June 6, 2026

ସ୍ୱାଧୀନତା ସଂଗ୍ରାମୀ ବାଞ୍ଛାନିଧି ପଟ୍ଟନାୟକଙ୍କ 124 ତମ ଜନ୍ମ ଜୟନ୍ତୀ

IMG-20241019-WA0010
Share

 

 

ବେଲଗୁଣ୍ଠା,19/10, ଗୋବରା ଗାନ୍ଧୀ ଭାବେ ପରିଚିତ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବାଞ୍ଛାନିଧି ପଟ୍ଟନାୟକଙ୍କ 124 ତମ ଜନ୍ମ ଜୟନ୍ତୀ ଗୋବରା ବିଶ୍ୱଭାରତୀ ଆବାସିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନ ଅଧ୍ୟକ୍ଷ କୁଞ୍ଜବିହାରୀ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ଉପସଭାପତି ମନ୍ମଥ କୁମାର ଶତପଥି ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତ ରୂପେ ପ୍ରାକ୍ତନ ଅଧ୍ୟକ୍ଷା ଡ.ଉଷା ପାଢ଼ୀ ଯୋଗଦେଇଥିଲେ I ସେହିପରି ସମ୍ମାନିତ ଅତିଥି ରୂପେ ପ୍ରାକ୍ତନ କଲେଜ୍ ଅଧ୍ୟକ୍ଷ କୃତ୍ତିବାସ ବିଶ୍ବାଳ,ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହୃଷୀକେଶ ବିଶ୍ୱାଳ,ପ୍ରାକ୍ତନ ଅଧ୍ୟକ୍ଷ ସନ୍ତୋଷ ବିଶ୍ୱାଳ,ଶିକ୍ଷାବିତ୍ ଲିଙ୍ଗରାଜ୍ ଜେନା,ଅବସରପ୍ରାପ୍ତ ଟେଲିକମ ଅଧିକାରୀ ଗୌରୀଶଙ୍କର ମିଶ୍ର,ସ୍ଵର୍ଗତ ବାଞ୍ଚାନିଧି ପଟ୍ଟନାୟକଙ୍କ ନାତି ସୁଜିତ୍ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ରହି ସ୍ଵର୍ଗତ ପଟ୍ଟନାୟକଙ୍କ ସ୍ୱାଧୀନତା ସଂଗ୍ରାମ ଏବଂ ସମାଜସେବା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ I ବାଞ୍ଛାନିଧି ପଟ୍ଟନାୟକ ସ୍ମୃତି କମିଟି ସମ୍ପାଦକ ଗୋପାଳ ଚନ୍ଦ୍ର ପଟ୍ଟନାୟକ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଗୋବରା ସମିତିସଭ୍ୟ ବିଭୂପାଦ ଜେନା ଅତିଥି ସ୍ୱାଗତ କରିଥିଲେ I ଅଧ୍ୟାପିକା ସ୍ନିଗ୍ଧାରାଣୀ ଗୌଡ଼ ଏବଂ ସାଥୀ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ I ଏହି ଅବସରରେ ଚଳିତ ବର୍ଷ ପାଇଁ ବରିଷ୍ଠ ନାଟ୍ୟକାର କାହ୍ନୁ ଚରଣ ଷଡ଼ଙ୍ଗୀଙ୍କୁ ବାଞ୍ଛାନିଧି ପଟ୍ଟନାୟକ ସମ୍ମାନ ଏବଂ ଡ଼.ଉଷା ପାଢ଼ୀଙ୍କୁ କୁନ୍ଦଲତା ସମ୍ମାନରେ ସମ୍ମାନିତ କରାଯାଇଥିଲା I ଉଭୟଙ୍କୁ ନଗଦ 5000 ଟଙ୍କା ସହିତ ମାନପତ୍ର ପ୍ରଦାନ କରାଯାଇଥିଲା I କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟକ୍ଷା ମାମା ପରିଡ଼ା,ଶିକ୍ଷାବିତ୍ ରାମକୃଷ୍ଣ ପାତ୍ର ପ୍ରମୁଖ ଉପସ୍ଥିତ ଥିବାବେଳେ ବିଶ୍ୱଭାରତୀର ସମସ୍ତ ଶିକ୍ଷକ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ଅଧ୍ୟାପକ ମହେଶ୍ଵର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ I

 

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ

You may have missed