, ବାବୁଲା ଦଳପତି,ସୁଶାନ୍ତ ଗୌଡ଼ ପ୍ରମୁଖ ଉପସ୍ଥିତ ରହି ପୂଜା କାର୍ଯ୍ୟ ପରିଚାଳନା କରୁଛନ୍ତି ।