October 5, 2024

ଭଂଜନଗର ଜୟ ଶ୍ରୀ ହନୁମାନ ସ୍ଵେଚ୍ଛାସେବୀ ସଂଘ, ରଘୁନାଥ ମନ୍ଦିର ତରଫରୁ ବ୍ୟାପକ ବୃକ୍ଷ ରୋପଣ 

Share

 

ଭଂଜନଗର, ୨୧ ଜୁଲାଇ:

ମାନବ ଜୀବନ ନୁହଁଇ କେବଳ ବର୍ଷ ମାସ ଦିନ ଦଣ୍ଡ, କର୍ମେ ଜିଏଁ ନର କର୍ମ ଏକାତାର ଜୀବନର ମାନଦଣ୍ଡ । ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କର ଏହି ହୃଦୟସ୍ପର୍ଶୀ ଲେଖାଟି ବହୁତ ଗୁରୁତ୍ୱ ବହନ କରିଥାଏ। ବାସ୍ତବ ରେ ଜଣେ ମଣିଷ ର ପ୍ରକୃତ ପରିଚୟ ତାହାର କର୍ମ। କର୍ମ ଯଦି ସୁକର୍ମ ହୋଇଥାଏ, ତାହାର ମହକ ଓ ସୁଖ୍ୟାତି ଚାରିଆଡ଼େ ବ୍ୟାପଯାଏ। ଏବଂ କର୍ମ ଯଦି କୁକର୍ମ ହୋଇଥାଏ, ତେବେ ନିନ୍ଦା ଅପବାଦ ର ଲାଞ୍ଛନା ମିଳିଥାଏ। ମଣିଷ ର ମହକ ଚତୁର୍ଦିଗ କୁ ଅନାୟାସରେ ବ୍ୟାପିଥାଏ ତାହାର ମହତ୍ କାର୍ଯ୍ୟ ପାଇଁ। ଆଜିର ଦୁନିଆରେ ସମସ୍ତେ ଅର୍ଥ ପଛରେ ଧାଉଁଥିବା ବେଳେ ସମାଜ ରେ ଏଭଳି କିଛି ବ୍ୟକ୍ତିବିଶେଷ ଓ ସଂଗଠନ ତଥା ଅନୁଷ୍ଠାନ ଅଛନ୍ତି ଯେଉଁମାନେ ସମାଜ ପାଇଁ ନିଃସ୍ଵାର୍ଥପର ଭାବେ ସମାଜ ସେବାରେ ମନୋନିବେଶ କରିଥାନ୍ତି। ଭଂଜନଗର ସହରର ଏଭଳି କିଛି ସଂଗଠନ ଅଛି, ଯେଉଁ ସଂଗଠନ ଗୁଡିକ ବର୍ଷ ସାରା ଜନହିତକର କାର୍ଯ୍ୟ ରେ ମନୋଯୋଗ କରିଥାନ୍ତି। ସେହି ଅନୁଷ୍ଠାନ ମାନଙ୍କ ମଧ୍ୟରୁ ଗୋଟିଏ ସ୍ଵେଚ୍ଛାସେବୀ ଅନୁଷ୍ଠାନ ହେଉଛି ଜୟ ଶ୍ରୀ ହନୁମାନ ସ୍ଵେଚ୍ଛାସେବୀ ସଂଘ, ରଘୁନାଥ ମନ୍ଦିର, ଭଂଜନଗର।

ପରିବର୍ତ୍ତିତ ପରିସ୍ଥିତି ରେ ଏ ଉତ୍ତପ୍ତ ମୟ ପୃଥିବୀ, ଅଶାନ୍ତ ଜଳରାଶି ଏବଂ ଅନୀୟମିତ ପ୍ରାକୃତିକ ପରିବର୍ତ୍ତନ ବର୍ତମାନ ଏ ସଂପୂର୍ଣ୍ଣ ଜୀବଜଗତ କୁ ଧ୍ବଂସାଭିମୁଖୀ କରାଉଥିବା ଏକ ପ୍ରକାର ନିଶ୍ଚିତ। ଏ ସଚରାଚର ଜୀବଜଗତ ଏକ ଅନିଶ୍ଚିତତା ମଧ୍ୟ ଦେଇ ଗତି କରୁଛି। ବିଭିନ୍ନ ପ୍ରକାରର ପ୍ରାକୃତିକ ବିପର୍ଯ୍ୟୟ ଯଥା : ବିଶ୍ଵ ତାପନ, ସବୁଜ କୋଠରୀ ପ୍ରଭାବ ବରଫାବୃତ ଅଞ୍ଚଳ ତରଳିବା, ସୁନାମି, ଭୂମିକମ୍ପ, ବଜ୍ରପାତ ଭଳି ପ୍ରାକୃତିକ ବିପର୍ଯ୍ୟୟ ଓ ଦୁର୍ବିପାକ କବଳରେ ଛନ୍ଦି ହୋଇପଡ଼ିଛି। ଏ ସମସ୍ତ ବିପଦ ରୁ ମୁକ୍ତି ପାଇବାର ଏକମାତ୍ର ସାଧନ ହେଉଛି ବ୍ୟାପକ ବୃକ୍ଷ ରୋପଣ। ଏହି କାରଣରୁ ଆଜି ସାରା ଦେଶରେ ଭାରତର ଜଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ଯୁକ୍ତ ନରେନ୍ଦ୍ର ମୋଦି ଙ୍କ ଆହ୍ଵାନ ରେ ମା’ଙ୍କ ନାମରେ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ବର୍ତ୍ତମାନ ସମଗ୍ର ଦେଶରେ ବନମହୋତ୍ସବ ସପ୍ତାହ ପାଳନ ମାଧ୍ୟମରେ ବ୍ୟାପକ ବୃକ୍ଷ ରୋପଣ କାର୍ଯ୍ୟ ଚାଲୁ ରହିଥିଲା ବେଳେ ଭଂଜନଗର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଘ ଜୟ ଶ୍ରୀ ହନୁମାନ ସ୍ଵେଚ୍ଛାସେବୀ ସଂଘ, ରଘୁନାଥ ମନ୍ଦିର, ଭଂଜନଗର ତରଫରୁ ଆଜି ଦିନ ତମାମ ଗଛ ଲଗା କାର୍ଯ୍ୟ ଜାରୀ ରହିଥିଲା। ସଂଘ ର ସଭାପତି ଶ୍ରୀ ଏ ମନୋଜ କୁମାର ଙ୍କ ନେତୃତ୍ବରେ ଉପସଭାପତି ପି ନିଗମ ପ୍ରସାଦ ପାତ୍ର, ସଂପାଦକ ଲିଙ୍ଗରାଜ ନାୟକ, ସହ ସଂପାଦକ ଆଶୀର୍ବାଦ ମହାନ୍ତି, କୋଷାଧ୍ୟକ୍ଷ ପବିତ୍ର ନାୟକ ଉପ କୋଷାଧ୍ୟକ୍ଷ ଶରତ କୁମାର ମହାନ୍ତି, ଉପଦେଷ୍ଟା କିଶୋର ଚନ୍ଦ୍ର ବେହେରା, ସଂଘ ପରିଚାଳକ ପି ହେମନ୍ତ କୁମାର ରାଓ ଏବଂ ଆର୍ ବୁଟୁ ଙ୍କ ସହାୟତା ରେ ବ୍ୟାପକ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭଂଜନଗର ନିକଟସ୍ଥ ଚାକୁଣ୍ଡାପଲ୍ଲୀ ଗ୍ରାମରେ ବିଜେ ମା ହାତୀ ମୁଣ୍ଡା ଠାକୁରାଣୀ ପୀଠ, ଭଂଜନଗର ମା ବୁଢ଼ୀ ଠାକୁରାଣୀ ସମ୍ମୁଖରେ ଥିବା ଶ୍ମଶାନ ଘାଟ ତଥା ରାସ୍ତା ପାର୍ଶ୍ଵ ଏବଂ ଅଗଝୋଳ ଗ୍ରାମ ନିକଟବର୍ତ୍ତୀ ତଥା ସତ୍ୟସାଇ ବିଦ୍ୟାଳୟ ପଛଭାଗ ପୋଖରୀ ହୁଡ଼ାରେ ଯଥା ବିଧିବିଧାନ ପୂଜାର୍ଚ୍ଚନା ପୂର୍ବକ ବିଭିନ୍ନ ପ୍ରକାରର ୧୦୮ ଟି ବୃକ୍ଷ ଚାରା ରୋପଣ କରାଯାଇଛି। ଏହି ପବିତ୍ର ତଥା ମହତ୍ କାର୍ଯ୍ୟ ରେ ପ୍ରକୃତି ବନ୍ଧୁ ଏବଂ ପ୍ରକୃତି ମିତ୍ର ସମ୍ମାନୀତ ବିଜ୍ଞାନ ଶିକ୍ଷକ ଶ୍ରୀ ଦ୍ଵିତୀକୃଷ୍ଣ ଲେଙ୍କା ଉପସ୍ଥିତ ରହି ସମସ୍ତ ପ୍ରକାରର ସାହାଯ୍ୟ ଓ ସହଯୋଗ କରିଥିଲେ। ସଂଘର ସମସ୍ତ କର୍ମକର୍ତ୍ତା ଯଥା ବାଲୁ, ଦିଲିପ, ଦୀପକ୍, ଦୀପୁ, ସତ୍ୟଜିତ, ଅନିଲ, ସୁରେନ୍ଦ୍ର, ବୃନ୍ଦାବନ, ସରୋଜ, ସୂର୍ଯ୍ୟ, ସତ୍ୟନାରାୟଣ, ସୁନୀଲ, ଶିବରାମ, ପ୍ରମୋଦ, ଭବାନୀ, କୁନା, ଦିବାକର, ଶିବରାମ, ଅମିତ୍, କେଶବ, କାଳିଆ, କେଦାର, ରୁଦ୍ର- ୧, ରୁଦ୍ର -୨, ରବି, ଭିକି, ବିଭୁ, ସିମାଞ୍ଚଳ, ସରବିଶ୍, ରାଜେଶ୍, ସୁଶାନ୍ତ, ବିକାଶ, ସଞ୍ଜୟ, ରାଜା, ବଳଭଦ୍ର, ଗୋପାଳ, ଅସିତ୍, ଦିବ୍ୟସିଂହ, ଗୋବିନ୍ଦ, ଟୁନା ଏବଂ ରବି ଉପସ୍ଥିତ ରହି ସଂପୂର୍ଣ୍ଣ କାର୍ଯ୍ୟ ସଂପାଦନ କରିଥିଲେ। ସଂଘର ଏଭଳି ଜନହିତକର କାର୍ଯ୍ୟ ଓ ପଦକ୍ଷେପକୁ ସବୁ ସ୍ତରରେ ସ୍ୱାଗତ ଓ ପ୍ରଶଂସା କରାଯାଉଛି। ଆଜିର ଏହି ସବୁଜ ବିପ୍ଳବ ଅଥବା ସବୁଜ ଆନ୍ଦୋଳନ ରେ ସମସ୍ତେ ସାମିଲ ହେବାପାଇଁ ଅନୁଷ୍ଠାନ ର ସମସ୍ତ ସଦସ୍ୟ ଜନସାଧାରଣ ଙ୍କୁ ନିବେଦନ କରିଥିଲେ।