October 1, 2024

ସରପଞ୍ଚଙ୍କ ନେତୃତ୍ୱ ରେ ସ୍ୱଚ୍ଛତାହିଁ ସେବା ସହିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ..

Share

   ଆଜି ପୁରି ସଦର  ଛଇତନା ଗ୍ରାମପଞ୍ଚାୟତ ସରପଞ୍ଚ ରୀନାମଣୀ ପ୍ରଧାନଙ୍କ ନେତୃତ୍ୱ ରେ ସରପଞ୍ଚଙ୍କ ସହିତ ନାଏବ ସରପଞ୍ଚ,ସମସ୍ତ ୱାର୍ଡ ସଭ୍ୟ,ଅଙ୍ଗନବାଡି କର୍ମୀ, ଏମବିକେ, ସିଆରପି, E C ମେମ୍ବର, SSG ମେମ୍ବର, ଆଶାକର୍ମୀ ମିଶି ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ରେ ଛଇତନା ପଞ୍ଚାୟତ କାର୍ଯ୍ୟାଳୟ ପରିସର, ଛଇତନା ବଜାର, ଡମସାହି ସଫାକରି ଅଳିଆଗାଡି ମାଧ୍ୟମରେ ବାହାରେ ଫିଙ୍ଗିବା ସହିତ ବିଭିନ୍ନ ଜାଗାରେ ବୃକ୍ଷ ରୋପଣ କରିଥିଲେ l ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ସତର ତାରିଖରୁ ଅକ୍ଟୋବର ଦୁଇତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ୱାର୍ଡରେ କରାଯିବ ବୋଲି ସରପଞ୍ଚ ରୀନା ପ୍ରଧାନ ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ