November 25, 2024

ଓଡ଼ିଆ ଭାଷାକୁ ସାର୍ବଜନୀନ କ୍ଷେତ୍ରରେ ପ୍ରୟୋଗ ଦିଗରେ ସରକାରଙ୍କ ଉଦାସୀନତା ବିରୋଧରେ ଆତ୍ମାହୁତି ନିଷ୍ପତ୍ତି ସ୍ଥଗିତ-

Share

ଓଡ଼ିଆ ଭାଷାକୁ ସାର୍ବଜନୀନ କ୍ଷେତ୍ରରେ ପ୍ରୟୋଗ ଦିଗରେ ସରକାରଙ୍କ ଉଦାସୀନତା ବିରୋଧରେ ଆତ୍ମାହୁତି ନିଷ୍ପତ୍ତି ସ୍ଥଗିତ-——-
ରାଜ୍ୟରେ ସରକାରୀ କାର୍ଯ୍ୟାଳୟ, କୋର୍ଟ, କଚେରୀ ତଥା ଅନ୍ୟାନ୍ୟ ଅନୁଷ୍ଠାନଗୁଡ଼ିକରେ ଓଡ଼ଇା ଭାଷାର ସାର୍ବଜନିନ ବ୍ୟବହାର କରିବା ପାଇଁ ବାରମ୍ବାର ଅାଇନ ବ୍ୟବସ୍ଥା ଥିଲେ ମଧ୍ୟ ଏ ଦିଗରେ ରାଜ୍ୟ ସରକାର କୌଣସି ଦୃଢ଼ ପଦକ୍ଷେପ ଗ୍ରହଣ ନ କରିବା ଯୋଗୁଁ ଓଡ଼ିଶା ପ୍ରଦେଶ ଗଠନର 77 ବର୍ଷ ବିତିଯାଇଥିଲେ ମଧ୍ୟ ଅନ୍ତର୍ଜାତୀୟ ଭାଷା ସୁରକ୍ଷା ସଂସ୍ଥାନ ପକ୍ଷରୁ ଏହାର ପ୍ରମୁଖ ବ୍ୟକ୍ତିତ୍ୱ ପ୍ରଫେସର ଡ. ଜୟକୃଷ୍ଣ ଗୌଡ଼, ଶ୍ରୀମାନ୍ ଯଜ୍ଞପ୍ରସାଦ ଗୌଡ଼ ଓ ଶ୍ରୀମତୀ ମୀରାଦେବୀ ଓଡ଼ିଶାର ତିନୋଟି ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉପରୋକ୍ତ ଦାବି ଉପରେ ଅାମତ୍ାହୁତି ଦେବା ପାଇଁ ଦୀର୍ଘ ଦୁଇମାସ ତଳୁ ରାଜ୍ୟ ସରକାରଙ୍କୁ ଅବଗତ କରାଇଥିଲେ ମଧ୍ୟ ଏ ଦିଗରେ ସରକାର ଉଦାସୀନ ମନୋଭାବ ପୋଷଣ ଯୋଗୁଁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ା ଏ ସଂପର୍କରେ ରାଜ୍ୟ ମୁଖ୍ୟମନ୍ତ୍ରୀ, ଓଡ଼ଇା ଭାଷା, ସାହିତ ଓ ସଂସ୍କୃତି ମନ୍ତ୍ରୀ, ରାଜ୍ୟ ଶ୍ରମ ଅାୟୁକ୍ତ, 5ଟି ସଚିବ, ରାଜ୍ୟ ମୁଖ୍ୟ ଶାସନ ସଚିବ, ଓଡ଼ିଶା ସାହିତ୍ୟ ଏକାଡ଼େମୀଙ୍କ ବିରୋଧରେ ଉଚ୍ଚନ୍ୟାୟାଳୟରେ ଜନସ୍ବାର୍ଥ ମାମଲା ଦାଏର୍ କରାଯାଇଛି ା ଅନ୍ତର୍ଜାତୀୟ ଭାଷା ସୁରକ୍ଷା ସଂସ୍ଥାନ ଅାବାହକ ଡ. ଜୟକୃଷ୍ଣ ଗୌଡ଼ ବିଭିନ୍ନ ସରକାରୀ ପଦାଧିକାରୀ ଏବଂ ନେତୃସ୍ଥାନୀୟ ବ୍ୟକ୍ତିବିଶେଷଙ୍କ ସହ ଅାଲୋଚନା କରିବା ପରେ ସକରାମତ୍କ ପଦକ୍ଷେପ ନେବା ଦିଗରେ ପ୍ରତିଶ୍ରୁତି ପାଇଥିବାରୁ ଅାମତ୍ାହୁତି ନିଷ୍ପତିକୁ ପ୍ରତ୍ୟାହାର କରିନେଇଛନ୍ତି ା ଏ ସଂପର୍କରେ ଏକ ସାମ୍ବାଦିକ ସମ୍ମିଳନୀ ଗଂଜାମ କଳା ପରିଷଦଠାରେ ଅନୁଷ୍ଠିତ ହୋଇଥିଲା ା ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ଇା ଭାଷା ସାହିତ୍ୟ ସୁରକ୍ଷା ପ୍ରତିଷ୍ଠାନର ଅାବାହକ ରବି ରଥ ଅଧ୍ୟକ୍ଷତା କରିଥିଲେ ା ଅନ୍ୟମାନଙ୍କ ମଧ୍ୟରେ ଅଧିବକ୍ତା ଲାଲବାହାଦୁର ପଟ୍ଟନାୟକ, ଉଦୟ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ା ପ୍ରକାଶଥାଉ କି କଟକ, ସମ୍ବଲପୁର ରାଜସ୍ବ କମିଶନର ଦ୍ୱୟଙ୍କ ଉପସ୍ଥିତିରେ ଅାଲୋଚନା ପରେ ଅାଗାମୀ ଦିନର କାର୍ଯ୍ୟପନ୍ଥା ସ୍ଥିର କରାଯିବା ପାଇଁ ସଂପୃକ୍ତ ଅନୁଷ୍ଠାନର ଅାବାହକ ଅଧ୍ୟାପକ ଜୟକୃଷ୍ଣ ଗୌଡ଼ ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି ା ଉଲ୍ଲେଖଥାଉ କି ଓଡ଼ିଶାର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରୀତ୍ୱ ବେଳେ ଓଡ଼ିଶାରେ ଭାଷା ଅାଇନ କାର୍ଯ୍ୟକାରୀ କରାଯିବା ପାଇଁ ବିଧାନସଭାରେ ଅାଇନ ପାଶ ହୋଇଥିଲେ ମଧ୍ୟ ଅଦ୍ୟାବଧି 70 ବର୍ଷ ଧରି ଏହି ଅାଇନ୍ କାର୍ଯ୍ୟକାରୀ ହୋଇପାରିନାହିଁ ା ଓଡ଼ିଶାର ପଡ଼ୋଶୀ ରାଜ୍ୟ ଅାନ୍ଧ୍ର, ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ରାଜ୍ୟରେ ସରକାରୀ ସ୍ତରରେ ମାତୃଭାଷାର ବ୍ୟବହାର ହେଉଥିବା ବେଳେ ଯଦିଓ ଓଡ଼ିଶା ପ୍ରଥମ ଭାଷାଭିତ୍ତିକ ରାଜ୍ୟ ହୋଇଥିଲେ ମଧ୍ୟ ସରକାରୀ ସ୍ତରରେ ଓଡ଼ଇା ଭାଷାର ବ୍ୟବହାର ହୋଇପାରୁ ନାହିଁ ା ମୁଖ୍ୟତଃ ଓଡ଼ିଶାରେ ଗତ 23 ବର୍ଷ ଧରି ଅଣଓଡ଼ଇାମାନଙ୍କ ଶାସନ ଚାଲିଥିବା ଯୋଗୁଁ ନାର୍ଯ୍ୟ ଦାବି ପାଇବାରୁ ଜନସାଧାରଣ ବଞ୍ଚତ୍ତ ହେଉଛନ୍ତି ା ଓଡ଼ଇାରେ ବିଜ୍ଞାପନ ଓ ଚିଠି ସଂପର୍କରେ 1903 ମସିହା ଠାରୁ ଏ ପର୍ଯ୍ୟନ୍ତ 1 ଲକ୍ଷ ଇଂରାଜୀ ଚିଠିପତ୍ରର ବିପକ୍ଷରେ ସଂପୃକ୍ତ ଅନୁଷ୍ଠାନ ରାଜ୍ୟର ପୋଲିସ୍ ଡି.ଜି. ମହୋଦୟଙ୍କ ନିକଟରେ ମୋକଦ୍ଦମା ଦାଏର କରିଥିବା ଅାବାହକ ଜୟକୃଷ୍ଣ ଗୌଡ଼ ପ୍ରକାଶ କରିଛନ୍ତି ା
ଅଧ୍ୟାପକ ଜୟକୃଷ୍ଣ ଗୌଡ
ଅାବାହକ
ଅନ୍ତର୍ଜାତୀୟ ଓଡ଼ଇା ଭାଷା ସୁରକ୍ଷା ସଂସ୍ଥାନ
ମୋ: 9778060160