April 28, 2026

ସାନଖେମୁଣ୍ଡି ରେ ଜନଗଣନା କାର୍ଯ୍ୟର ତଦାରଖ କଲେ ତହସିଲଦାର

IMG-20260428-WA0038
Share

      ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଆମ୍ବଗାଁ ଅଞ୍ଚଳରେ ଚାଲିଥିବା ଜନଗଣନା କାର୍ଯ୍ୟକୁ ସାନଖେମୁଣ୍ଡି ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକ ସ୍ୱୟଂ ତଦାରଖ କରିଥିଲେ।

ଏହି ସମୟରେ ଶିକ୍ଷକ ଶିବ ଶଙ୍କର ପାତ୍ର ଓ ମୁକେଶ ପାତ୍ର ଙ୍କ ସହିତ ଗ୍ରାମକୁ ପହଞ୍ଚି ସିଧାସଳଖ ଲୋକମାନଙ୍କ ସହିତ ଆଲୋଚନା କରିଥିଲେ। ନିର୍ଦ୍ଧାରିତ ପ୍ରଶ୍ନ ପଚାରି ସେମାନେ ତଥ୍ୟ ସଂଗ୍ରହ ପ୍ରକ୍ରିୟାକୁ ନିକଟରୁ ଅବଲୋକନ କରିଥିଲେ।

ତହସିଲଦାର ଶ୍ରୀ ପଟ୍ଟନାୟକ ଜନଗଣନା କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନଙ୍କ ସହିତ ମଧ୍ୟ ଆଲୋଚନା କରି ସେମାନଙ୍କୁ ଉତ୍ସାହିତ କରିଥିଲେ। ସେ କାର୍ଯ୍ୟକୁ ସଠିକ୍ ଓ ସମୟୋଚିତ ଭାବେ ସମ୍ପନ୍ନ କରିବାକୁ ପରାମର୍ଶ ଦେଇଥିଲେ।ଏହି କାର୍ଯ୍ୟରେ ଶିକ୍ଷକ ଦିଲ୍ଲୀପ କୁମାର ସେନ, ନିଶିକାନ୍ତ ଗୌଡ଼ ଓ ସିଲୁ ସେଠି ଜନଗଣନା ଅଧିକାରୀ ଭାବେ ନିୟୋଜିତ ଥିଲେ।

ସ୍ଥାନୀୟ ଲୋକମାନେ ମଧ୍ୟ ଜନଗଣନା କାର୍ଯ୍ୟରେ ସକ୍ରିୟ ଭାବେ ସହଯୋଗ କରୁଥିବା ଦେଖାଯାଇଥିଲା। ଏହି ତଦାରଖ ଦ୍ୱାରା କାର୍ଯ୍ୟର ଗତି ଓ ଗୁଣଗତ ମାନ ବୃଦ୍ଧି ପାଇବ ବୋଲି ପ୍ରଶାସନ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।

ଏହିପରି ତଦାରଖ କାର୍ଯ୍ୟକୁ ନେଇ ଗ୍ରାମବାସୀମାନେ ସନ୍ତୋଷ ପ୍ରକାଶ କରିଥିଲେ। ସାନଖେମୁଣ୍ଡିରୁ ବିଜୟ କୁମାର ପ୍ରଧାନଙ୍କ ରିପୋର୍ଟ ନିଉସ ଉପାନ୍ତ ଖବର

You may have missed