May 15, 2026

ଉମରକୋଟ ରେ ଗଛ ପଡି ରାସ୍ତା ଅବରୋଧ…..

IMG-20240723-WA0005
Share

 

 

ଉମରକୋଟ:- (ଏମ୍.ଦିନା°ଶୁ ଆଚାରୀ ) ପ୍ରାୟ ଏକ ସପ୍ତାହ ହେବ ନବରଙ୍ଗପୁର ଜିଲ୍ଲା ରେ ଲଗାଣ ବର୍ଷା ଜାରି ରହିଛି!ଯାହାଫଳରେ ବିଭିନ୍ନ ସ୍ଥାନରେ ରାସ୍ତା, ପୋଲ ଆଦି ଖରାପ ହେବା ଦ୍ୱାରା ଯାତାୟାତ ଠପ ହେବା ସହ କେତୋଟି ଗ୍ରାମରେ ଘର ଭୁଶୁଡି ପଡିବା ଦୃଶ୍ୟ ଦେଖିବାକୁ ମିଳିଛି!ସେପରି ଆଜି ସକାଳ ପ୍ରାୟ ୧୦ଘଂଟିକା ସମୟରେ ଉମରକୋଟ ବ୍ଲକ ଅଧୀନରେ ଥିବା ବେହେଡା ହାଟପଦା ଠାରେ ଏକ ବିରାଟ ଆମ୍ବ ଗଛ ପଡି ଯିବାରୁ ଉମରକୋଟ ରୁ ରାଇଘର ରାସ୍ତା କିଛି ସମୟ ପାଇଁ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଥିଲା । ମିଳିଥିବା ସୂଚନା ଅନୁସାରେ ବେହେଡା ହାଟପଦା ନିକଟରେ ଥିବା ଏକ ବିରାଟ ଆମ୍ବ ଗଛ ମୁଖ୍ୟ ରାସ୍ତା ଉପରେ ପଡ଼ିଯାଇଥିଲା। ସୈାଭାଗ୍ୟ ବଶତଃ ଏହି ଗଛ ପଡି କାହାର କିଛି କ୍ଷତି ହୋଇନାହିଁ। ମୁଖ୍ୟ ରାସ୍ତାରେ ଗଛ ପଡିବା ଫଳରେ ରାସ୍ତାରେ ଉଭୟ ପାର୍ଶ୍ଵରେ ଗାଡ଼ି ମୋଟର ଗୁଡ଼ିକ ଅଟକି ରହିଥିଲା । ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗଛ ଟିକୁ କାଟି ରାସ୍ତା ସଫା କରିଥିଲେ। ଫଳରେ ଗାଡ଼ି ମୋଟର ଯାତାୟାତ ସ୍ବାଭାବିକ ହୋଇଥିଲା।ସେପଟେ ଉମରକୋଟ ଠାରୁ ରାଇଘର ରାସ୍ତା ଅତି ସୋଚନୀୟ ହୋଇପଡ଼ିଥିବାରୁ ଲୋକଙ୍କୁ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି!