September 1, 2026

ବରିଷ୍ଠ ନାଗରିକ ତୀର୍ଥଯାତ୍ରା: ଖୋର୍ଦ୍ଧାରୁ ଅଯୋଧ୍ୟା ଓ ବାରଣାସୀ ଅଭିମୁଖେ ୧୬୯ ତୀର୍ଥଯାତ୍ରୀ

IMG-20260901-WA0072
Share

 

 

ଖୋର୍ଦ୍ଧା: (ପ୍ରିୟଙ୍କା ମହାପାତ୍ର)ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନରେ ଆଜି ଖୋର୍ଦ୍ଧା ଜିଲ୍ଲାର ୧୬୯ ଜଣ ବରିଷ୍ଠ ନାଗରିକ ଅଯୋଧ୍ୟା ଓ ବାରଣାସୀ ଅଭିମୁଖେ ତୀର୍ଥଯାତ୍ରା ଆରମ୍ଭ କରିଛନ୍ତି। ଖୋର୍ଦ୍ଧାରୁ ଏହି ତୀର୍ଥଯାତ୍ରାର ଶୁଭାରମ୍ଭ କରାଯାଇଥିବା ବେଳେ ମାନ୍ୟବର ଅଧ୍ୟକ୍ଷ, ଜିଲ୍ଲା ଯୋଜନା କମିଟି ଶ୍ରୀ ପ୍ରଶାନ୍ତ କୁମାର ଜଗଦ୍ଦେବ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ।

ଏହି ଅବସରରେ ଅଧ୍ୟକ୍ଷା, ଜିଲ୍ଲା ପରିଷଦ, ଉପାଧ୍ୟକ୍ଷ, ଅଧ୍ୟକ୍ଷା, ଖୋର୍ଦ୍ଧା ପୌରାଞ୍ଚଳ, ଅତିରିକ୍ତ ଜିଲ୍ଲାପାଳ, ମୁଖ୍ୟ ଉନ୍ନୟନ ଅଧିକାରୀ, ପର୍ଯ୍ୟଟନ ଅଧିକାରୀଙ୍କ ସମେତ ବିଭିନ୍ନ ନେତୃବୃନ୍ଦ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ତୀର୍ଥଯାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।ବରିଷ୍ଠ ନାଗରିକମାନେ ଅଯୋଧ୍ୟା ଓ ବାରଣାସୀର ବିଭିନ୍ନ ଧାର୍ମିକସ୍ଥଳୀ ପରିଦର୍ଶନ କରି ତୀର୍ଥଯାତ୍ରାର ସୁଯୋଗ ପାଇବେ। ସରକାରଙ୍କ ଏହି ଯୋଜନା ବରିଷ୍ଠ ନାଗରିକଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ସୃଷ୍ଟି କରିଛି।

You may have missed