October 18, 2026

ତହସିଲଦାରଙ୍କ ଡେପୁଟେସନ ଖବର ପାଇଁ ଅଞ୍ଚଳ ରେ ଖୁସିର ଲହରୀ ଛୁଟିଦିନରେ ମଧ୍ୟ ବନ୍ୟାଞ୍ଚଳ କାମ ଜୋରସର

IMG-20261018-WA0064
Share

 

 

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ତହସିଲ କାର୍ଯା ଳୟ ରେ ଆଜି ରବିବାର ଏବଂ ଦଶହରା ଛୁଟି ଚାଲିଥିବା ବେଳେ ଦୁଇ ଜଣ ଅତରିକ୍ତ ତହସିଲଦାର ସମସ୍ତ ରାଜସ୍ବ ନିରକ୍ଷକ ଙ୍କୁ ନେଇ ବନ୍ୟା ରେ ପ୍ରଭାବିତ ଲୋକଙ୍କ କ୍ଷୟକ୍ଷତି ଆକଳନ କାମ କରୁଥିବାର ଦେଖିବାକୁ ମିଳିଛି.ସୂଚନା ଅନୁଯାଇ ଏକ ବର୍ଷ ରୁ ଉର୍ଦ୍ଧ ଦିନ ହେବ ତହସିଲ କାର୍ଯା ଳୟ ଦଲାଲ ଯୁକ୍ତ ହୋଇଯାଇଛି କର୍ମଚାରୀ ମାନେ ବହୁ ଚାପରେ ରହି କାମ କରୁଛନ୍ତି. ରେଜିଷ୍ଟ୍ରସନ ରେ ଅନିୟମିତତା. ତହସିଲ କାର୍ଯା ଳୟ ରେ ଥିବା ସରକାରୀ ଗାଡ଼ି ପ୍ରତିଦିନ ତହସିଲଦାର ଙ୍କୁ ତାଙ୍କ ଏନଏମଡିସି (ଛତିଶଗଡ଼ )ବାସଭଵନ ରୁ ନେବା ଆଣିବା କରିବା ଇତ୍ୟାଦି ପ୍ରଶ୍ନ ଜନ ସାଧାରଣ ରେ ଘୁରୁ ବୁଲୁଚି ଏ ନେଇ ଅଞ୍ଚଳ ବାସି ମୁଖ୍ୟ ମନ୍ତ୍ରୀଙ୍କ ଗସ୍ତ ବେଳେ ମୌଖିକ ଭାବରେ ଦୃଷ୍ଟି ଆକର୍ଷଣ କରିଥିଲେ. ସରକାରୀ ଗାଡି ପ୍ରତି ଦିନ ନେବା ଆଣିବା କାମରେ ଲାଗିଥିବାରୁ କାର୍ଯାଳୟ କାମ ରେ ବାଧାପ୍ରାପ୍ତ ହେଥିବାର ଅଞ୍ଚଳ ବାସି ସୂଚନା ଦେଇଥିବା ଜଣା ଯାଇଛି.ଶୁକ୍ରବାର 16.10.26ଜ଼ିଲ୍ଲା ପାଳ ଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା 3325ଅନୁଯାଇ କୋଟପାଡ଼ ତହସିଲଦାରଙ୍କ ଡେପୁଟେସନ ହୋଇଥିବା ଖବର ପ୍ରଚାର ହବା ପରେ ଅଞ୍ଚଳ ରେ ଖୁସି ର ଲହରୀ ଖେଳିଯାଇଛି. ଏଥର ଦଲାଲ ମୁକ୍ତ ତହସିଲ କାର୍ଯା ଳୟ ହେବ ଆଗାମୀ ଦିନ ରେ କୋଟପାଡ଼ ତହସିଲଦାର ଙ୍କ ବଦଳି ନ ହେଲେ ଜ଼ିଲ୍ଲା ପାଳ ରାଜସ୍ୱ ମନ୍ତ୍ରୀ ଙ୍କ ସମେତ ରିଲିଫ କମିଶନର ଙ୍କ ଦ୍ୱାରସ୍ତ ହେବୁ ବୋଲି ଶୁକମନ ଗୋରଡ଼ା. ନିମୁସିଲ ଧାନଫୁଲ. ନାରାୟଣ ସେଠିଆ. ପ୍ରେମ ରାଜ ରନ୍ଧାରୀ. ପିତାମ୍ବର ମୁଦୁଲି. ଘାସିରାମ ଗୋରଡ଼ା ଙ୍କ ସମେତ ଚାନ୍ଦିଲି. ବିକ୍ରମ ପୁ୍ର. ଗୁଆଳି ଅଞ୍ଚଳ ର ଅଞ୍ଚଳ ବାସି ଗଣ ମାଧ୍ୟମ କୁ ସୂଚନା ପ୍ରଦାନ କରିବା ସହ କାର୍ଯା ଳୟ ର ସି ସି ଟି ଭି ଫୁଟେଜ ଯାଞ୍ଚ କରିବା ସହ ସରକାରୀ ଗାଡି 2025ଜୁନ ମାସ ଠାରୁ ଆଜି ପର୍ଯ୍ୟନ୍ତକେତେ କି ମି ବୁଲିଛି ସମସ୍ତ କାଗଜ ପତ୍ର ଲକ ବୁକ ଇତ୍ୟାଦି ର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ ଅଞ୍ଚଳବାସୀ ଦାବୀ କରିଥିବାର ଜଣାଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିୟୁସ ଉପାନ୍ତ ଖବର.