June 2, 2024

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାର ସହାୟତା ରାଶି ବଣ୍ଟନ ।

Share

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାର ସହାୟତା ରାଶି ବଣ୍ଟନ ।
ଅସ୍ତରଂଗ,,କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ଶେଷ ଆଇନ ଅନୁଯାୟୀ , ରାଜ୍ୟ ସରକାର ଡିସେମ୍ବର ୨୦୦୮ରୁ,ରାଜ୍ୟର ପ୍ରତେକ ନିର୍ମାଣ ସଂସ୍ଥା ଠାରୁ ନିର୍ମାଣ ପ୍ରକଳ୍ପ ର ମୋଟ ଖର୍ଚ୍ଚ ର ଶତକଡା ଏକ ଭାଗ ଶେଷ ବାଵଦରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପାଣ୍ଠିରେ ପଇଠ କରିବାକୁ ଘୋଷଣା କରିଛନ୍ତି । ସେହି ଅନୁଯାୟୀ,କୋଠାବାଡ଼ି,ରାସ୍ତା, ଜଳସେଚନ,ବନ୍ଧ, ପରିବହନ, ବ୍ରିଜି,ପାଇପଲାଇନ ଆଦି ଭଳି ୨୨ଗୋଟି ନୂତନ କାର୍ଯ୍ୟକୁ ରାଜ୍ୟ ସରକାର,ଓଡ଼ିଶାର ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ନିର୍ମାଣ ଶ୍ରମିକ ମାନଙ୍କ କଲ୍ୟାଣ ନିମନ୍ତେ,ଓଡ଼ିଶା କୋଠା ବାଡି ଓ ଅନ୍ୟାନ୍ୟ କଲ୍ୟାଣ ବୋର୍ଡ ଗଠନ କରି ଶ୍ରମିକ ମାନଙ୍କୁ ସହାୟତା ରାଶି ପ୍ରଦାନ କରୁଛନ୍ତି ବୋଲି,ରାଜ୍ୟ ଗୃହ,ଖେଳ ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାର କାନ୍ତି ବେହେରା ଅସ୍ତରଙ୍ଗ ଓ କାକଟପୁର ବ୍ଲକ ର ନିର୍ମାଣ ଶ୍ରମିକ ମାନଙ୍କ ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କଥା ପ୍ରକାଶ କରିଛନ୍ତି ।
ଅସ୍ତରଙ୍ଗ ଓ କାକଟପୁର ମୁଖ୍ୟ ରାସ୍ତା କଡ଼ରେ ଅବସ୍ଥିତ , ମୋତି କଲ୍ୟାଣ ମଣ୍ଡପ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବଣ୍ଟନ ମେଳାରେ ଅଧ୍ୟକ୍ଷତା କରିଥିଲେ, ଡିଭିଜନାଲ ଲେବର କମିଶନର ଶ୍ରୀ ଶିବ ଶଙ୍କର ମିଶ୍ର । ଏଥିରେ ଅତିଥିଭାବେ ଥିଲେ ,ପୁରୀ ଜିଲ୍ଲା ପରିଷଦ ର ଉପାଧ୍ୟକ୍ଷ ଶ୍ରୀ ସ୍ଵାଧୀନ କୁମାର ନାୟକ,ପୂର୍ବତନ ଅଧ୍ୟକ୍ଷ ଯ୍ୟୋତ୍ୟିର୍ମୟ ଦଳାଇ ପ୍ରମୁଖ । ଏହି ସହାୟତା ରାଶି ବଣ୍ଟନ ମେଳାରେ ୬୦ଜଣଙ୍କୁ ୨ଲକ୍ଷ୍ୟ ଟଙ୍କା ଲେଖାଏଁ ମୃତକ ସହାୟତା ରାଶି ତାଙ୍କ ପରିବାରଙ୍କୁ ମିଳିଥିବା ବେଳେ, ୫୬ଜଣଙ୍କୁ ଅନ୍ତେଷ୍ଠୀ କ୍ରିୟା ପାଇଁ ୫ହଜାର ଲେଖା,୪୬ ଜଣଙ୍କର ୫୦ହଜାର ଟଙ୍କା ଲେଖାଏଁ ବିବାହ ସହାୟତା ରାଶି,ଓ ୧୫୫ଜଣଙ୍କୁ ଶିକ୍ଷ୍ୟା ପାଇଁ ୨ ହଜାର ରୁ ୪୦ ହଜାର ପର୍ଯ୍ୟନ୍ତ ଏହିପରି ୩୧୭ ଜଣଙ୍କୁ ମନ୍ତ୍ରୀ ଓ ଅତିଥି ବୃନ୍ଦ ବଣ୍ଟନ କରିଥିଲେ । ନିର୍ମାଣ ଶ୍ରମିକ ଚିହ୍ନଟ କ୍ଷେତରେ ଲାଞ୍ଚ କାରବାର ହେଉଥିବା ଅଭିଯୋଗ ମିଳିଥିଲା । ପ୍ରାରମ୍ଭ ରେ ଅତିଥି ମାନେ,ପ୍ରଦୀପ ପ୍ରଜ୍ୟୋଳନ ପୂର୍ବକ ବଣ୍ଟନ ମେଲାକୁ ଉଦଘାଟନ୍ କରିଥିଲା ବେଳେ,ପୁରୀ ଜିଲ୍ଲା ଶ୍ରମ ଅଧିକାରୀ ସୁବ୍ରତ କୁମାର ଜେନା ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ ।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଅସ୍ତରଙ୍ଗ ବ୍ଲକ ବି ଡି ଓ, ବେବିତା ମଞ୍ଜରୀ ନାୟକ,ଅତିରିକ୍ତ ଶ୍ରମ ଅଧିକାରୀ,ବିକ୍ରମ କେଶ୍ଵରି ପ୍ରଧାନ,ପ୍ରିୟଙ୍କା ପ୍ରିୟଦର୍ଶିନୀ,ସନ୍ତୋଷ ମହାନ୍ତି,ଙ୍କ ସମେତ ଏମ୍ ପି,ପ୍ରତିନିଧି ଜ୍ଞାନରଞ୍ଜନ ସାହୁ,ସମବାୟ ବ୍ୟାଙ୍କ୍ ନିର୍ଦ୍ଦେଶକ ପ୍ରାଣନାଥ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ନିଜର ବକ୍ତବ ରଖିଥିଲେ ।                                                                                                                              ଦୁଃଶାସନ ନାୟକ,ଅସ୍ତରଙ୍ଗ