ଦାରିଙ୍ଗବାଡ଼ି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ଚେତାବନୀ,

IMG-20230805-WA0028
Share

ଦାରିଙ୍ଗବାଡ଼ି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ଚେତାବନୀ, ଦାବି ପୂରଣ ନ ହେଲେ ସମୂହ ଛୁଟିରେ ରହିବେ
ବ୍ରାହ୍ମଣୀଗାଁ ତା:୫/୮ : ବିଭିନ୍ନ ଦାବି ପୂରଣ ନେଇ ଦାରିଙ୍ଗବାଡି ବ୍ଳକ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ପକ୍ଷରୁ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଶିକ୍ଷକମାନେ ପ୍ରଥମେ ଶିବ ମନ୍ଦିର ଛକ ନିକଟରେ ଏକତ୍ରିତ ହୋଇ ଏକ ବିରାଟ ରାଲି ଶୋଭାଯାତ୍ରା ରେ ଦାରିଙ୍ଗବାଡ଼ି ସ୍ଥିତ ଚାରି ଛକରେ ପରିକ୍ରମା କରି ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ଥିଲେ ସେଠାରେ ଗୋଷ୍ଠି ଶିକ୍ଷା ଅଧିକାରୀ ରସାନନ୍ଦ କରଙ୍କୁ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।
ଉକ୍ତ ଦାବିପତ୍ର ରେ ମୁଖ୍ୟମନ୍ତ୍ରୀ ଙ୍କ ଠିକା ନିଯୁକ୍ତି ଉଚ୍ଛେଦ କରିଥିବା ବିଷୟ , କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ସହ ଶିକ୍ଷା କର୍ମୀ ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟକାଳ କୁ ଜାତୀୟ ବେତନ ବୃଦ୍ଧି ପ୍ରଦାନ କରି ମୂଳ ଚାକିରିରେ ଗଣନା କରିବା ପାଇଁ ଦାବି କରିଥିଲେ । ଏଥୁସହିତ ଗଣ ଶିକ୍ଷକ, ଏକ୍ସ କ୍ୟାଡର ଶିକ୍ଷକ, କଳା ଓ କ୍ରୀଡ଼ା ଶିକ୍ଷକମାନଙ୍କୁ ନିୟମିତ କରିବା, ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ, ନୂତନ ପେନସନ ପ୍ରଥା ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ପୁନଃ ପ୍ରଚଳନ କରିବା ପାଇଁ ଦାବି କରିଥିଲେ । ଯଥାଶୀଘ୍ର ଦାବି ପୂରଣ ନ ହେଲେ ଆସନ୍ତା ୧୬ତାରିଖ ଠାରୁ ଓଡ଼ିଶାର ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନେ ସମୂହ ଛୁଟିରେ ରହି କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ସାମିଲ ହେବେ ବୋଲି ସଂଘ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଦାବିପତ୍ର ଦେବା ସମୟରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ସଭାପତି କାମିନୀ କାନ୍ତି ପଡ୍ରା, ସମ୍ପାଦନ ସଂଗ୍ରାମ ନାୟକ, ଏକ୍ସ କ୍ୟାଡର ସଂଘ ସଭାପତି ଆଶୁତୋଷ ସାହୁ, ଏନପିଏସ ସଂଘ ସଭାପତି କୈଳାଶଚନ୍ଦ୍ର ପ୍ରଧାନ, କନିଷ୍ଠ ଶିକ୍ଷକ ସଂଘ ସଭାପତି ନୀତିନଚନ୍ଦ୍ର ସାହୁ, ଗଣ ଶିକ୍ଷକ ସଂଘ ସଭାପତି ପବିତ୍ର କାର୍ଜି ସମେତ ୫ ଶହରୁ ଊର୍ଦ୍ଧ୍ଵ ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।(କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ରୁ ମନୋରଞ୍ଜନ ରଣା ଙ୍କ ରିପୋର୍ଟ)

You may have missed