December 5, 2024

ପ୍ରାଥମିକ ଶିକ୍ଷକଙ୍କ ଦାବି ପୂରଣ ନିମନ୍ତେ ଦାବିପତ୍ର ପ୍ରଦାନ

Share

ପ୍ରାଥମିକ ଶିକ୍ଷକଙ୍କ ଦାବି ପୂରଣ ନିମନ୍ତେ ଦାବିପତ୍ର ପ୍ରଦାନ
ବୁଗୁଡା : ତା ୦୫/୦୮/୨୩ : ସ୍ଥାନୀୟ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିଭିନ୍ନ ଦାବି ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ବିଇଓଙ୍କୁ ପ୍ରଦାନ କରାଯାଇଛି । ଉକ୍ତ ଦାବିପତ୍ରରେ ସ୍ଥାନ ପାଇଥିବା ଦାବିଗୁଡିକ ଏହିକି ଯେ ମୁଖ୍ୟମନ୍ତ୍ରୀ ରାଜ୍ୟର ଠିକା ନିଯୁକ୍ତି ଉଚ୍ଛେଦ କରିଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ସହିତ ଶିକ୍ଷାକର୍ମୀ ଓ ଶିକ୍ଷାସହାୟକଙ୍କ ଠିକା କାର୍ଯ୍ଯକାଳକୁ ନେସନାଲ୍ ଇନକ୍ରିମେଣ୍ଟ ପ୍ରଦାନ କରି ମୂଳ ଚାକିରିରେ ଗଣନା କରିବା ସହିତ ଏକ୍ସ କ୍ଯାଡର ଶିକ୍ଷକ , କଳା ଓ କ୍ରୀଡା ଶିକ୍ଷକମାନଙ୍କୁ ନିୟମିତ ଶିକ୍ଷକର ମାନ୍ଯତା ପ୍ରଦାନ କରାଯାଉ । ଏଥି ସହ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ ( ମୂଳ ବେତନ ଲେଭେଲ୍ ୯ ଗ୍ରେଡ ପେ ୪୨୦୦ ଅନୁଯାୟୀ ) ପ୍ରଦାନ ଏବଂ ନୂତନ ପେନସନ ପ୍ରଥା ଉଚ୍ଛେଦ କରି ପୁରୁଣା ପେନସନ୍ ବ୍ୟବସ୍ଥା ପୁନଃ ପ୍ରଚଳନ କରାଯାଉ। ଉକ୍ତ ଦାବିଗୁଡିକ ପୂରଣ ନିମନ୍ତେ ନିବେଦନ କରାଯାଇଥିଲେ ହେଁ ଯଦି ଦାବିଗୁଡିକ ପୂରଣ ନ ହୁଏ ତେବେ ଚଳିତ ଅଗଷ୍ଟ ମାସ ୧୬ ତାରିଖରୁ ସମସ୍ତ ବର୍ଗର ଶିକ୍ଷକମାନେ ସମୂହ ଛୁଟିରେ ରହି କାର୍ଯ୍ଯବନ୍ଦ ଆନ୍ଦୋଳନରେ ସାମିଲ ରହିବାକୁ ବାଧ୍ୟ ହେବେ ବୋଲି ସୂଚନା ଦେଇଛନ୍ତି
ଉକ୍ତ ଦାବିପତ୍ରର ଏକକିତା ନକଲ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ , ମୁଖ୍ୟ ଶାସନ ସଚିବ ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବଙ୍କୁ ପ୍ରଦାନ କରାଯାଇଥିବା ଜଣାଯାଇଛି ।

You may have missed