ସମ୍ବଲପୁର ବିଜେଡିର ଜନସମ୍ପର୍କ ପଦଯାତ୍ରା ପାଇଁ ହେଲା ପ୍ରସ୍ତୁତି ବୈଠକ
ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ ): ସମ୍ବଲପୁର ଜ଼ିଲ୍ଲା ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସୋମବାର ଅପରାହ୍ନ ୫ ଘଣ୍ଟା ସମୟରେ ସ୍ଥାନୀୟ ନାରୀ ସେବାସଦନ ପରିସରରେ ଅନୁଷ୍ଠିତ ହୋଇଯାଇଛି I ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ଜ଼ିଲ୍ଲା ବିଜେଡି ସଭାପତି ଇଂ. ରୋହିତ ପୂଜାରୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକରେ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଳ, ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରିଆ, ଜ଼ିଲ୍ଲା ପରିଷଦ ସଭାପତି କୁମୋଦିନୀ ନାୟକ ପ୍ରମୁଖ ଯୋଗଦେଇ ସାଧାରଣ ଲୋକମାନଙ୍କ ସହ ସମ୍ପର୍କ ଗଢିବା ପାଇଁ ଏହି ପଦଯାତ୍ରା କରିବାକୁ ନିଷ୍ପରି ନିଆଯାଇଥିବା ପ୍ରକାଶ କରିଥିଲେ I ଏହି କାର୍ଯ୍ୟକ୍ରମ ଦୁଇ ଗୋଟି ପର୍ଯ୍ୟାୟରେ କରାଯିବ । ପ୍ରଥମ ପର୍ଯ୍ୟାୟ ଆସନ୍ତା ଅକ୍ଟୋବର ୨ ‘ଗାନ୍ଧୀ ଜୟନ୍ତୀ’ ଠାରୁ ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଦ୍ଵିତୀୟ ପର୍ଯ୍ୟାୟ ଅକ୍ଟୋବର ୨୧ ତାରିଖ ଠାରୁ ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ବିଭିନ୍ନ ନିର୍ବାଚନ ମଣ୍ଡଳୀର ବ୍ଲକ ତଥା ପୌରାଞ୍ଚଳରେ ଜନ ସମ୍ପର୍କ ପଦଯାତ୍ରା ଅଭିଯାନ ଆୟୋଜନ କରିବା ପାଇଁ ସ୍ଥିର କରାଯାଇଛି I ସେହିପରି ଅକ୍ଟୋବର ୯ ତାରିଖ ଗୋପବନ୍ଧୁ ଜୟନ୍ତୀ ଠାରୁ ବିଜୁ ଜନତା ଦଳର ସଦସ୍ୟତା ସଂଗ୍ରହ ଅଭିଯାନ ଆରମ୍ଭ କରାଯିବ । ଏହି ଅଭିଯାନ ୨୦୨୪ ଡ଼ିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ଜାରି ରହିବ I ଏହି ପଦଯାତ୍ରା ସମୟରେ ବିଜୁ ଜନତା ଦଳ ନବୀନ ପଟ୍ଟନାୟକ ଙ୍କ ସରକାର ସମୟରେ ଗ୍ରାମାଞ୍ଚଳ ଓ ପୌରାଞ୍ଚଳର ବିକାଶ ସହିତ ଜନସାଧାରଣଙ୍କ କଲ୍ୟାଣ ପାଇଁ ନିଆଯାଇଥିବା ବିଭିନ୍ନ ସଫଳ ଲୋକାଭିମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଯିବ I ଏହା ସହିତ ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନରେ ବର୍ତ୍ତମାନ ସରକାରଙ୍କ ବିମୁଖତା, ଦରଦାମ ନିୟନ୍ତ୍ରଣରେ ବିଫଳତା, ଆଇନ ଶୃଙ୍ଖଳାର ଅଧୋଗତି ଏବଂ ମହିଳା ନିର୍ଯ୍ୟାତନା ଆଦି ବିଭିନ୍ନ ପ୍ରସଙ୍ଗ ସମେତ ସ୍ଥାନୀୟ ପ୍ରସଙ୍ଗ ଲୋକଙ୍କ ନିକଟରେ ଅବତାରଣା କରାଯିବ I ଏହି ପ୍ରସ୍ତୁତି ବୈଠକ ରେ ବରିଷ୍ଠ ବିଜେଡି ନେତା ଆର୍ତ୍ତତ୍ରାଣ ମିଶ୍ର, ଗୋକୁଳ ମେହେର, ବେଣୁଧର ଦାଶ, ଅନାଦି ସାହୁ, ସଞ୍ଜୟ ବାବୁ, ହୀରାଲାଲ ବେହେରା, ମନୋଜ ମହାପାତ୍ର, ଗୋପୀ ରଞ୍ଜନ ବେହେରା, ଲଷ୍ମୀ ପ୍ରସାଦ ମହାପାତ୍ର, ସୁରେଖା ସାହୁ, ଧର୍ମରାଜ ମରେଈ, ଧନକଉଡ଼ା ବ୍ଲକ ଅଧକ୍ଷା ପୁଷ୍ପାଞ୍ଜଳି ବେହେରା, ନୀଳିମା ମଲ୍ଲିକ, ପ୍ରଦୀପ ମିଶ୍ର, ଉଦିତ ତ୍ରିପାଠୀ, ଅମୁଲ୍ୟ ମିଶ୍ର, ଯତୀନ୍ଦ୍ର ସାହୁ, ସୌରୀ ପାଣିଗ୍ରାହୀ, ଉଷା ପ୍ରଧାନ, ସବିର ଅହମଦ, କୁଚିଣ୍ଡା ବ୍ଲକ ଅଧକ୍ଷ ଭୁବନେଶ୍ୱର କିସାନ, ମହମ୍ମଦ ସନାଉଲ୍ଲା, ବିନୋଦ ବଡ଼ପଣ୍ଡା, ବନ୍ଦିତା ରାଣୀ ମିଶ୍ର, ଅଭିନାଶ ପଟେଲ, ସିପ୍ରା ମହାନ୍ତି, ରେଢ଼ାଖୋଲ ବ୍ଲକ ଅଧକ୍ଷ ପ୍ରଦୀପ ପ୍ରଧାନ, ହରଦୀପ୍ ସିଂ ଭୁର୍ଜି, ସଂଯୁକ୍ତା ମେହେର, ଶାନ୍ତନୁ ବଡ଼ପଣ୍ଡା, ଶୁଭ୍ରଂIଶୁ ପାଢ଼ୀ, ଜ଼ିଲ୍ଲା ପରିଷଦ ସଭ୍ୟ ଅଜିତ ମହାପାତ୍ର ପ୍ରମୁଖ ବକ୍ତବ୍ୟ ପ୍ରଦାନ ପୂର୍ବକ ଜନ ସମ୍ପର୍କ ପଦଯାତ୍ରାର ଉଦେଶ୍ୟ ଏବଂ ଉପକାରିତା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ I ଏହି ପ୍ରସ୍ତୁତି ବୈଠକରେ ଜ଼ିଲ୍ଲା ର ସମସ୍ତ ବ୍ଲକ, ପଞ୍ଚାୟତ ଏବଂ ବିଜ୍ଞାପିତ ଅଂଚଳ ପରିଷଦ, ମହାନଗର ନିଗମ ର ବିଜୁ ଜନତା ଦଳର ନେତୃବୃନ୍ଦ ଉପସ୍ଥିତ ଥିଲେ I
ସେହିପରି ଜିଲ୍ଲାର ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀରୁ ବିଜୟ ହାସଲ କରିଥିବା ବିଜେଡି ଦଳ ପ୍ରତିଷ୍ଠାତାର ଅନ୍ୟତମ ମଙ୍ଗୁଆଳ ନେତା ତଥା ପୂର୍ବତନ ମନ୍ତ୍ରୀ, ସାଂସଦ ଭଳି ବହୁ ପଦପଦବୀରେ ଥିବା ବର୍ତ୍ତମାନର ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚର୍ଯ୍ୟ ନିଜ ନିର୍ବାଚନ ମଣ୍ଡଳୀରୁ ଆରମ୍ଭ କରିବେ ଏହି ଯାତ୍ରା। ଆସନ୍ତା ୨ ତାରିଖ ସକାଳ ସାଢେ ଦଶଟାରେ ଯୁଯୋମୁରା ବ୍ଲକ ବିଜୁ ଜନତା ଦଳ ତରଫରୁ ଜନ ସମ୍ପର୍କ ଅଭିଯାନ ଓ ପଦ ଯାତ୍ରାକୁ ଶୁଭାରମ୍ଭ କରିବେ। ପ୍ରତି ବର୍ଷ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ କରାଯାଉଥିବା ଏହି ଜନ ସମ୍ପର୍କ ଯାତ୍ରା ବିରସିଂଗଡ଼ ଗ୍ରାମ ପଂଚାୟତର ବସିଆପଡା ଗ୍ରାମ ରୁ ଆରମ୍ଭ କରାଯିବ। କାର୍ଯ୍ୟକ୍ରମରେ ଦଳର ବିରୋଧି ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଯୋଗ ଦେଇ ଏହାକୁ ବ୍ୟାପକ କରିବାକୁ ଦଳର ସମସ୍ତ ସରପଞ୍ଚ, ସମିତି ସଭ୍ୟ /ସଭ୍ୟା, ଦଳୀୟ ସଂଗଠନର ସମସ୍ତ ଯୁବ,ଛାତ୍ର,ମହିଳା ସଭାପତି, କର୍ମକର୍ତ୍ତା, ସଭ୍ୟ ଓ ଦଳୀୟ ଶୁଭେଛୁ ମାନଙ୍କୁ ଯୋଗଦେବାକୁ ବିଧାୟକଙ୍କ ପକ୍ଷରୁ ବ୍ଲକ ସଭାପତି ବିନୋଦ କୁମାର ବଡ଼ପଣ୍ଡା ଜଣାଇଛନ୍ତି। ଏପରିକି ରାଜ୍ୟ ବିଜେଡିର ସମ୍ମନ୍ୱୟ ସଂଯୋଜକ ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ବିଜେଡିର ସମସ୍ତ ହୃଦୟବାନ ବ୍ୟକ୍ତି ବିଶେଷ ଯୋଗ ଦେବାକୁ ନିବେଦନ କରିଛନ୍ତି।