ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବାର୍ଷିକ କ୍ରୀଡ଼ା ଉଦଘାଟିତ….
ଛତ୍ରପୁର ତା ୨୭/୧୧/୨୬ (ଅରୁଣ କୁମାର ପଣ୍ଡା )ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଶ୍ରୀରାମ ନଗର ଛତ୍ରପୁରର ୩୧ ତମ ବାର୍ଷିକ କ୍ରୀଡା ସ୍ଥାନୀୟ ଅନସ୍ଳୋ ଷ୍ଟାଡିୟମ ଠାରେ ହାଇକୋର୍ଟ ଓକିଲ ତଥା ବିଦ୍ୟାଳୟ ସଭାପତି ପଦ୍ମ ଚରଣ ସାହୁଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅଜୟ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶିକ୍ଷା ସହିତ କ୍ରୀଡାର ଆବଶ୍ୟକତା ଉପରେ ଆଲୋକପାତ କରିଥିବା ବେଳେ ପ୍ରଧାନାଚାର୍ଯ୍ୟ ସୁରେଶ କୁମାର ଆଚାରୀ ଅତିଥି ପରିଚୟ ସହ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ବିଦ୍ୟାଳୟ ସମ୍ପାଦକ ତଥା ସରକାରୀ ଓକିଲ ସନ୍ତୋଷ କୁମାର ସାହୁ ଧନ୍ୟବାଦ ଅର୍ପଣ ସହ ଆଜିକାଲି କ୍ରୀଡାର ମହତ୍ତ୍ୱ ଉପରେ ଉଦବୋଧନ ଦେଇଥିଲେ । ସ୍ଥାନୀୟ ରାବଣା ଆମ୍ମା ମନ୍ଦିରରେ ପୂଜାର୍ଚ୍ଚନା ପରେ ଚମ୍ପିୟାନ ଭାଇ ଭଉଣୀଙ୍କ ଦ୍ଵାରା ଜ୍ୟୋତି ଅଣାଯାଇ ଘୋଷ ବାଦ୍ୟର ତାଳେ ତାଳେ ସହର ପରିକ୍ରମା ପରେ କ୍ରୀଡାସ୍ଥାନରେ ସ୍ଥାପନ କରାଯାଇଥିଲା । କାର୍ଯ୍ୟକ୍ରମରେ କୋଷାଧ୍ୟକ୍ଷ ସିମାଞ୍ଚଳ ପାତ୍ର ଉପସ୍ତିତ ରହି ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ । ଉକ୍ତ କ୍ରୀଡା ୨୭ ଓ ୨୮ ଦୁଇ ଦିନ ଧରି ଚାଲିବ । ଏଥିରେ ପ୍ରାୟ ସାତ ଶହ ଶିଶୁ ଅଂଶ ଗ୍ରହଣ କରିଛନ୍ତି । ଆସନ୍ତାକାଲି ସମାରୋପ ସହ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରହିଛି ।
