ସି ସି ଡ଼ି ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସଂଘଠନ ର ନେତା ମୁଖିୟା ମାନଙ୍କୁ ନେଇ, ଶିଶୁ ସୁରକ୍ଷା ବିଷୟରେସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ସି ସି ଡ଼ି ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସଂଘଠନ ର ନେତା ମୁଖିୟା ମାନଙ୍କୁ ନେଇ, ଶିଶୁ ସୁରକ୍ଷା ବିଷୟରେସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ପାରଳାଖେମୁଣ୍ଡି:୩୧/୮(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର, ରାୟଗଡ଼ ବ୍ଲକରେ ଜିଲ୍ଲାପ୍ରଶାସନ ଓ କୈଳାଶ ସତ୍ୟାର୍ଥୀ ଚିର୍ଲେସ୍ନେ ଫଣ୍ଡ ଓ ସିସିଡି ଅନୁଷ୍ଟାନ ର ମିଳିତ ଉଦ୍ୟମରେ ବାଲ୍ୟ ବିବାହ, ଶିଶୁ ଚାଲାଣ, ଶିଶୁ ଯୌନ ନିର୍ଯାତନା ବନ୍ଦ କରିବା ସହ କିଶୋର ଓ କିଶୋରୀ ମାନଙ୍କ ସଶକ୍ତିକରଣ ନିମନ୍ତେ ଜାତି କୁଳ, ସମାଜ, ଓ ଭିବିନ୍ନ ସଂଗଠନର ମୁଖିଆ, ଓ ସରପଞ୍ଚ ମାନଙ୍କୁ ନେଇ ଏକ ବ୍ଲକ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ରାୟଗଡ ବ୍ଲକ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ କାର୍ଯ୍ୟକ୍ରମ ରେ ୯୦ ଜଣ ଜାତି, କୁଳ ସମାଜ ର ମୁଖିଆ, ICDS, ସ୍ବେଛାସେବୀ ସଂସ୍ଥା,ସରପଞ୍ଚ, ଓ ଓଡିଶା ଜୀବିକା ମିଶନ ରାୟଗଡାର କର୍ମକ୍ରତା ଉପସ୍ଥିତ ରହିଥିଲେ ୲ ଉକ୍ତ କାର୍ଯ୍ୟକ୍ରମରେ କିପରି ଜାତି, କୁଳ, ସମାଜ ଓ ବିଭିନ୍ନ ସଂଘଠନ ର ମୁଖିଆ ମାନେ କିପରି ନିଜ ଅଞ୍ଚଳରେ ଥିବା ଶିଶୁ ମାନଙ୍କୁ ସୁରକ୍ଷା ଯୋଗାଇବା, ଓ ସେମାନକୁ କିପରି ସଶକ୍ତିକରଣ କରିପାରିବା ସେହି ବିଷୟରେ ଆଲୋଚନା କରାଯାଇଥିଲା ।
ଶିଶୁ ସୁରକ୍ଷା ଅଧିକାରୀ, ଶିଶୁମାନଙ୍କ ବିଭିନ୍ନ ଯୋଜନା ବିଷୟରେ ଜଣାଇବା ସହ , ପାଞ୍ଚାୟତସ୍ତରେ 5% united ଗ୍ରାଣ୍ଡ କିପରି ଶିଶୁଙ୍କ ପାଇଁ ଖର୍ଚ କରିପାରିବା ସେହି ବିଷୟରେ ବୁଝାଇବା ସହ ସିଡ଼ିପିଓ ଶିଶୁ ପାଇଁ ଦିନଟିର କାର୍ଯ୍ୟକ୍ରମ ବିଷୟରେ ବୁଝାଇଥିଲେ ।
ଏହି କାର୍ଯ୍ୟକ୍ରମରେ, ଶ୍ରୀମତୀ, ପୂର୍ଣବାସୀ ନାୟକ, (ବ୍ଲକ ଅଧକ୍ଷ୍ୟା,), ଜ୍ୟୋତି ପ୍ରସାଦ ପାଣି( ବ୍ଲକ ଉପ- ଅଧକ୍ଷ), ଶ୍ରୀ ସୁଧୀର କୁମାର ସିଂ ( ବିଡ଼ିଓ), ଶ୍ରୀ ଅରୁଣ କୁମାର ତ୍ରିପାଠୀ ( ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ), ଶ୍ରୀ ଜଗନ୍ନାଥ ରାଜୁ ( ସିସିଡ଼ି-ସମ୍ପାଦକ), ସୁଶ୍ରୀ ତେରେସ୍କୋବା ମଲ୍ଲିକ (ସିଡ଼ିପିଓ), ଶ୍ରୀ ଧନେଶ୍ଵର କାଉଁର ( ବିଇଓ), ଲତିକା ଦେବୀ ( ଓଏଲଏମ- ବିପିସି), ସୁସ୍ମିତା (ଜିଲ୍ଲା ସଂଯୋଜକ- ଅରୁଣା), ବିଜୟ ପ୍ରଧାନ (ଜିଲ୍ଲା ସଂଯୋଜକ- ସିସିଡ଼ି), ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ କୈଳାଶ ସତ୍ୟାର୍ଥୀ ଚିଲିଡ୍ରେନ୍ସ ଫଣ୍ଡ ଓ ଅରୁଣା ଅନୁଷ୍ଟାନ ର କର୍ମଚାରୀ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।