ମାଡା ଯୋଜନା ଅନ୍ତର୍ଭୁକ୍ତ ପ୍ରକଳ୍ପ ଗୁଡିକୁ ଅନୁଦାନ ଦାବୀ

IMG-20260501-WA0015
Share

 

 

କାଶୀନଗର-()-

ମାଡା ଯୋଜନା ହେଉଛି ସଂଶୋଧିତ କ୍ଷେତ୍ର ବିକାଶ ପଦ୍ଧତି। ଏହା ଏକ ସରକାରୀ ପଦକ୍ଷେପ (ଯୋଜନା/ଆଭିମୁଖ୍ୟ) ଯାହା ନିର୍ଦ୍ଦିଷ୍ଟ, ଚିହ୍ନଟ ହୋଇଥିବା ବ୍ଲକ ମଧ୍ୟରେ ଥିବା ପଂଚାୟତ ବାସୀ ମାନଙ୍କ ଅର୍ଥନୈତିକ ବିକାଶ ଉପରେ କେନ୍ଦ୍ରିତ କରି ଆଦିବାସୀ ସମ୍ପ୍ରଦାୟର ଅଧିବାସୀ ମାନଙ୍କ ଦ୍ରୁତ ଆର୍ଥିକ ବିକାଶ ଏବଂ ସାମାଜିକ ଉନ୍ନତି ଆଣି ମାଡା ଯୋଜନା ଆଦିବାସୀ ଅଞ୍ଚଳଗୁଡ଼ିର ଭିତ୍ତିଭୂମିର ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଜୀବିକା ସହାୟତା ଯୋଗାଇବା ଉପରେ ଧ୍ୟାନ ଦେବା ନିମନ୍ତେ ଅନ୍ତର୍ଭୁକ୍ତ ହୋଇଥିବା ଜନ ହିତକର ପ୍ରକଳ୍ପ ମାନଂକୁ ଆର୍ଥିକ ଅନୁଦାନ ଦେବା ନିମନ୍ତେ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ କାଶୀନଗର ପଞ୍ଚାୟତ ସମିତି ଅଧ୍ୟକ୍ଷା ବାଲା ସାଇମ୍ମା, ଶିଆଳି ସରପଞ୍ଚ ରାମ ପ୍ରସାଦ ପଟନାୟକ, ଖାରଡ଼ା ସରପଞ୍ଚ ଅଖିଳ ପାତ୍ର ଓ ଖଣ୍ଡାବା ସମିତି ସଭ୍ୟ ଜଗନ୍ନାଥ ଦୋରା ଏକ ଦାବୀ ପତ୍ର ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ ପାଣିଗ୍ରାହୀଙ୍କୁ ପ୍ରଦାନ କରିଥିଲେ.