ବିପର୍ଯୟ ମୁକାବିଲା କରିବା ପାଇଁ ଶିଆଳି ପଞ୍ଚାୟତରେ ବୈଠକ.

IMG-20240930-WA0031
Share

 

 

କାଶୀନଗର ପଞ୍ଚାୟତ ସମିତି ମଧ୍ୟରେ ଥିବା ସିଆଳି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିପର୍ଯୟ ମୁକାବିଲା କରିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା. ଏହି ବୈଠକରେ ସିଆଳି ପଞ୍ଚାୟତ ର ସରପଞ୍ଚ ରାମ ପ୍ରସାଦ ପଟନାୟକଙ୍କ ଅଧ୍ୟକ୍ଷତା ରେ ଆରମ୍ଭ ହୋଇଥିଲା. ଶିଆଳି ପଞ୍ଚାୟତ ମଧ୍ୟରେ ଥିବା ଛୋଟ ଛୋଟ ଗ୍ରାମ ମାନଙ୍କ ରେ ବସ ଵାସ କରୁଥିବା ଆଦିବାସୀ ମାନଙ୍କୁ ବିପର୍ଯୟ ସମୟରେ କିପରି ସେମାନେ ନିରାପଦ ରେ ମୁକାବିଲା କରି ଶୂନ୍ୟ ମୃତ୍ୟୁ ପାଇଁ ଚେଷ୍ଟା କରିବେ ସେଥିପାଇଁ ସୁନୀଲ ପାତ୍ର ଉପସ୍ଥିତ ଥିବା ଅଙ୍ଗନାୱାଡି କର୍ମୀ ମାନଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇ ଥିଲେ. ଏହାପରେ ସରୋଜ କୁମାର ପଟନାୟକ ଆର୍ଥିକ ସକ୍ଷରତା ବିଷୟରେ ମହିଳା ମାନଙ୍କୁ ବୁଝାଇ କର୍ମୀ ତତ୍ପର ମହିଳା ମାନଙ୍କ ପାଇଁ କେନ୍ଦ୍ର ସରକାର ଙ୍କ ଅର୍ଥ ସଂଚୟ ପାଇଁ ଥିବା ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଇବା ପରେ ସାଇବର ଠକ ମାନେ କିପରି ବିଭିନ୍ନ ଉପାୟରେ ଆମେ ସଂଚୟ କରିଥିବା ଅର୍ଥ କିଛି କ୍ଷଣ ରେ ଲୁଟି ଆମକୁ ସର୍ବ ସ୍ୱାନ୍ତ କରୁଛନ୍ତି ସେଥିପାଇଁ ସେମାନଙ୍କ ପ୍ରତି ଆମେ ସବୁବେଳେ ବ୍ୟାଙ୍କ ନେଣ ଦେଣ, ଏ ଟି ଏମ ରୁ ଟଙ୍କା ଉଠାଇବା ସମୟରେ, ନିଜ ଫୋନ କୁ ଅଜଣା କଲ ଆସିବା, ଓ ଟି ପି ନଂ ମାଗିବା ଏମିତି ବିଭିନ୍ନ ନୂଆ ନୂଆ ଉପାୟରେ ଏହି ଅଦୃଶ୍ୟ ଠକ ଚାରିଆଡେ ଛପି ଜଗି ବସିଛନ୍ତି. ସେମାନଂକୁ ଆମେ କିପରି ମୁକାବିଲା କରିବା ସେ ବିଷୟରେ ପୁଙ୍ଖାନୁପୁଙ୍ଖ ବୁଝାଇଥିଲେ. ଏହି କାର୍ଯ୍ୟକ୍ରମ ସିଆଳି ପଞ୍ଚାୟତ ଅଫିସର ଭଗବାନ ନାୟକ ଓ ଗିରିଧର ପାତ୍ର, ଯୋଗାଣ ସହାୟକ ପରିଚାଳନା କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ଆନନ୍ଦ ପାତ୍ର ଉପସ୍ଥିତ ଥିଲେ.ସରପଞ୍ଚ ଶ୍ରୀ ପଟନାୟକ ସମସ୍ତ ଏମ ଵି କେ, ସି ଆର ପି ଓ ମହିଳା ସ୍ୱୟଂ ସହାୟକ ମା ମାନଙ୍କୁ ଡ଼ାକି ଥିଲେ କିନ୍ତୁ ସେମାନେ ଷ୍ଟ୍ରାଇକରେ ଥିବାରୁ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ନ ଥିଲେ ବୋଲି କହିଥିଲେ.( ରାଧାନାଥ ଚୌଧୁରୀ )

You may have missed