ସାରଳା ଙ୍କ ନାମରେ ଲୋକାର୍ପଣ ହେଲା, ସ୍ଥାୟୀ ଚିତ୍ରାତ୍ମକ ଡାକ ମୋହର
ସାରଳା ଙ୍କ ନାମରେ ଲୋକାର୍ପଣ ହେଲା, ସ୍ଥାୟୀ ଚିତ୍ରାତ୍ମକ ଡାକ ମୋହର ତିର୍ତ୍ତୋଲ ତା 27/11/2026 ରାଜ୍ୟ ଡାକବିଭାଗ ତରଫରୁ ଓଡିଶାର ପ୍ରାଚୀନ ଓ ପ୍ରସିଦ୍ଧ ପୀଠ ର ଦେବଦେବୀ ମାନଙ୍କ ନାମରେ ସ୍ଥାୟୀ ଚିତ୍ରାତ୍ମକ ଡାକମୋହର ପ୍ରଚଳନ ର ଏକ ଅଭିନଵ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି l ଏହି ପରିପ୍ରେକ୍ଷୀରେ ଗତ ଶୁକ୍ରବାରଦିନ ପୂର୍ବାହ୍ନ ରେ, ଝଙ୍କଡ଼ ସାରଳାପୀଠ କନକପୁର ପୋଷ୍ଟଅଫିସ ପରିସରରେ, ସାରଳା ଠାକୁରାଣୀ ଙ୍କ ମନ୍ଦିରର ଚିତ୍ରଥିବା ସ୍ଥାୟୀ ଚିତ୍ରାତ୍ମକ ଡାକମୋହର ର ଶୁଭଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ କଟକ ଦକ୍ଷିଣମଣ୍ଡଳ ର ଡାକ ଅଧିକ୍ଷକ ପରମେଶ୍ୱର ନାୟକ ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ଓ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା ବେଳେ ମୁଖ୍ୟଅତିଥି ଭାବେ ସାରଳା ମନ୍ଦିରର ମୁଖ୍ୟ ପୂଜକ ରଞ୍ଜନ କୁମାର ପଣ୍ଡା ମୁଖ୍ୟଅତିଥି ଓ ସାରଳାସଂସ୍କୃତି ଗବେଷକ ରମାକାନ୍ତ ରାଉଳ ସ୍ୱତନ୍ତ୍ରଅତିଥି ଭାବେ ଯୋଗଦେଇ ଥିଲେ l ଅନ୍ୟମାନଙ୍କ ମଧ୍ୟରେ, କୁଜଙ୍ଗ ଡାକନିରୀକ୍ଷକ ମଧୁସ୍ମିତା ମଲ୍ଲ, ଡାକ ଜୀବନବୀମା ର ଉନ୍ନୟନ ଅଧିକାରୀ ହୃଷିକେଶ ବେହେରା, କନକ ପୁର ପୋଷ୍ଟମାଷ୍ଟର ତ୍ରିଲୋଚନ ପ୍ରଧାନ, ସହାୟକ ସତ୍ୟଜିତ ସାହୁ,ଡାକସେବିକା ଆରାଧନା ପତି, ଗୋବିନ୍ଦପୁର ଡାକପାଳ ଅଜୟ କୁମାର ପରିଡା, ମାଲଣ୍ଡ ଶାଖା ଡାକପାଳ ଜ୍ୟୋତିରଞ୍ଜନ ହୋତା ଓ ପ୍ୟାକର ମ୍ୟାନ ବିଜୟ କୁମାର ବାରିକ ଙ୍କ ସମେତ ସମସ୍ତ ଡାକକର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ l ଏଥିରେ ବହୁସଂଖ୍ୟକ ଡାକ ଉପଭୋକ୍ତା ମାନେ ଯୋଗଦେଇଥିବାର ଦେଖିବାକୁ ମିଳିଥିଲା l ତେବେ ଆଜିଦିନରେ ଏକ ସମୟରେ କେନ୍ଦ୍ରାପଡ଼ା ର ସିଦ୍ଧ ବଳଦେବଜୀଉ ଓ ବାଙ୍କୀର ଚର୍ଚ୍ଚିକା ମନ୍ଦିରର ଏହି ସ୍ଥାୟୀ ଚିତ୍ରାତ୍ମକ ଡାକମୋହର ଲୋକାର୍ପଣ କରାଯାଉଛି ବୋଲି ଡାକଅଧିକ୍ଷକ ଶ୍ରୀ ନାୟକ ସୂଚନା ପ୍ରଦାନ କରିଅଛନ୍ତି l ତେବେ ଭାରତ ସରକାର ଙ୍କ ଭାରତୀୟ ଡାକ ବିଭାଗ ତରଫରୁ ଆରମ୍ଭ ହୋଇଥିବା ଏହି ଅଭିନଵ କାର୍ଯ୍ୟକ୍ରମ କୁ ସାଧାରଣ ରେ ଉଚ୍ଚ ପ୍ରଶଂସା କରାଯାଇଛି l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
