May 15, 2026

ଉମରକୋଟ ଠାରୁ 6 ଟି ସରକାରୀ ବସ ଚଳାଚଳ ପାଈଁ ଗଣ ଶିକ୍ଷା ମନ୍ତ୍ରୀ ଙ୍କ ପରିବହନ ମନ୍ତ୍ରୀଙ୍କୁ ଅନୁରୋଧ…

IMG-20240723-WA0004
Share

 

ଉମରକୋଟ:- (ଏମ୍.ଦିନା°ଶୁ ଆଚାରୀ) ଉମରକୋଟ ର ବିଧାୟକ ତଥା ଗଣ ଶିକ୍ଷା ଓ ଆଦିବାସି ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଙ୍କୁ ଆଜି ରାଜ୍ୟ ସଚିବାଳୟ ଠାରେ ବ୍ୟକ୍ତି ଗତ ଭାବେ ସାକ୍ଷାତ କରି ତୁରନ୍ତ ଉମରକୋଟ ଠାରୁ ୬ଟି ସରକାରୀ ବସ ଚଳାଚଳ ପାଇଁ ଏକ ଅନୁରୋଧ ପତ୍ର ପ୍ରଦାନ କରିଛନ୍ତି। ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରଦାନ କରିଥିବା ଅନୁରୋଧ ପତ୍ର ରେ ତୁରନ୍ତ ଦୀର୍ଘ ବର୍ଷ ଚାଲିବା ପରେ ବନ୍ଦ ହୋଇ ଯାଇଥିବା ସରକାରୀ ବସ ଜୟପୁର ଠାରୁ ରାୟପୁର ଭ।ୟ। ଉମରକୋଟ କୁ ପୁନର୍ବାର ଚଳାଚଳ କରିବା, ଅନେକ ବର୍ଷ ଧରି ଚାଲିବା ପରେ ବନ୍ଦ ହୋଇଥିବା ଉମରକୋଟ ଠାରୁ ବିଜୟନଗରମ ବସ, ବନ୍ଦ ହୋଇ ଯାଇଥିବା ରାଇଘର ଠାରୁ ବିଶାଖାପାଟଣା ବସ କୁ ପୁନର୍ବାର ଚଳାଚଳ କରିବା, ଉମରକୋଟ ଠାରୁ ସମ୍ବଲପୁର , ଉମରକୋଟ ରୁ ହାଇଦ୍ରାବାଦ ଭ।ୟ। ମାଲକାନଗିରି, ଉମରକୋଟ ଠାରୁ ପୁରୀ ଏକ ଭଲଵ ବସ ଚଳାଚଳ ପାଇଁ ଅନୁରୋଧ କରିଛନ୍ତି। ମନ୍ତ୍ରୀ ବିଭୁତି ଭୂଷଣ ଜେନା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କୁ ବିଭାଗ ଗୁରୁତର ସହ ବିଚାର କରି ଏହା ଉପରେ ପଦକ୍ଷେପ ନେବ ବୋଲି ନିର୍ଭର ପ୍ରତିଶୃତି ଦେଇ ଥିଲେ।। ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଅନୁରୋଧ ପତ୍ର ପ୍ରଦାନ କରିବା ସମୟ ରେ ରାଜ୍ୟ ବିଜେପି ସମ୍ପାଦକ ତଥା ବରିଷ୍ଠ ବିଜେପି ନେତା ରମେଶ ଚନ୍ଦ୍ର ସାହୁ ଓ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ର କୋଷାଧ୍ୟକ୍ଷ ସନ୍ତୋଷ କୁମାର ମହାପାତ୍ର ଉପସ୍ଥିତ ଥିଲେ।