July 22, 2026

ଗଜପତି ଜିଲ୍ଲା ଜଳ ସମ୍ପଦ ବିଭାଗ ପକ୍ଷରୁ ପାଣି ପଞ୍ଚାୟତ ରଥକୁ ଶୁଭାରମ୍ଭ କଲେ ଜିଲ୍ଲାପାଳ

1
Share

ଆଜି ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଆନୁଷ୍ଠାନିକ ଭାବେ ପାଣି ପଞ୍ଚାୟତ ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।ଏହି ସମାରୋହରେ ଗଜପତି ଜିଲ୍ଲା ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଇଂ. ନଗେନ୍ଦ୍ରନାଥ ମହାରଣା ବଂଶଧାରା ନାଗାବଳୀ ଅବବାହିକା ଏହି ପାଣି ପଞ୍ଚାୟତ କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଭାବେ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ। ଏହା ସହ ରାଜସ୍ୱ ବିଭାଗ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ନାୟକ, ଡେପୁଟି କଲେକ୍ଟର ରାଜସ୍ୱ ନଟବର ଗରଡା, ଉପ-ଜିଲ୍ଲାପାଳ ପାରଳାଖେମୁଣ୍ଡି, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ପ୍ରକଳ୍ପ ନିର୍ଦେଶକ ଜଳ ବିଭାଜନ ପ୍ରକଳ୍ପ, ପି. ଜଗନ୍ନାଥ ଅଧିକ୍ଷଣ ଯନ୍ତ୍ରୀ କ୍ଷୁଦ୍ର ଜଳ ସେଚନ ବିଭାଗ, ଇଂ. ରାଜୀବ ପଣ୍ଡିତ ଅଧିକ୍ଷଣ ଯନ୍ତ୍ରୀ, ହରଭଙ୍ଗୀ ଜଳ ସେଚନ ବିଭାଗ ଅଡବା,ଇଂ. ସଞ୍ଜୟ ରଥ, ଅଧିକ୍ଷଣ ଯନ୍ତ୍ରୀ ପାରଳାଖେମୁଣ୍ଡି ପ୍ରମୁଖ ଉପସ୍ଥିତ ରହି ପାଣି ପଞ୍ଚାୟତ ରଥକୁ ଶୁଭାରମ୍ଭ କରିଥିଲେ।ଏହି ରଥ ଆଜିଠାରୁ ସାତ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବ୍ଲକ ବୁଲି ଲୋକଙ୍କୁ ପାଣି ସଂଚୟ ସହ ତାହାର ସଦ ବ୍ୟବହାର ସମ୍ପର୍କରେ ଅଞ୍ଚଳର ଲୋକଙ୍କୁ ସଚେତନ କରାଇବ ବୋଲି ଜଣାପଡିଛି।ଏହି ରଥ ସାତ ତାରିଖ ଦିନ ମୋହନା ବ୍ଲକରେ ଶେଷ ହେବ ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ।