ବରିଷ୍ଠ ନାଗରିକ ମଞ୍ଚର ୮ମ ବାର୍ଷିକ ସ୍ଵନକ୍ଷତ୍ର ଉତ୍ସବ
ହାଟଡିହି ତା ୧୮/୧୦(ମନମୋହନ ନାୟକ) : ହାଟଡିହି ବ୍ଲକ ମରେଇଗାଁ ପଞ୍ଚାୟତ ବରିଷ୍ଠ ନାଗରିକ ମଞ୍ଚର ୮ମ ବାର୍ଷିକ ସ୍ଵନକ୍ଷତ୍ର ଉତ୍ସବ ମରେଇଗାଁ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ସଭାପତି ଗୋପବନ୍ଧୁ ସୁଆରଙ୍କ ସଭାପତିତ୍ବରେ ହୋଇଯାଇଛି l ଏହି ଉତ୍ସବରେ ରାଜ୍ୟ ସଙ୍ଘ ସାଧାରଣ ସମ୍ପାଦକ ରାଜ କିଶୋର ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ ନାରାୟଣ ଚନ୍ଦ୍ର ଲେଙ୍କା ଓ ସମ୍ମାନିତ ଅତିଥି ଭାବେ ହାଟଡିହି ବ୍ଲକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ରଶ୍ମିରେଖା ନାଇକ ଯୋଗ ଦେଇଥିଲେ l
ଏହି ସ୍ଵନକ୍ଷତ୍ର ଉତ୍ସବରେ ରାଜ୍ୟ ସଙ୍ଘର ଯୁଗ୍ମ ସମ୍ପାଦକ ପ୍ରକାଶ ଚନ୍ଦ୍ର ମିଶ୍ର,ଖାଳିଆମେଣ୍ଟା ବରିଷ୍ଠ ନାଗରିକ ମଞ୍ଚର ସଭାପତି ରଙ୍ଗାଧର ମହାରଣା ଓ ସମ୍ପାଦକ ଚିନ୍ତାମଣି ଜେନା,ହାଟଡିହୀ ସଙ୍ଘର ସଭାପତି ନିରାକାର ପାତ୍ର ଓ ସମ୍ପାଦକ ଗୋଲଖ ବିହାରୀ ନାୟକ,ଶଙ୍ଖାଚିଲା ସଂଘର ସଭାପତି ବୈକୁଣ୍ଠ ନାଥ ସ୍ୱାଇଁ ଓ ସମ୍ପାଦକ ଚକ୍ରଧର ସାହୁ ଏବଂ ସଙ୍ଘର ସମସ୍ତ ସଭ୍ୟସଭ୍ୟାଙ୍କ ସହ ଶତାଧିକ ସଭ୍ୟ ଯୋଗଦାନ କରି ସେମାନଙ୍କର ମତାମତ ରଖିଥିଲେ l ବରିଷ୍ଠଙ୍କ କଲ୍ୟାଣ ପାଇଁ ସରକାରଙ୍କ ବିଭିନ୍ନ ସରକାରୀ ଯୋଜନା ସମ୍ବନ୍ଧରେ ସମ୍ପାଦକ ବୃନ୍ଦାବନ ପଣ୍ଡା ତାଙ୍କ ସମ୍ପାଦକୀୟ ବିବରଣୀ ମାଧ୍ୟମରେ ବିଷଦ ଭାବେ ଆଲୋଚନା କରିଥିଲେ l ଅତିଥିମାନେ ବରିଷ୍ଠଙ୍କ କଲ୍ୟାଣ ନିମନ୍ତେ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରିବା ସହିତ ଦୁସ୍ତ ଅସହାୟ ମାନଙ୍କୁ ସହଯୋଗର ହାତ ବଢାଇବାକୁ ଆହ୍ୱାନ ଦେଇଥିଲେ l ସଂଘର ଉପସଭାପତି ଜଳଧର ମହାପାତ୍ରଙ୍କ ସମେତ କୃଷ୍ଣ ଚନ୍ଦ୍ର ପଣ୍ଡା, ନକୁଳ ସାମଲ,ବାଣେଶ୍ୱର ଜେନା, ଉପେନ୍ଦ୍ର ନାୟକ,ବିଶ୍ୱନାଥ ମଲ୍ଲିକ, ଅନାମ ଜେନା,ନାରାୟଣ ସାହୁ, ଗଣେଶ୍ୱର ମହାନ୍ତି ଓ ବିଭିନ୍ନ ଗ୍ରାମରୁ ଶତାଧିକ ବରିଷ୍ଠ ସଦସ୍ୟ ଯୋଗଦାନ କରିଥିଲେ l ସଙ୍ଘ ତରଫରୁ ମରେଇଗାଁ ମଧ୍ୟ ଇଂରାଜୀ ବିଦ୍ୟାଳୟର ଆଦର୍ଶ ଶିକ୍ଷକ ଓ ଦୁଃଖ ସମୟରେ ସମସ୍ତଙ୍କ ନିକଟରେ ପହଞ୍ଚି ସହଯୋଗର ହାତ ବଢା଼ଉଥିବା ବିଶିଷ୍ଟ ସମାଜସେବୀ ସୁଦର୍ଶନ ଘଡେଇଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିଥିମାନେ ବରିଷ୍ଠଙ୍କ କଲ୍ୟାଣ ନିମନ୍ତେ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରିବା ସହିତ ଦୁସ୍ତ ଅସହାୟ ମାନଙ୍କୁ ସହଯୋଗର ହାତ ବଢାଇବାକୁ ଆହ୍ୱାନ ଦେଇଥିଲେ l ସଂଘର ଉପସଭାପତି ଜଳଧର ମହାପାତ୍ରଙ୍କ ସମେତ କୃଷ୍ଣ ଚନ୍ଦ୍ର ପଣ୍ଡା, ନକୁଳ ସାମଲ,ବାଣେଶ୍ୱର ଜେନା, ଉପେନ୍ଦ୍ର ନାୟକ,ବିଶ୍ୱନାଥ ମଲ୍ଲିକ, ଅନାମ ଜେନା,ନାରାୟଣ ସାହୁ, ଗଣେଶ୍ୱର ମହାନ୍ତିଙ୍କ ସମେତ ବିଭିନ୍ନ ଗ୍ରାମରୁ ଶତାଧିକ ବରିଷ୍ଠ ସଦସ୍ୟ ଯୋଗଦାନ କରିଥିଲେ l
