June 19, 2026

ଭବାନିପାଟଣା ପରିବା ବଜାରର ଅବସ୍ଥା ଦୂରାବସ୍ଥା ଅଟେ, ପ୍ରତିକାରଦାବୀ… 

IMG-20240831-WA0006
Share

ଭବାନିପାଟଣା(ଧିରଜ୍ ଆଚାର୍ଯ୍ୟ): ଭବାନିପାଟଣା ସହରରେ ଥିବା ସାପ୍ତାହିକ ହାଟପଦା ସ୍ଥିତ ମୁଖ୍ୟ ପରିବା ବଜାର ଯେଉଁ ସ୍ଥାନରେ ଅବସ୍ଥିତ ସେହି ସ୍ଥାନଟି ସାମାନ୍ୟ ବର୍ଷାରେ ମଧ୍ୟ ପାଣି ନିଷ୍କାସିତ ନହୋଇ ପାରିବା ଯୋଗୁଁ ସାଧାରଣ ଲୋକେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ସେହି ସ୍ଥାନରେ ଡ୍ରେନେଜ୍ ବ୍ୟବସ୍ଥା ଅତି ସୋଚନିଅ।ଡ୍ରେନ ଗୁଡିକରେ ଅଳିଆ ଆବର୍ଜନା ପୁରିରହିଛି।ତେଣୁ ଜଳ ନିଷ୍କାସିତ ହୋଇପାରୁନାହିଁ।ଫଳରେ ସମଗ୍ର ଅଞ୍ଚଳଟି ପାଣି କାଦୁଅରେ ଭରି ରହିବା ହେତୁ ଦୁର୍ଗନ୍ଧ ପରିବେଶ ସୃଷ୍ଟି ହେଉଛି।ସେହି ସ୍ଥାନରେ ପରିବା ସହ ମାଂସ ଓ ମାଛ ବଜାର ଅଛି ତାସହିତ ସେଠାରେ ଏକ ବିଦ୍ୟାଳୟ ମଧ୍ୟ ଅଛି।ତେଣୁ କରି ସେହି ସ୍ଥାନଟି ଜନ ଗହଳି ପୂର୍ଣ୍ଣ ଥାଏ।ତେଣୁ ସାଧାରଣ ଲୋକଙ୍କ ସହିତ ଛାତ୍ରଛାତ୍ରୀ ଓ ଦୋକାନୀ ସମସ୍ତେ ଏହି କଦର୍ଯ୍ୟ ପରିବେଶ ଯୋଗୁଁ ପ୍ରଭାବିତ ହେଉଛନ୍ତି।ତେଣୁ ଭବାନିପାଟଣା ପୌରପାଳିକା ଶୀଘ୍ର ଏହି ସମସ୍ୟା ଉପରେ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କଲେ ସର୍ବସାଧାରଣ ଉପକୃତ ହେଇ ପାରିବେ ବୋଲି ସାଧାରଣରେ ଚର୍ଚ୍ଚା ସହ ଦାବୀ ହେଉଛି ।