September 21, 2024

ଗର୍ଭବତୀ ମହିଳା ଙ୍କୁ ରକ୍ତଦାନ କଲେ ସରପଞ୍ଚ l 

Share

 

 

ପଦ୍ମପୁର : (ଜୟନ୍ତ କୁମାର ସେଠ) ରକ୍ତଦାନ ଏକ ମହତ୍ ଦାନ ର ଉଦାହରଣ ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ତ ବରିକେଳ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀ ଦୀନେଶ କୁମାର ସେଠ ଆଜି ଅସହାୟ ଗର୍ଭବତୀ ମହିଳା ଙ୍କୁ ରକ୍ତଦାନ କରି ମାନବିକତା ର ପରିଚୟ ଦେଇଛନ୍ତି l ମହିଳା ହେଉଛନ୍ତ ପାଇକମାଳ ବ୍ଲକ ଚୁହାପାଲି ଗ୍ରାମର l ଶ୍ରୀ ସେଠ ଖବର ପାଇବା ପରେ ଭେଁଉରିଆ ସରପଞ୍ଚ ଶ୍ରୀ ଚୈତନ୍ୟ ଲୋହାର ଙ୍କୁ ସାଙ୍ଗରେ ନେଇ ଶୀଘ୍ର ମେଡିକାଲ ପହଞ୍ଚି ରକ୍ତଦାନ କରିଥିଲେ l ସରପଞ୍ଚ ଦୀନେଶ କୁମାର ସେଠ 2006 ମସିହା ରୁ ଏପର୍ୟ୍ଯନ୍ତ 30ରୁ ଉର୍ଦ୍ଧ ଜଣଙ୍କୁ ରକ୍ତଦାନ କରିଛନ୍ତି l ସେ ଜଣେ ସରପଞ୍ଚ ହୋଇ ପଞ୍ଚାୟତ ର ଲୋକଙ୍କ ସେବା କରିବା ସାଙ୍ଗେ ପଞ୍ଚାୟତବାସୀ ଙ୍କ ସୁଖ, ଦୁଃଖ ରେ ସବୁବେଳେ ଛିଡାହୋଇ ସାହାଯ୍ୟ ର ହାତ ବଢ଼ାଇଥାନ୍ତି l