June 15, 2026

ବୃତ୍ତି ଚୟନ ପାଇଁ ଏବେଠୁ ଲାଗ,ମୋବାଇଲ ଓ କାନ ଫୋନ ଠୁ ଦୁରେଇ ରହ..ରାଷ୍ଟ୍ର ନିର୍ମାଣ ରେ ଯୁବପ୍ରସ୍ତୁତି ପ୍ରଶିକ୍ଷଣ..

IMG-20240721-WA0028
Share

ସମ୍ବଲପୁର ତା।୨୧.୭.୨୪ ଦିନ ପୂର୍ବାହ୍ନ ରେ ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ତରଫରୁ ପିଲାଙ୍କ ପାଇଁ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ର ପଞ୍ଚଦଶ ସପ୍ତାହ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଲାଇବ୍ରେରି ର ନିଜସ୍ୱ ପ୍ରେକ୍ଷାଳୟରେ ସମାପିତ ହୋଇଯାଇଛି।ପ୍ରଥମ ଅଧିବେଶନ ପୂଜାର୍ଚ୍ଚନା ,ଗୁରୁପୁର୍ଣିମା ସନ୍ଦେଶ ଓ ପ୍ରାର୍ଥନା ପରେ ଜୀବନ ରେ ବୃତ୍ତି ପ୍ରସ୍ତୁତି ର ମହତ୍ତ୍ୱ ଉପର ଆଲୋଚନା ଆରମ୍ଭ କରି ବୁର୍ଲା ଭିସୁଟ ର ତାଲିମ ଓ ନିଯୁକ୍ତି ବିଭାଗୀୟ ମୁଖ୍ୟ ପ୍ରଫେସର ପ୍ରଶାନ୍ତ ନନ୍ଦ ଜୀବନ ରେ ବୃତ୍ତି ଚୟନ ର କୌଶଳ ଓ ମହତ୍ତ୍ୱ ଉପରେ ପିଲାଙ୍କୁ ବିଭିନ୍ନ ଉଦାହରଣ ମାଧ୍ୟମ ରେ ଜୀବନ ରେ ସଫଳତା ହାସଲ କରିବାକୁ ଏବେଠୁ ପ୍ରସ୍ତୁତି ଆରମ୍ଭ କରବାକୁ ଆହ୍ୱାନ ଦେଇଥିଲେ।ଦ୍ଵିତୀୟ ଅଧିବେଶନ କୁ ଆରମ୍ଭ କରି ବିଶିଷ୍ଟ ଡାକ୍ତର ରମାବଲ୍ଲଭ ମିଶ୍ର ମଣିଷ ପାଇଁ କାନ, ନାକ ଇ ଗଳା ର ବିଶେଷତ୍ୱ ଉପରେ ଗୁରୁତ୍ୱ ପ୍ରଦାନ ପୂର୍ବକ କାନ ର କାମ ଓ ଗଠନ ଉପରେ ପିଲାଙ୍କୁ ବିଶଦ ଭାବରେ ବୁଝେଇ ବିଭିନ୍ନ ଉଦାହରଣ ମାଧ୍ୟମରେ ଶବ୍ଦ ପ୍ରଦୂଷଣ ଓ ମୋବାଇଲ ର ଅପବ୍ୟବହାର ତଥା କାନ ଫୋନ କିପରି ଆମ କାନ ସମେତ ସମଗ୍ର ଶରୀର କୁ କ୍ଷତି କରିଥାଏ ତାହା ବିଶଦ ଭାବେ ବୁଝେଇ ଏସବୁରୁ ଦୁରେଇ ରହିବାକୁ ପିଲାଙ୍କୁ ପରାମର୍ଶ ଦେଇଥିଲେ।କାର୍ଯ୍ୟକ୍ରମ ର ସଂଯୋଜକ ରାଜେନ୍ଦ୍ର କୁମାର ପଣ୍ଡା ସମଗ୍ର ବ୍ୟବସ୍ଥା କୁ ପରିଚାଳନା କରିଥିଲେ।ଶିବିର ରେ ପିଲାଙ୍କୁ ଉତ୍ସାହିତ କରବାପାଇଁ ପ୍ରୋଫେସର ଆଦିତ୍ୟ ପ୍ରସାଦ ପାଢ଼ୀ, ଶଙ୍କର ପ୍ରସାଦ ପତି, ମୁରଲୀଧର ପ୍ରେମନାଥ ନାୟକ,ଡ଼. ଗିରିଧାରୀ ହୋତା,, ଡାକ୍ତର ଜୟଦେବ ମେହେର,ଅର୍ଜୁନ ରଞ୍ଜନ ପଣ୍ଡା,ପୃଥିରାଜ ମିଶ୍ର,ଶାନ୍ତନୁ ପ୍ରଧାନ,ବିଭୁତିନାଥ ମାଝୀ, ରଘୁନାଥ ମିଶ୍ର, ଗୋଲକ ବିହାରୀ ମିଶ୍ର

,ଙ୍କ ସମେତ ଅନେକ ଅବିଭାବକ ଉପସ୍ଥିତ ଥିଲେ ।

ଶ୍ରୀ ବିଜୟ କୁମାର ସାହୁ ବୈଷୟିକ ସହାୟତା ପ୍ରଦାନ କରିଥିଲେ।ଶେଷରେ ଜାତୀୟ ସଙ୍ଗୀତ ଗାନ ପରେ ସଭା ଶେଷ ହୋଇଥିଲା।ଆଜିର ପ୍ରଶିକ୍ଷଣ ଶିବିର ରେ ୧୫ ଟି ହାଇସ୍କୁଲ ରୁ ୪୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ

—————————-

ଉପରୋକ୍ତ ସମ୍ବାଦ ଟିକୁ ପ୍ରକାଶନ ପାଇଁ ଅନୁରୋଧ

ରାଜେନ୍ଦ୍ର ପଣ୍ଡା

You may have missed