ଚନ୍ଦ୍ରଗିରି ବନାଞ୍ଚଳରେ ୯୦ହଜାରରୁ ଉର୍ଦ୍ଧ୍ବ ସଗୁଆନ ଗଣ୍ଡି ସହ ଦୁଇ ଆସାମୀ ଅଟକ ତଦନ୍ତ ଆରମ୍ଭ
ଗଜପତି ଜିଲ୍ଲା ଚନ୍ଦ୍ରଗିରି ବନାଞ୍ଚଳ ଅନ୍ତର୍ଗତ ପୁଡ଼ାମାରି ନିକଟସ୍ଥ ରାଜପୁର ଗ୍ରାମର ଏକ ପାଳ ଗଦା ତଳେ ଲୁଚାଇ ରଖିଥିବା ୩୬ ଟି ଶାଗୁଆନ ଗଣ୍ଡିକୁ ଆଜି ସ୍ଥାନୀୟ ବନାଞ୍ଚଳ ଅଧିକାରୀ ସୁବାଷ ଚନ୍ଦ୍ର ବେହେରା ସଦଲବଳେ ଅଚାନକ ଚଢାଉ କରି ଜବତ କରିବା ସହ ଦୁଇ ଆସାମୀ ସ୍ଥାନୀୟ ରାଜପୁର ଗ୍ରାମର ଭୀମ ଗମାଙ୍ଗ ଙ୍କ ସହ କଂସାମାରୀ ଗ୍ରାମର ଶିବରାମ ଦୋରା ଙ୍କୁ ଅଟକ ରଖି ତଦନ୍ତ କରୁଛନ୍ତି ବିଭାଗୀୟ ଅଧିକାରୀ।ଜବତ ୩୬ଟି ଗଣ୍ଡିର ଆନୁମାନିକ ମୂଲ୍ୟ ୯୦hajar ଟଙ୍କା ହେବ ବୋଲି ଆକଳନ କରିଛି ବନ ବିଭାଗ।ଏହି ଚଢାଉ ରେ ରେଞ୍ଜରଙ୍କ ସମେତ ଫରେଷ୍ଟରସୁନୀଲ କୁମାର ମଣ୍ଡଳ, ଗାର୍ଡ ରଜତ କୁମାର ମାଳି,କାଳିଆ ପ୍ରଧାନ, ଗାୟତ୍ରୀ ପ୍ରଧାନ,ଦିଲ୍ଲୀପ କୁମାର ପାଣିଗ୍ରାହୀ, ବିଷ୍ଣୁପ୍ରିୟା ଗୌଡ଼ ଙ୍କ ସହ ଦଶରୁ ଉର୍ଦ୍ଧ୍ବ ରାତ୍ର ଜଗୁଆଳି ସହଯୋଗ କରିଥିଲେ।
