May 13, 2026

ଘୁମୁସର ର ସ୍ବର” ପକ୍ଷରୁ ୧୩୯ତମ ସାହିତ୍ୟ ଆଲୋଚନା ଚକ୍ର 

IMG-20240721-WA0032
Share

ବୁଗୁଡ଼ା : ତା ୨୧/୦୭/୨୪ : କରଚୁଲି ସ୍ଥିତ ବ୍ୟାଘ୍ରାମ୍ବରୀ ମଠ ପ୍ରାଙ୍ଗଣରେ “ଘୁମୁସର ର ସ୍ବର” ବାଲିପଦର ପକ୍ଷରୁ ବ୍ୟାସ ପୁର୍ଣ୍ଣିମା ଅବସରରେ ୧୩୯ତମ ସାହିତ୍ୟ ଆଲୋଚନା ଚକ୍ର ପ୍ରତିଷ୍ଠାନର ସଭାପତି ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୌରହିତ୍ଯରେ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ “କୃଷ୍ଣଦ୍ବିପାୟନ ତଥା ଗୁରୁ ବ୍ୟାସ” ଶୀର୍ଷକ ଆଲୋଚନା ଚକ୍ରକୁ ମଠ ମହନ୍ତ ସତ୍ୟାନନ୍ଦ ମହାରଜା ଉଦଘାଟନ କରି ବେଦ, ଉପନିଷଦ, ଅଷ୍ଟାଦଶ ପୁରାଣ, ଗୀତା ଓ ଭାଗବତ ପଠନ ଦ୍ବାରା ପଥଭ୍ରଷ୍ଟ ଯୁବ ସମାଜ ମାନସିକ ସ୍ତରରେ ପରିବର୍ତ୍ତନ ହୋଇ ସମାଜର ମୁଖ୍ଯ ସ୍ରୋତକୁ ଆସିପାରିବେ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟତମ ଅତିଥି ଭାବେ ବରିଷ୍ଠ ସାହିତ୍ୟିକ ମୋତିଲାଲ୍ ପତି, କବି ଅନନ୍ତ କର, ଗହଣ ଦଳ ସର୍ଦ୍ଦାର ଲିଙ୍ଗରାଜ ଦାଶ, କାମରାଜୁ ସାହାଣୀ, ଜି. ରାଜେଶ୍ବର ପାତ୍ର ପ୍ରମୁଖ ଗୁରୁ ପରମ୍ପରା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । କବି କୃଷ୍ଣଚନ୍ଦ୍ର ଡାକୁଆ, ସୁରେଶ ଚନ୍ଦ୍ର ପାଢ଼ୀ ,ପଞ୍ଚାନନ ପୋଲାଇ , ଧ୍ରୁବ ପାଣିଗ୍ରାହୀ ,ତିରୁପତି ବାଲାଜି ପ୍ରଧାନ ପ୍ରମୁଖ କବିତା ପାଠ କରିଥିବା ବେଳେ ପରିଶେଷରେ ଖଲି ପରିଡା ଧନ୍ଯବାଦ ଅର୍ପଣ କରିଥିଲେ