ଆଇନୀଜୀବୀ ରାମ ପ୍ରସାଦ ଦାସ ଙ୍କୁ “ମଧୁ ଜ୍ୟୋତି ” ସମ୍ମାନ

IMG-20260501-WA0019
Share

 

ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ଜନ୍ମଜୟନ୍ତୀ ବା “ମଧୁ ଜୟନ୍ତୀ”, ଯାହାକି ସମଗ୍ର ଓଡ଼ିଶାରେ ଆଇନଜୀବୀ ମାନେ ପ୍ରତିବର୍ଷ “ଲୟର୍ସ ଡେ ” ଭାବେ ପାଳନ କରିଆସୁଛନ୍ତି, ଏହି ଉପଲକ୍ଷେ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ଓ ଝାରସୁଗୁଡା ଜିଲ୍ଲା ଓକିଲ ସଂଘ ମିଳିତ ଆନୁକୂଲ୍ୟରେ, ଏକ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ପୁରୀ ବାର ଆସୋସିଏସନ ର ବରିଷ୍ଠ ଆଇନଜୀବି ଶ୍ରୀମାନ ରାମପ୍ରସାଦ ଦାସ ମହୋଦୟଙ୍କୁ ଆଇନସେବା ରେ ତାଙ୍କର ବିଶେଷ ଅବଦାନ ପାଇଁ “ମଧୁ ଜ୍ୟୋତି” ସମ୍ମାନରେ ସମ୍ମାନିତ କାରାଯାଇ ମାନପତ୍ର, ଉତ୍ତରୀୟ ଓ ମଧୁବାବୁଙ୍କ ସ୍ମରଣଚିହ୍ନ ପ୍ରଦାନ କରାଯାଇଅଛି l ପ୍ରଥମଥର ପାଇଁ ଓଡ଼ିଶା ରାଜ୍ୟ ଆଇନଜୀବି ପରିଷଦ ସର୍ବସମ୍ମତି କ୍ରମେ ପୁରୀ ବାର ଆସୋସିଏସନ ରୁ ଶ୍ରୀମାନ ରାମପ୍ରସାଦ ଦାସ ଙ୍କୁ ମନୋନୀତ କରିଥିବାରୁ, ଏହା ଆମ ସମସ୍ତଙ୍କ ପାଇଁ ଗର୍ଵ ଓ ଗୌରବ ର ବିଷୟ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l