April 28, 2026
ajiro khabar
Share

 

 

୧-ଭୁବନେଶ୍ୱର:ଓଡ଼ିଶାର ଲକ୍ଷଲକ୍ଷ ଛାତ୍ରଛାତ୍ରୀଙ୍କ ଅପେକ୍ଷା ଶେଷ ହେବାକୁ ଯାଉଛି।ଖୁବଶୀଘ୍ର ପ୍ରକାଶ ପାଇବ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା ଫଳ।ମେ’ ପ୍ରଥମ ସପ୍ତାହରେ ମାଟ୍ରିକ ପରୀକ୍ଷା ଫଳ।

 

୨-ଭୁବନେଶ୍ୱର:ତାତିରୁ ନାହିଁ ନିସ୍ତାର, ଝାରସୁଗୁଡ଼ାରେ ୪୪.୭ଂ,୧୫ଟି ସ୍ଥାନ ୪୦ଂ ଉପରେ।

 

୩-କେନ୍ଦୁଝର:ଭଉଣୀର ଟଙ୍କା ଉଠାଇବାକୁ ବ୍ୟାଙ୍କ ଯାଇଥିଲା ଭାଇ। ବ୍ୟାଙ୍କ ଶୁଣିଲା ନାହିଁ।ଭଉଣୀର କଙ୍କାଳ ଧରି ବ୍ୟାଙ୍କରେ ପହଞ୍ଚିଗଲା ଭାଇ।

 

୪-ପୁରୀ:ଆଗାମୀ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ପାଇଁ ହେବ ସଟଲ ସର୍ଭିସ୍।ଭକ୍ତଙ୍କ ପାଇଁ ସହରର ବିଭିନ୍ନ ସ୍ଥାନରେ ହେବ ୧୬୦୦ଟି ଶୌଚାଳୟ

 

୫-ବାଲେଶ୍ୱର,ଶାସନପଦା ୟୁଜି ୟୁପି ବିଦ୍ୟାଳୟ:ପ୍ରଧାନ ଶିକ୍ଷକଙ୍କ ସହ ଦୁଇ ଶିକ୍ଷୟିତ୍ରୀଙ୍କୁ ତାଲା। ଅଫିସ ରୁମରେ ତାଲା ପକାଇ ରଖିଲେ ଅଭିଭାବକ ଓ ଗ୍ରାମବାସୀ। ଶିକ୍ଷୟିତ୍ରୀଙ୍କ ବଦଳି ନେଇ ଅଭିଭାବକ ମହଲରେ ଅସନ୍ତୋଷ।

 

୬-ସୁନ୍ଦରଗଡ଼:ଶିଶୁକନ୍ୟା ଦୁଷ୍କର୍ମ ମାମଲାରେ ମିଳିଲା ସଜ୍ଜା; ଅଭିଯୁକ୍ତକୁ ୨୦ ବର୍ଷ ଜେଲଦଣ୍ଡ ସହ ୫୦ ହଜାର ଟଙ୍କାର ଜରିମାନା।

 

୭-ଦେବ୍ରିଗଡ଼ରେ ନାଇଟ୍ ପାଟ୍ରୋଲିଂରେ ବଡ଼ ସଫଳତା; ମୟୂର ଶିକାର କରୁଥିବା ବେଳେ ୨ ଶିକାରୀଙ୍କୁ ଗିରଫ କଲା ପୋଲିସ।

 

୮-ଚୁନୁକୋଳି ବସ୍ତିରୁ ଧରାପଡ଼ିଲା ଗ୍ୟାସ କଳାବଜାରୀ; ରାଜଧାନୀରୁ ଜବତ ହେଲା ସିଲିଣ୍ଡର ଭର୍ତ୍ତି ଗାଡ଼ି, ବସ୍ତି ଲୋକଙ୍କ ନାଁରେ ଖୋଲାଯାଉଥିଲା ଖାତା।

 

୯-ସୁନ୍ଦରଗଡ଼:ଅଂଶୁଘାତ ଯୋଗୁଁଁ ଜନଗଣନା ବେଳେ ଚାଲିଗଲା ଶିକ୍ଷକଙ୍କ ଜୀବନ।

 

୧୦-ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ନର୍ମଦାପୁରମରେ ଭୟଙ୍କର ସଡକ ଦୁର୍ଘଟଣା।,୫ ମୃତ,୬ ଗୁରୁତର।

 

୧୧-ଭାରତ- ନ୍ୟୁଜିଲ୍ୟାଣ୍ଡ ଏଫଟିଏ ସ୍ୱାକ୍ଷରିତ : କିୱି, ସେଓ, ଚେରି ଏବଂ ଆଭୋକାଡୋ ପରି ଫଳ ଅଧିକ ସୁଲଭ ଓ ଶସ୍ତା ହେବ।

 

୧୨-ଋଷିକେଶ ଅନୁଭୂତି ସ୍ମରଣୀୟ… ଚାରିଧାମ ଯାତ୍ରା ବ୍ୟବସ୍ଥାର ଭୂୟସୀ ପ୍ରଶଂସା କଲେ ଅଭିନେତା ସୁନୀଲ ଶେଟ୍ଟୀ।

 

୧୩-ମୁମ୍ବାଇ: ରାତିରେ ବିରିୟାନୀ ପରେ ତରଭୂଜ ଖାଇ ଗୋଟିଏ ପରିବାରର 4 ଜଣ ମରିଗଲେ ! ପୋଲିସର ତଦନ୍ତ ଜାରି।

 

୧୪-ଝାଡ଼ଖଣ୍ଡରେ ଗିରିଡିହ ଅଞ୍ଚଳ:ଗୁପଚୁପ୍ ଦେଲା ଦୁଃଖ ; ଚାଲିଗଲା ଛଅ ବର୍ଷର ଶିଶୁର ଜୀବନ, ୪୩ ରୁ ଅଧିକ ଅସୁସ୍ଥ।

 

୧୫-ଭୁବି,ହାଜେଲ ଉଡ୍ ଙ୍କ ବୋଲିଂରେ ଘାଇଲା ଦିଲ୍ଲୀ,୯ ଓ୍ବିକେଟ୍ ରେ ଜିତିଲା ବେଙ୍ଗାଲୁରୁ।

 

୧୬-ମୁଲନପୁର:ଆଇପିଏଲରେ ଆଜି ରାଜସ୍ଥାନକୁ ଭେଟିବ ପଞ୍ଜାବ।

 

୧୭-ଲଦାଖରେ ଗଠିତ ହେବ ୫ଟି ନୂଆ ଜିଲ୍ଲା, ପ୍ରଶାସନିକ ସୁବିଧା ଓ ବିକାଶକୁ ମିଳିବ ପ୍ରୋତ୍ସାହନ।

 

୧୮-ପଶ୍ଚିମବଙ୍ଗରେ ଜୋରଦାର ଚାଲିଛି ଟଙ୍କା ଓ ନିଶା କାରବାର, ଏଯାବତ୍ ୫୧୦ କୋଟି ଟଙ୍କା ଜବତ।

 

୧୯-ସଞ୍ଜୟ କପୁରଙ୍କ ସମ୍ପତ୍ତି ବିବାଦ: ନୋଟିସ୍ ଜାରି କରି ମଧ୍ୟସ୍ଥାତାରେ ବିବାଦର ସମାଧାନ ପାଇଁ ପରାମର୍ଶ ଦେଲେ ସୁପ୍ରିମକୋର୍ଟ।

 

୨୦-ତେଲ ଆଭିଭ୍: ଇସ୍ରାଏଲର ଦୁଇ ପ୍ରଧାନମନ୍ତ୍ରୀ ଏକାଠି,ନେତ୍ଯାନ୍ଯାହୁଙ୍କୁ ତଡିବାକୁ ରଣନୀତି ପ୍ରସ୍ତୁତ।

 

🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏

You may have missed