ଗ୍ରୀଷ୍ମ ଋତୁରେ ପୋଖରୀ ରୁ ଜୋର ଜବରଦସ୍ତ ଜଳ ନିଷ୍କାସନ କରିବା ନେଇ ଜିଲ୍ଲାପାଳ ଙ୍କ ନିକଟରେ ଗ୍ରାମବାସୀ ଙ୍କ ଅଭିଯୋଗ l
ଖୋରଧା -( ପ୍ରିୟଙ୍କା ମହାପାତ୍ର)- ବୋଲଗଡ ବ୍ଲକ ଅନ୍ତର୍ଗତ, ଗେଡିଆପଲ୍ଲୀ ଗ୍ରାମ ପଞ୍ଚାୟତ ସାଲତରା ଗ୍ରାମରେ ଯୋଗୀ ବନ୍ଧ ପୋଖରୀ ରହୁଛି l ସେହି ପୋଖରୀ ର ପାଣି କୁ ଗ୍ରାମର ସମସ୍ତ ମହିଳା, ପୁରୁଷ ଓ ଜୀବଜନ୍ତୁ ବ୍ୟବହାର କରନ୍ତି | ସରକାର ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଜଳ ଯୋଗାଣର ବ୍ୟବସ୍ଥା କରୁଥିବା ବେଳେ ସାଲତରା ଗ୍ରାମରେ ରେ ଯୋଗୀବନ୍ଧ ପୋଖରୀ ଟିକୁ କୌଣସି କାରଣ ନଥାଇ ଗେଡିଆପାଲ୍ଲୀ ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କର ସ୍ବାମୀ ପ୍ରଫୁଲ୍ଲ ତ୍ରୀପାଠି , ପୁଅ ଆଲୋକ ତ୍ରୀପାଠି ଓ ଅଶୋକ ତ୍ରୀପାଠି କୌଣସି କାରଣ ନଥାଇ ପୋଖରୀ ହୁଡା କୁ ହାଣି ଦେଇଛନ୍ତି ଫଳରେ ପୋଖୋରୀ ରେ ଥିବା ଜଳ ସବୁ ଅନ୍ୟତ୍ର ନିଷ୍କାସନ ହୋଇ ପୋଖରୀଟି ଜଳ ଶୁନ୍ୟ ହୋଇ ଶୁଖିଲା ପଡ଼ିଛି , ଫଳରେ ଗ୍ରାମବାସୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି lଏହାକୁ ଯିଏ ବିରୋଧ କରୁଛି ଗେଡିଆପଲ୍ଲୀ ସରପଞ୍ଚ ଙ୍କ ସ୍ଵାମୀ ଓ ପୁଅ ମାନେ କିଛି ଅସାମାଜିକ ବ୍ୟକ୍ତି ମାନଙ୍କୁ ନିୟୋଜିତ କରି ବିଭିନ୍ନ ପ୍ରକାର ଧମକ ଚମକ ଦେଉଥିବା ନେଇ ଗ୍ରାମବାସୀ ମାନେ ଖୋରଧା ଜିଲ୍ଲାପାଳ ଙ୍କ ନିକଟରେ ଲିଖିତ ଭାବରେ ଅଭିଯୋଗ କରିବା ସହିତ ଘଟଣା ଟିର ତଦନ୍ତ କରି ଦୋଷୀ ବ୍ୟକ୍ତି ଙ୍କ ବିରୁଦ୍ଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କୁ ଦାବୀ କରିଛନ୍ତି l
