June 17, 2026

ଉମରକୋଟ କଂଗ୍ରେସ ଦଳ ପକ୍ଷରୁ ସ୍ମାର୍ଟ ମିଟର ଓ ନ ଲଗାଇବାକୁ ଦାବିପତ୍ର ପ୍ରଦାନ………..

IMG-20240831-WA0003
Share

 

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ବିଦ୍ୟୁତ ବିଭାଗ କୁ ଟାଟା କମ୍ପାନୀ ଯେବେ ଠାରୁ ନେଲା ଏହାର ସୁଯୋଗ ନେଇ ଟାଟା କମ୍ପାନୀ ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ବହୁତ ହଇରାଣ ହରକତ ହେବାକୁ ପଡୁଛି। ଗ୍ରାହକ ଙ୍କ ବିନା ଅନୁମତିରେ ଘରେ ଘରେ ସ୍ମାର୍ଟ ମିଟର ଲଗାଇ ଦେଉଥିବା ଦେଖିବାକୁ ମିଳିଛି!ଯାହାଫଳରେ ବିଲ ଅଧିକ ରୁ ଅଧିକ ଆସୁଥିବା ଦେଖିବାକୁ ମିଳିଛି!ଏସବୁ ସାଧାରଣତଃ ଗରିବ ନିରୀହ ଲୋକଙ୍କୁ ଶୋଷଣ କରୁଥିବା ଦେଖିବାକୁ ମିଳିଛି!ଏହି ସ୍ମାର୍ଟ ମିଟର ର ମାସିକ ଭଡା ୬୦ ଟଙ୍କା ନେଉଥିବା ସୂଚନା ମିଳିଛି ଯାହାକୁ ୯୬ ମାସ ପର୍ଯ୍ୟନ୍ତ ନେଉଥିବା ଅଭିଯୋଗ ହୋଇଛି!ଏଭଳି ଅଭିଯୋଗ ଆଣିଛି ଉମରକୋଟ କଂଗ୍ରେସ ଦଳ ଏନେଇ କଂଗ୍ରେସଦଳ ପକ୍ଷରୁ ଏକ ଦାବିପତ୍ର ବିଦ୍ୟୁତ ବିଭାଗ କୁ ଯାଇ ଏସଡ଼ିଓ ସୈରୁପ ପାତ୍ର ଙ୍କୁ ଦେଇଥିଲେ। ଏହି ଦାବିପତ୍ର ରେ ଉଲ୍ଲେଖ ଉମରକୋଟ ଓ ଗ୍ରାମାଞ୍ଚଳରେ ଘରେ ଘରେ ସ୍ମାର୍ଟ ମିଟର ଲଗାଇବା ଦ୍ଵାରା ପୂର୍ବରୁ ଲାଗିଥିବା ମିଟର ଦ୍ଵାରା ଅଧିକ ବିଲ ସାଧାରଣ ଗରିବ ଶ୍ରେଣୀର ଲୋକମାନଙ୍କୁ ଦେବାକୁ ପଡୁଛି। ଏବଂ ବିଦ୍ୟୁତ ଓ ଟାଟା କମ୍ପାନୀ ର ଏଭଳି ଜୁଲମ କୁ ବିରୋଧ କରି ବିଭିନ୍ନ ନାରା ଦେବା ସହ ଆଗାମୀ ଏକମାସ ଭିତରେ ଯଦି ଏହାର ସମାଧାନ ନ ବାହାରେ ତେବେ ଉମରକୋଟ କଂଗ୍ରେସ ଦଳ ପକ୍ଷରୁ ଆନ୍ଦୋଳନ କରାଯିବା ନେଇ ଚେତାବନୀ ଦିଆଯାଇଛି , ଏହି କାର୍ଯ୍ୟକ୍ରମ ରେ କଂଗ୍ରେସ ଦଳ ର ବିଧାୟକ ପ୍ରାର୍ଥୀ ସନରାଜ ଗଣ୍ଣ, ନଗର ସଭାପତି ମାର୍କଣ୍ଡ ସାହୁ‌‌ ‌, ଜିଲ୍ଲା ସଂଖ୍ୟା ଲଘୁସେଲ ସଭାପତି ଉସମାନ ଲାଠିଆ , ଜଗନ୍ନାଥ ହରିଜନ, ଦେବରାଜ ଦାସ, ଗୋପାଳ ରାଓ ।ଶଙ୍କର ମଣ୍ଡଲ , ସାଧାରଣ ସମ୍ପାଦକ ପର୍ଶୁରାମ ନାୟକ, ବାପି ନାୟକ , ନିରଞ୍ଜନ ବେହେରା, ଗଣେଶ କୁର୍ମୀ, ପ୍ରମୁଖ ଉପସ୍ଥିତ ରହିଥିଲେ।

You may have missed