May 31, 2026

ବାଇକ ଦୁର୍ଘଟଣା: ଜୀବନ୍ତ ଜଳିଗଲେ ଯୁବକ, ଅନ୍ୟ ଜଣେ ଗୁରୁତର 

IMG-20241001-WA0003
Share

 

ସମ୍ବଲପୁର :ସୋମବାର ଏକ ଲୋମହର୍ଷଣକାରୀ ଘଟଣା ଘଟିଛି। ଦୁର୍ଘଟଣାପରେ ଗାଡ଼ିରେ ନିଆଁ ଲାଗିବାରୁ ଜୀବନ୍ତ ପୋଡ଼ିଯାଇଛନ୍ତି ଜଣେ ଯୁବକ। ଅନ୍ୟଜଣେ ବାଇକ ଆରୋହୀଙ୍କ ଅବସ୍ଥା ସଂକଟପନ୍ନ ଅଛି।

ସୋମବାର ସକାଳ ପ୍ରାୟ ୧୦ଟାରେ ସୀମାନ୍ତ ଝାଡ଼ଖଣ୍ଡର ସୀମଡେଗା ଜିଲ୍ଲାର ଦୁଇଜଣ ଯୁବକ ରାଉରକେଲାକୁ ଆସୁଥିଲେ। ବୀରମିତ୍ରପୁର ଥାନା ଅନ୍ତର୍ଗତ କୁଡାପାଣି ରାସ୍ତାରେ ବିପରୀତ ଦିଗରୁ ଏକ ସ୍କୁଟିରେ ଯାଉଥିବା ବୃଦ୍ଧଙ୍କ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବାଇକର ତେଲଟାଙ୍କି ଫାଟି ବିସ୍ଫୋରଣ ଘଟିଥିଲା। ଏଥିରେ ବାଇକ ଚାଳକ ଜୀବନ୍ତ ଜଳିଯାଇଥିଲେ। ପଛପଟେ ବସିଥିବା ଆରୋହୀ ମଧ୍ୟ ବହୁମାତ୍ରାରେ ପୋଡି ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ପୋଲିସ ଘଟଣାର ତଦନ୍ତ କରି ଏକ ମକଦ୍ଦମା ରୁଜୁ କରିଛି।