September 21, 2024

ଓଡିଶା ଟାଏକୋଣ୍ଡୋ ଟିମ ଚାମ୍ପିୟନ  ପୂମସି ଇଭେଣ୍ଟ 

Share

 

ଚଳିତ ମାସ ସେପ୍ଟେମ୍ବର ମାସ 8 ରୁ 10 ତାରିଖ ପର୍ଯନ୍ତ ଟାଏକୋଣ୍ଡୋ ଫେଡେରେସନ ଅଫ ଇଣ୍ଡିଆ ଦ୍ୱାରା 41ତମ ଜୁନିଅର ଓ 38ତମ ସବ ଜୁନିଅର ଜାତୀୟ କିରୋଗୀ ଓ 14ତମ ଜୁନିଅର ଓ 12ତମ ସବ ଜୁନିଅର ପୁମସି ଟାଏକୋଣ୍ଡୋ ପ୍ରତିଯୋଗିତା ଉତ୍ତର ପ୍ରଦେଶ ଅଗ୍ରା ଠାରେ ଅନୁଷ୍ଠିତ ହୋଇଯାଇଛି.

 

ଓଡିଶା ଟାଏକୋଣ୍ଡୋ ସଙ୍ଘ ତରଫରୁ ପ୍ରତିଯୋଗିତାରେ ବାଳକ ପ୍ରତିଯୋଗୀ 31ଜଣ ଓ ବାଳିକା ପ୍ରତିଯୋଗୀ 24 ସମୁଦାୟ ଓଡିଶାରୁ 55ଜଣ ବାଳକ ଓ ବାଳିକା ପ୍ରତିଯୋଗୀ ଉଭୟ ଜୁନିଅର ଓ ସବ ଜୁନିଅର ଚାମ୍ପିୟନସିପ ରେ କିରୋଗୀ ଓ ପୂମସି ଇଭେଣ୍ଟରେ ଅଂଶ ଗ୍ରହଣ କରିଥିଲେ.

ଓଡିଶା ଟିମକୁ ତଦାରଖ ପାଇଁ 10ଜଣ ପୁରୁଷ କୋଚ ଓ 4ଜଣ ମହିଳା କୋଚ ମନୋନୀତ ହୋଇ ପଠାଯାଇଥିଲା.

 

ଓଡିଶା ଟାଏକୋଣ୍ଡୋ ସଙ୍ଘରୁ 3ଜଣ ଜାତୀୟ ରେଫରୀ ପାୟଲ ବଡ଼ଜେନା, ଅଶୋକ ସେଠି ଓ ଦୀପକ କୁମାର ପ୍ରଧାନ ଜାତୀୟ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ.

 

ଏହି ପ୍ରତିଯୋଗିତାରେ ଓଡିଶା ଟାଏକୋଣ୍ଡୋ ସଙ୍ଘର ସାଧାରଣ ସମ୍ପାଦକ ତଥା ଅନ୍ତର୍ଜାତୀୟ ଟାଏକୋଣ୍ଡୋ ମାଷ୍ଟରଙ୍କ ତତ୍ୱାବଧାନରେ କିରୋଗୀ ଇଭେଣ୍ଟ ରେ ଓଡିଶା ଟିମ ସ୍ଵର୍ଣ ପଦକ 3ଟି, ରୌପ୍ୟ ପଦକ 7ଟି ଓ କଂସ୍ୟ ପଦକ 11ଟି ପଦକ ଜିତିଥିଲା ବେଳେ ପୂମସି ଇଭେଣ୍ଟ ରେ 20ଟା ସ୍ଵର୍ଣ ପଦକ ପଦକ ହାସିଲ କରି ପୁମସି ଇଭେଣ୍ଟରେ ଚାମ୍ପିୟନ ଟ୍ରଫି ଓଡ଼ିଆ ଟିମ ହାସିଲ କଲା.

 

ଟିମ ସଫଳତା ପାଇଁ ଓଡିଶା ଟାଏକୋଣ୍ଡୋ ସଙ୍ଘର ସଭାପତି ଓ କୋଷାଧକ୍ଷ କେ. ମନୋଜ ପ୍ରଧାନ ସହ ସମସ୍ତ ପଦାଧିଜାର ଟିମ ତଥା ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି.

 

ଟିମ ଟ୍ରଫି ସହ ଓଡିଶା ଟିମ ଗତକାଲି ଏକ୍ସପ୍ରେସ ଟ୍ରେନରେ ପୁରୀ ରେଲୱେ ଷ୍ଟେସନରେ ପହଂଚିଥିଲା l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l