ଉମରକୋଟ ବ୍ଲକ ଅଧିନ ରେ ଥିବା ଢେପଗୁଡାଗ୍ରାମ ରେ ଗୋରୁ ମାଂସ ବିକ୍ରି କରିବା ଅଭିଯୋଗରେ ୫ଅଭିଯୁକ୍ତ ଉମରକୋଟ ଥାନାରେ ଅଟକ…………..

IMG-20240831-WA0004
Share

 

 

ଉମରକୋଟ :- (ଏମ୍.ଦିନା°ଶୁ ଆଚାରୀ) ଆଜି ନବରଙ୍ଗପୁର ଜିଲ୍ଲା ଉମରକୋଟ ପୋଲିସ ଗୋରୁ ମାଂସ ବିକ୍ରି ଅଭିଯୋଗ ରେ ୫ ଅଭିଯୁକ୍ତ ଙ୍କୁ ଥାନା ରେ ଅଟକ ରଖିଛି। ମିଳିଥିବା ସୁଚନା ଅନୁସାରେ ଉମରକୋଟ ବ୍ଲକ ଅନ୍ତର୍ଗତ ତହର। ଗ୍ରାମ ପଞ୍ଚାୟତ ଅଧୀନରେ ଆସୁଥିବା ଢେପଗୁଡ଼ା ଗାଁ ରେ ଥିବା ଏକ ଜଙ୍ଗଲ ନିକଟ ରେ କିଛି ଲୋକେ ଗୋରୁ ମାଂସ ବିକ୍ରି କରୁ ଥିବା ଅଭିଯୋଗ ପାଇବା ପରେ ତହର। ସରପଞ୍ଚ ସଦାନନ୍ଦ ମାଝି ଉମରକୋଟ ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ଉଲ୍ଲେଖ ଯୋଗ୍ୟ ଏହିକି ଯେ ତହର। ଠାରେ ପ୍ରତି ଶୁକ୍ରବାର ଦିନ ସ।ପ୍ତ। ହିକ ହ।ଟ ହୁଏ ଓ ଏହି ଦିନ ଏଠାରେ ଗୋରୁ କଟା ଯାଇ ମାଂସ ବିକ୍ରି ହୁଏ ଓ ସେଠାରେ ମଦ ବିକ୍ରି ହେବ। ସହ ଗୋରୁ ମାଂସ ତରକାରୀ ମଧ୍ଯ ବିକ୍ରି କରାଯାଏ।ସରପଂଚ ଙ୍କ ଲିଖିତ ଅଭିଯୋଗ ପାଇବା ପରେ ଉମରକୋଟ ଥାନା ଆଇଆଇସି ଡମ୍ବରୁ ଧର ପ୍ରଧାନ, ସବ ଇନ୍ସପେକ୍ଟର ଅକ୍ଷୟ ମିଶ୍ର ଓ ଷୌମେନ୍ଦ୍ର ସେଠ ଓ ପୋଲିସ ଫର୍ସ ଘଟଣା ସ୍ଥଳ ରେ ପହଞ୍ଚି ୫ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ ୩ ଟି ଗାଈ କଟ। ଯାଇ ମାଂସ ପ୍ରସ୍ତୁତି ହେଉଥିବା ସମୟ ରେ ପୋଲିସ ପହଞ୍ଚି ଯାଇ ଥିଲା। ଏହି ଗୋରୁ ମାଂସ ଏଠାରେ ବିକ୍ରି ହେବା ସହ ବିଭିନ୍ନ ଗାଡି ରେ ବିଭିନ୍ନ ସ୍ଥାନ କୁ ଚାଲାଣ ଚାଲାଣ ହେଇଥାଏ। ଉମରକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉମରକୋଟ ପଶୁ ସମ୍ପଦ ବିଭାଗ ର କର୍ମଚାରୀ ଙ୍କୁ ଅବଗତ କରିବା ପରେ ସେଠାରେ ପଶୁ ବିଭାଗ କର୍ମଚାରୀ ମାନେ ପହଂଚି ଗାଇ ଗୁଡ଼ିକ ର ଶବ କୁ ବ୍ୟବଚ୍ଛେଦ କରିବା ସହ ମାଂସ କୁ ଘଟଣା ସ୍ଥଳ ରେ ହଁ ପୋତି ଦେଇ ଥିଲେ। ତେବେ ଗୋ ମାଂସ ବିକ୍ରୀ ଅଭିଯୋଗ ରେ ଅର୍ଜୁନ ସ।ନ୍ତ।,ଗେରସନ ସ।ନ୍ତ।, ଦର୍ଶନ ସ।ନ୍ତ।, ଜୟ ସ।ନ୍ତ। ଓ ବ୍ରଜ ସ।ନ୍ତ। କୁ ଆଣି ଉମରକୋଟ ଥାନା ରେ ଅଟକ ରଖିଛି। ଗିରଫ ବ୍ୟକ୍ତି ମାନେ ଢେପ ଗୁଡା, ଡଙ୍ଗରି ଗୁଡା ଓ କେଉଁ ପାଣି ର ଲୋକ ମାନେ ବୋଲି ଜଣ। ପଡ଼ିଛି।ଉମରକୋଟ ଥାନା ରେ କେସ ନମ୍ବର ୩୧୪/୨୪ରେ ମକଦ୍ଦମା ରୁଜୁ କରିଛି। ଉମରକୋଟ ଥାନା ର ପୋଲିସ ସବ ଇନ୍ସପେକ୍ଟର ଶିବଜି ପଣ୍ଡା ଘଟଣା ର ତଦନ୍ତ ଭାର ଗ୍ରହଣ କରି ତଦନ୍ତ କରୁଛନ୍ତି।