ପ୍ରାକ୍ତନ ଓଡିଶା ପ୍ରଶାସନିକ ଅଧିକାରୀ ସାରଦା ପ୍ରାସାଦ ମହାନ୍ତି ଙ୍କ ସ୍ମୃତିଶ୍ରଦ୍ଧାଞ୍ଜଳି ସଭା ..
ତିର୍ତ୍ତୋଲ ତା 24/8/2026 ଜଗତସିଂହପୁରଜିଲ୍ଲା, ତିର୍ତ୍ତୋଲବ୍ଲକ ଅଧିନ ତେନ୍ତୁଳିପଦା ଗ୍ରାମରେ ଗତ ସୋମବାର ଅପରାହ୍ନ ରେ ଅଧିକାରୀ ସୁରେଶ ଚନ୍ଦ୍ର ମହାନ୍ତି ଙ୍କ ସଭାପତିତ୍ବ ରେ ମା ସାରଳାଙ୍କ ବରପୁତ୍ର ସ୍ବର୍ଗତ ସାରଦା ପ୍ରସାଦ ମହାନ୍ତି ଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତିଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି l ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପପ୍ରଜ୍ବଳନ ଓ ସମବେତ ନିରବପ୍ରାର୍ଥନା ପରେ ପଣ୍ଡିତ ବାସବ ନନ୍ଦ ଗୀତାପାଠ କରିବାପରେ, ଝଙ୍କଡ଼ ସାହିତ୍ୟ ସଂସଦ ର ସଭାପତି ମହେନ୍ଦ୍ର କୁମାର ଆଚାର୍ଯ୍ୟ ଙ୍କ ସଭାପତିତ୍ବ ରେ ଓ ପ୍ରାକ୍ତନ ପ୍ରଶାସନିକଅଧିକାରୀ ସୁରେଶ ଚନ୍ଦ୍ର ମହାନ୍ତି ଙ୍କ ସଂଚାଳନ ରେ ଆୟୋଜିତ ଏହି ସ୍ମୃତିସଭାରେ, ସାରଳାମନ୍ଦିରର ପ୍ରଶାସନିକ ଅଧିକାରୀ ତଥା ସ୍ବର୍ଗତ ସାରଦା ବାବୁ ଙ୍କ ସାନଭାଇ ବରଦା ପ୍ରସାଦ ମହାନ୍ତି ନିମନ୍ତ୍ରିତ ଅତିଥି ମାନଙ୍କୁ ମଞ୍ଚକୁ ସ୍ୱାଗତ କରିଥିଲେ l ଏଥିରେ ବେରଣ୍ୟଅତିଥି ଭାବରେ ପ୍ରାଧ୍ୟାପିକା ବିଷ୍ଣୁପ୍ରିୟା ଦାସ, ଝଙ୍କଡ଼ରତ୍ନ ଗୋଲୋକ ବିହାରୀ ପଲାଇ, ନବରଙ୍ଗପୁର ଏ ଡି ଏମ ପ୍ରମୋଦ କୁମାର ପୃଷ୍ଟି, ବିବୁଧ କୁମାର ମହାନ୍ତି ଓ ନାରାୟଣ ନାୟକ ପ୍ରମୁଖ ଯୋଗଦେଇ ତାଙ୍କ ଜୀବନଚର୍ଯ୍ୟା ଓ ନିଜନିଜର ଅନୁଭବ ଅନୁଭୂତି ର ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଝୁଲାରାମ ଦାସ, ଚୌଧୁରୀ ରାଧାମୋହନ ପରିଜା, ବାଇଧର ନାୟକ, ବିରଜା ପ୍ରସନ୍ନ ପରିଜା, ଭାଗିରଥି ମହାନ୍ତି, ଦିଗମ୍ବର ରାଉତ, ଆଶିଷ କୁମାର ପରିଜା ପ୍ରମୁଖ ବହୁ ଜ୍ଞାନୀ ଗୁଣୀ ପଣ୍ଡିତ, ସାରସ୍ୱତ ସାଧକ ଓ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ମଧ୍ୟ ସ୍ବର୍ଗତ ସାରଦା ମହାନ୍ତି ଙ୍କ ଯଶ କୀର୍ତ୍ତି ଖ୍ୟାତି ଉପରେ ଆଲୋଚନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ତେବେ ଏହିସମସ୍ତ କାର୍ଯ୍ୟକ୍ରମ କୁ ସୁପର୍ଣ୍ଣାମହାନ୍ତି, ବେଦାନ୍ତ ବଲ୍ଳଭ ମହାନ୍ତି, କ୍ଷୀରାବ୍ଧି ତନୟା ମହାନ୍ତି, ବିରଜା, ଜ୍ୟୋତି, ଡଲି, ଶର୍ମିଷ୍ଠା, ସୁରମା, ସୁପ୍ରଭl , ରୀନା, ଲୀନା, ଅଭୟ, ସୁବାସ, ପ୍ରମୋଦ, ଚିନ୍ମୟ ଓ ପ୍ରଶାନ୍ତ ଙ୍କ ସମେତ ସମସ୍ତଗ୍ରାମବାସୀ ମାନେ ପରିଚାଳନା କରିଥିଲେ l ବିଶେଷ କରି ଝଙ୍କଡ଼ ସାରଳା ମନ୍ଦିର ଓ ମା ବିଲ୍ଵସାରଳା ମନ୍ଦିର ର ସମସ୍ତ ପଣ୍ଡାସେବକ ମାନେ ମଧ୍ୟ ଏଥିରେ ଯୋଗଦେଇ ଶୋକସନ୍ତପ୍ତ ପରିବାରବର୍ଗ ଙ୍କୁ ଆଶୀର୍ବାଦ କରି ସମବେଦନା ଜ୍ଞାପନ କରିଥିଲେ l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
