ଉମରକୋଟ ରେ ଡେଙ୍ଗୁ ନିରାକରଣ ପାଇଁ ପୌର ପରିଷଦର ତତ୍ପରତା….

IMG-20240831-WA0002
Share

 

ଉମରକୋଟ :-(ଏମ୍.ଦିନା°ଶୁ ଆଚାରୀ) ବର୍ତ୍ତମାନ ଉମରକୋଟ ରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ପ୍ରତି ୱାର୍ଡ ରେ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି। ଏହାର ନିରାକରଣ ପାଇଁ ଆଜି ଉମରକୋଟ ପୌର ପରିଷଦ ତତ୍ପରତା ପ୍ରକାଶ କରିଛି। ଆଜି ଏହି ନିରାକରଣ କାର୍ଯ୍ୟକ୍ରମ ୯ନମ୍ବର ୱାର୍ଡ ରେ ଆରମ୍ଭ ହେଇଛି। ଆଜି ଏହି ୱାର୍ଡ଼ରେ ଥିବା ସମସ୍ତ ନାଳ ଓ ନର୍ଦ୍ଦମା ସ୍ଥାନ ଗୁଡିକ ରେ ଡେ଼ଙ୍ଗୁ ଧୁଆଁ ଓ ମଶା ତେଲ ସିଞ୍ଚନ କରାଯାଇଛି। ଏହି କାର୍ଯ୍ୟ ଆଗାମୀ ଦିନରେ ସମସ୍ତ ୱାର୍ଡ ରେ କରିବା ପାଇଁ ପରିଷଦ ନିଷ୍ପତି ନେଇଛି। ଆଜି ଉମରକୋଟ ପୌର ପରିଷଦ ଅଧ୍ୟକ୍ଷା ରାଧା ଭତ୍ର।, ନିର୍ବାହୀ ଅଧିକାରୀ ପ୍ରୀତି ରଞ୍ଜନ ରଥ, ଉପ ନଗର ପାଳ ସୁଧାଂଶୁ ଦାସ, ୯ ନମ୍ବର ୱାର୍ଡ କାଉନସିଲର ଇତିଶ୍ରୀ ଦଲେଇ, ପରିମଳ ବିଶେଷଜ୍ଞ ନିଳାମ୍ବର ଭତ୍ର।, ନବରଙ୍ଗପୁର ଓ ଉମରକୋଟ ସ୍ଵାସ୍ଥ୍ୟ ବିଭାଗ କର୍ମଚାରୀ ଦିନେଶ ପ୍ରହରାଜ ଓ ଗଗନ ବିହାରୀ ସାହୁ ଓ ଉମରକୋଟ ପୌର ପରିଷଦର କର୍ମଚାରୀ ମାନେ ଉପସ୍ଥିତ ଥିଲେ।