June 15, 2026

ସାରଳାପୀଠ ଭାଗବତ ଜ୍ଞାନଯଜ୍ଞ ମହୋତ୍ସବ ର ଦ୍ୱିତୀୟ ଓ ତୃତୀୟ ସନ୍ଧ୍ୟା

IMG-20260428-WA0037
Share

ତିର୍ତ୍ତୋଲ ତା 27/4/2026 ଶ୍ରୀମଦ ଭାଗବତ ର ଶ୍ରବଣ, ପଠନ ଓ ଅନୁଶୀଳନ ଦ୍ୱାରା ବ୍ୟକ୍ତି ଓ ସମାଜରେ ଆଧ୍ୟାତ୍ମିକ ଭକ୍ତିଭାବ ବିକଶିତ ହୋଇଥାଏ, ବୋଲି, ପ୍ରସିଦ୍ଧ ଝଙ୍କଡ଼ ସାରଳାପୀଠ ରେ ଗତ ପଚିଶତାରିଖ ଠାରୁ ଆରମ୍ଭ ହୋଇଥିବା ଭାଗବତ ଜ୍ଞାନଯଜ୍ଞ ମହୋତ୍ସବ ର ଦ୍ୱିତୀୟ ଓ ତୃତୀୟ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବହୁବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ମତବ୍ୟକ୍ତ କରିଅଛନ୍ତି l ଧାରାବାହିକ ପ୍ରବକ୍ତା ବାବାଜୀ ନୀଳାଚଳ ଦାସ ମହାରାଜ ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାତଃ ସମୟରେ, କନକ ପୁର ଗ୍ରାମର ଗ୍ରାମଦେବତୀ ମା ଜାଗୁଳାଇ ଓ ସାରଳାହାଟ ହନୁମାନଜୀଉ ଙ୍କ ମନ୍ଦିର ପର୍ଯ୍ୟନ୍ତ, ତୃତୀୟ ଦିନ କନକେଶ୍ୱର ମହାଦେବ ଓ ବାୟାବାବା ଙ୍କ ମନ୍ଦିର ପର୍ଯ୍ୟନ୍ତ ନଗରକୀର୍ତ୍ତନ କରାଯାଇଥିଲା l ପରେପରେ, ବ୍ୟାସ ଭାବରେ ପଣ୍ଡିତ ବିଶ୍ୱନାଥ ଶତପଥୀ ଓ ଉପବ୍ୟାସ ସନ୍ଥ ଖିଲାରନାଥ ପୁରୀ, ଶ୍ରୀମଦ ଭାଗବତ ପାରାୟଣ କରିଥିଲେ l ସନ୍ଧ୍ୟାରେ ଆନ୍ତର୍ଜାତୀୟ ଚାରଣଗୋଷ୍ଠୀ ର ଉପସଭାପତି ଡଃ ବାମଦେବ ବରାଳ ମୁଖ୍ୟଅତିଥି ଭାବେ କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ସହିତ ଭାଗବତରେ କପିଳମୁନି ଙ୍କ ବିଷୟରେ ତାତ୍ତ୍ୱିକ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ସମ୍ମାନିତ ଅତିଥିଭାବରେ ଭୁବନେଶ୍ୱର ଝାରପଡା ଦୁର୍ଗାପୂଜା କମିଟି ର ସମ୍ପାଦକ ଧରଣୀଧର ଜେନା, ବମିଖାଲ ଦୁର୍ଗାପୂଜା କମିଟି ର ମୁଖ୍ୟଉପଦେଷ୍ଟା ସୁକାନ୍ତ ପ୍ରଧାନ ଓ ଟଙ୍କପାଣି ରୋଡ଼ ର ଯୁବସମାଜସେବୀ ଅରୁଣ କୁମାର ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ, ଅନୁଷ୍ଠାନ ତରଫରୁ ସମ୍ମାନୀତ ଓ ସମ୍ବର୍ଦ୍ଧିତ ହୋଇଥିଲେ l ତୃତୀୟ ସନ୍ଧ୍ୟାର ଜ୍ଞାନଯଜ୍ଞ ରେ ସାରଳାସଂସ୍କୃତି ଗବେଷକ ରମାକାନ୍ତ ରାଉଳ, ମୁଖ୍ୟଅତିଥି ଓ ଆଇନୀଜୀବି ମହେଶ ମହାନ୍ତି, ଆଧ୍ୟାତ୍ମିକବାଦୀ ଗୋପାଳ ଚରଣ ଖଟୁଆ ଓ ଶିକ୍ଷକ ବିଷ୍ଣୁ ଚରଣ ଦାଶ ଙ୍କ ଧାରାବାହିକ ପ୍ରବକ୍ତା ବାବାଜୀ ନୀଳାଚଳ ଦାସ ମହାରାଜ ଓ ସର୍ବୋପରି ବ୍ୟାସ ପଣ୍ଡିତ ବିଶ୍ୱନାଥ ଶତପଥୀ ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ l ତେବେ ପଣ୍ଡିତ ଦେବୀ ପ୍ରସାଦ ତ୍ରିପାଠୀ ଵେଦମନ୍ତ୍ର ପାଠ କରିବା ସହିତ ମଞ୍ଚ ସଂଚାଳନ କରିଥିଲେ l ମାଆଙ୍କ ଚାପଖେଳ ଓ ପଟୁଆର ସରିବା ପର୍ଯ୍ୟନ୍ତ ଏହି ପ୍ରବଚନ ମାଧ୍ୟମରେ ଶ୍ରୀମଦ ଭାଗବତ କଥାମୃତ ଶ୍ରବଣ କରିବା ନିମନ୍ତେ ବହୁଶ୍ରଦ୍ଧାଳୁଭକ୍ତ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର

You may have missed