ଉମରକୋଟ ବାରରେ ଏକତାର ହୁଙ୍କାର; ଆଡଭୋକେଟ ସୁରକ୍ଷା ଆଇନ ପାଇଁ ଗର୍ଜିଲେ ଆଇନଜୀବୀ:
ଉମରକୋଟ:-(ଏମ୍.ଦୀନା°ଶୂ ଆଚାରୀ) ଉମରକୋଟ ବାର ଆସୋସିଏସନ୍ରେ ଆଇନଜୀବୀ ଦିବସ ପାଳନ ଅବସରରେ ଏକତା, ମର୍ଯ୍ୟାଦା ଓ ସୁରକ୍ଷା ନେଇ ଜୋରଦାର ସ୍ୱର ଉଠିଲା। ବରିଷ୍ଠ ଆଇନଜୀବୀ ଅର୍ଜୁନ ନାୟକ, ଝାଡେଶ୍ୱର ମହାନ୍ତି ଓ ଗବିନ୍ଦ ତ୍ରିପାଠୀଙ୍କୁ ସମ୍ମାନିତ କରାଯାଇ, ସଭାରେ ଉତ୍ସାହର ମାହୋଳ ସୃଷ୍ଟି ହେଲା। ବାର ସଚିବ କୃଷ୍ଣ ନନ୍ଦ ମଧୁସୂଦନ ଦାସଙ୍କ ଆଦର୍ଶକୁ ସ୍ମରଣ କରି ଯୁବ ଆଇନଜୀବୀଙ୍କୁ ସତ୍ୟନିଷ୍ଠା ଓ ସମାଜସେବାର ପଥରେ ଅଗ୍ରସର ହେବାକୁ ଆହ୍ୱାନ କଲେ। ବରିଷ୍ଠ ଆଇନଜୀବୀ ସରୋଜ ଅଗସ୍ତି କହିଲେ, ଆଇନଜୀବୀମାନଙ୍କ ସମ୍ମାନ ରକ୍ଷା ହେଉଛି ନ୍ୟାୟ ବ୍ୟବସ୍ଥାର ମୂଳ ଆଧାର, ଏବଂ କୌଣସି ଅନ୍ୟାୟ ଆଚରଣକୁ ଏକତାବଦ୍ଧ ଭାବେ ପ୍ରତିହତ କରିବା ଆବଶ୍ୟକ। ସଭାରେ ବଢୁଥିବା ହେରାସମେଣ୍ଟ ଓ ସୁରକ୍ଷା ସମସ୍ୟା ପ୍ରତି ଗଭୀର ଚିନ୍ତା ବ୍ୟକ୍ତ ହେବା ସହିତ, ଆଡଭୋକେଟ ସୁରକ୍ଷା ଆଇନ ଶୀଘ୍ର ଲାଗୁ କରିବାକୁ ସରକାରଙ୍କୁ ଦୃଢ ଦାବି ଜଣାପଡିଲା। କାର୍ଯ୍ୟକ୍ରମରେ ସଭାପତି ଅରୁଣ ପଟ୍ଟନାୟକ, ଉପସଭାପତି ଶଙ୍କର ଦେୟ ସହ ବହୁ ସଦସ୍ୟ ଉପସ୍ଥିତ ଥିଲେ। ଶେଷରେ ସମସ୍ତ ଆଇନଜୀବୀ ଏକତାବଦ୍ଧ ରହି ପେଶାର ଗୌରବ ଓ ନୀତିମାନ ମୂଲ୍ୟବୋଧ ରକ୍ଷା ପାଇଁ ସଙ୍କଳ୍ପ ଗ୍ରହଣ କଲେ।
