September 22, 2026

ଏକ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଗଞ୍ଜେଇ ଜବତ ଦୁଇ ପିକପ୍ ଭ୍ୟାନ ସହ ତିନି ଗିରଫ 

IMG-20260922-WA0018
Share

ବେଲଗୁଣ୍ଠା : ସୁକାନ୍ତ କୁମାର ନାୟକଙ୍କ ରିପୋର୍ଟ । (ଉପାନ୍ତ ଖବର ) ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅବକାରୀ ବିଭାଗ କୁ ମିଳିଛି ବଡ଼ ସଫଳତା । ୧୨ ଶହ କେଜି ଗଞ୍ଜେଇ ସହ ଦୁଇ ପିକପ୍ ଭ୍ୟାନ୍ ସହ ତିନି ଗିରଫ । ଗିରଫ ଅଭିଯୁକ୍ତ ମାନେ ହେଲେ ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ଅଞ୍ଚଳର ଶେଖର ଡାକୁଆ , ମାନସ ନାୟକ ଓ ମନୋରଞ୍ଜନ ନାୟକ । ଭଞ୍ଜନଗର ଅବକାରି ଟିମ୍ ପେଟ୍ରୋଲିଙ୍ଗ୍ କରୁଥିବା ସମୟରେ ବୁଦୁଲି ଗ୍ରାମ ନିକଟରେ ଏକ ପିକପ୍ ଭ୍ୟାନ କୁ ଅନ୍ୟ ଏକ ଗାଡି ଟୋଚ଼ନ କରି ନେଉଥିବା ବେଳେ ପୋଲିସକୁ ସନ୍ଦେହ ହୋଇଥିଲା । ଗାଡିକୁ ଅଟକାଇ ଜାଞ୍ଚ କରିବା ବେଳେ ସେଥିରେ ୪୦ ଟି ବସ୍ତାରେ ଗଞ୍ଜେଇ ଥିବା ଜଣାପଡି ଥିଲା । ଜବତ ଗଞ୍ଜେଇର ଆନୁମାନିକ ମୁଲ୍ୟ ଏକ କୋଟି କୋଡ଼ିଏ ଲକ୍ଷ୍ୟ ହେବ । କନ୍ଧମାଳ ଜିଲ୍ଲାରୁ ନୟାଗଡ଼ ଜିଲ୍ଲାକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ପ୍ରଥମିକ ତଦନ୍ତରୁ ଜଣାପଡିଛି । ଏହି ଘଟଣାରେ ତିନି ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଭଞ୍ଜନଗର ଅବକାରି ଥାନା ଅଧିକାରୀ ସୂଚ଼ନା ଦେଇଛନ୍ତି ।

You may have missed