June 13, 2026

ଜାହାଜ ରେ ଆଇରନ ଲୋଡ଼ ସମୟରେ ଘଟିଲା ଅଘଟଣ…

IMG-20260530-WA0030
Share

ଜାହାଜ ରେ ଆଇରନ ଲୋଡ଼ ସମୟରେ ଘଟିଲା ଅଘଟଣ, କ୍ରେନ ସହାୟତା ରେଆଇରନ ଲୋଡ଼ ହେଉଥିବା ସମୟରେ ହଠାତ ହାଇୱା ଉପରେ ଖସିପଡ଼ିଲା ଆଇରନ ଗ୍ରାଫ,ଘଟଣା ସ୍ଥଳରେ ଡ୍ରାଇଭର ମୃତ, ଘଟଣା ଘଟିଛି ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ରେ ରହିଥିବା CQ-1 ବର୍ଥ ରେ l ଗତକାଲି ବର୍ଷା କାରଣରୁ ଆଇରନ ଗୁଣ୍ଡ ସବୁ କାଦୁଅ ଅବସ୍ଥାରେ ରହିଥିବା ବେଳେ ଏହାକୁ ଲୋଡ଼ ଦିଆଯାଉଥିଲା l ହଠାତ କ୍ରେନ ରେ ରହିଥିବା ଗ୍ରାଫ ଖୋଲିଯିବା କାରଣରୁ ତଳେ ରହିଥିଵା ହାଇୱା ଉପରେ ଖସିପଡ଼ିଥିଲା ଆଇରନ l ଘଟଣା ସ୍ଥଳରେ ହାଇୱା ଚାଳକ ଙ୍କର ମୃତ୍ୟୁ ହୋଇଥିବା ବେଳେ, ମୃତ ଡ୍ରାଇଭର ଙ୍କ ନାମ ସରୋଜ ଖିଲାର ବୋଲି ସୂଚନା ମିଳିଥିବା ବେଳେ ତାଙ୍କ ଘର ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଞ୍ଚଳ ର ବୋଲି ସୂଚନା ମିଳିଛି l ପାରାଦୀପ ବନ୍ଦର CQ -1 ବର୍ଥ ରେ ଲାଗିଥିବା ଜିନ ହାଇ ହେ ନାମକ ଜାହାଜ ରେ ଆଇରନ ଓର ଲୋଡ଼ ହେଉଥିବା ସମୟରେ ଘଟିଛି ଏହିଭଳି ଦୁର୍ଘଟଣା l ଖବର ପ୍ରଚାରିତ ହେବାପରେ ସାଥି ଡ୍ରାଇଭର ମାନେ ଘଟଣା ସ୍ଥଳରେ ପହଞ୍ଚିବା ପରେ ଉତ୍ତେଜନା ଲାଗିରହିଛି l ସାଥି ଡ୍ରାଇଭର ମାନେ କାର୍ଯ୍ୟ ଛାଡି ଧାରଣା ରେ ବସିରହିବା ଫଳରେ କାର୍ଯ୍ୟ ବନ୍ଦ ରହିଥିବା ନେଇ ସୂଚନା ମିଳିଛି l। (ପାରାଦ୍ୱୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଖବର )

You may have missed