December 5, 2024

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା, ୧୨୧ଟି ପ୍ରକଳ୍ପ ପ୍ରଦର୍ଶିତ

Share

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା, ୧୨୧ଟି ପ୍ରକଳ୍ପ ପ୍ରଦର୍ଶିତ
ବୁଗୁଡ଼ା : ତା ୦୫/୦୮/୨୩ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସ୍ବପରିସରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ଅତିଥି ଭାବେ ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର ଯୋଗ ଦେଇ କୁନି ବିଜ୍ଞାନୀଙ୍କୁ ମାର୍ଗ ଦର୍ଶନ ପୂର୍ବକ ଉତ୍ସାହିତ କରିଥିଲେ । ଉକ୍ତ ବିଜ୍ଞାନ ମେଳାରେ ମୋଟ ୧୨୧ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା ବେଳେ ସେଥି ମଧ୍ୟରୁ କନିଷ୍ଠ ବର୍ଗର ୫୨ଟି , ଶିଶୁ ବର୍ଗର ୨୯ଟି , ବାଲ ବର୍ଗର ୨୭ଟି, କିଶୋର ବର୍ଗର ୧୩ଟି ପ୍ରକଳ୍ପ ରହିଥିଲା । ଏଥି ସହ ସଂସ୍କୃତି ଜ୍ଞାନ ଓ ନିବନ୍ଧ ପତ୍ରବାଚନ ସାଙ୍ଗକୁ ଗଣିତ ଓ ବିଜ୍ଞାନ ପ୍ରଶ୍ନମଞ୍ଚ ଓ ପତ୍ରବାଚନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ବେଳେ ଏଥିରେ ମୋଟ ୨୧ ଜଣ ପ୍ରତିଭାଗୀ ରହିଥିଲେ । ଏଥିରେ ବିଚାରକ ଭାବେ ପିପୁଲ୍ସ କଲେଜ ଉଦ୍ଭିଦ ବିଜ୍ଞାନ ଅଧ୍ଯାପକ ଜୟରାମ ବିଷୋୟୀ , ମାଣିତରା କଲେଜର ଅଧ୍ୟାପକ ପ୍ରିୟବ୍ରତ ପ୍ରଧାନ ମନୋରଞ୍ଜନ ମୁଦୁଲି , ପ୍ରଧାନ ଶିକ୍ଷକ ମୃତ୍ୟୁଞ୍ଜୟ ହୋତା ଓ ପ୍ରଶାନ୍ତ କୁମାର ଗୌଡ , ଶିକ୍ଷକ ପୂର୍ଣଚନ୍ଦ୍ର ବେହେରା , ବରାହ ପ୍ରସାଦ ମହାପାତ୍ର , ବିଭୁତି ଭୂଷଣ ପ୍ରଧାନ , ଦେବୀ ପ୍ରସାଦ ମିଶ୍ର , ଜୟନ୍ତ ପଟ୍ଟନାୟକ , ଶିକ୍ଷୟିତ୍ରୀ ଅଳକା ନନ୍ଦ ପାତ୍ର, ସବିତା କର ଓ ବିନ୍ଦୁଶ୍ରୀ ବିଶ୍ବାଳ ପ୍ରମୁଖ ଯୋଗ ଦେଇ ବିଭିନ୍ନ ବର୍ଗର କୃତି ପ୍ରତିଯୋଗୀଙ୍କୁ ଚୟନ କରିଥିଲେ । ଏହି କାର୍ଯ୍ୟକ୍ରମର ସମାରୋପ ଉତ୍ସବରେ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅନନ୍ତ କର ଯୋଗ ଦେଇଥିବା ବେଳେ ଏ ଅବସରରେ କୃତି ପ୍ରତିଭାଗୀଙ୍କୁ ପ୍ରମାଣ ପତ୍ର ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା । ଶିଶୁ ମନ୍ଦିରର ବିଜ୍ଞାନ ପ୍ରମୁଖ ଜଗନ୍ନାଥ ରଥଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମର ପରିଚାଳନାରେ ଗୁରୁମା ସୁମତି ମିଶ୍ରଙ୍କ ସମେତ ଅନ୍ୟ ସେବାବ୍ରତୀମାନସକ୍ରିୟ ସହଯୋଗ କରିଥିଲା ବେଳେ ଗୁରୁଜୀ ସଞ୍ଜୟ ଷଡଙ୍ଗୀ ସଂଯୋଜନା , ପ୍ରଧାନାଚାର୍ଯ୍ଯ ଉତ୍ତମ କୁମାର ମହାରଣା ଅତିଥି ପରିଚୟ ପ୍ରଦାନ,ସମ୍ପାଦକ ରମେଶ ଚନ୍ଦ୍ର ଆଲଟିଆ ଧନ୍ୟବାଦ ଅର୍ପଣ କରିଥିଲେ ।

You may have missed