June 2, 2024

ବୁଗୁଡ଼ାରେ ଶ୍ରୀବଳଦେବ ସ୍ବାମୀଙ୍କ ଜନ୍ମୋତ୍ସବ ପାଳିତ

Share

ବୁଗୁଡ଼ାରେ ଶ୍ରୀବଳଦେବ ସ୍ବାମୀଙ୍କ ଜନ୍ମୋତ୍ସବ ପାଳିତ
ବୁଗୁଡ଼ା : ତା ୩୧/୦୮/୨୩ : ସ୍ଥାନୀୟ ବଳଦେବ
ମନ୍ଦିରରେ ଶ୍ରାବଣ ପୂର୍ଣ୍ଣିମା ଅବସରରେ ବଡ ଠାକୁର
ଶ୍ରୀବଳଦେବଙ୍କ ଜନ୍ମୋତ୍ସବ ସ୍ବତନ୍ତ୍ର ବିଧିରେ ଅନୁଷ୍ଠିତ
ହୋଇଯାଇଛି । ପ୍ରାତଃ କାଳରେ ଠାକୁରଙ୍କ ଅବକାଶ,
ମଙ୍ଗଳ ଆଳତୀ, ବାଳଭୋଗ ଆଦି କାର୍ଯ୍ୟ
କରାଯାଇଥିବା ବେଳେ ପୂର୍ବାହ୍ନରେ ଶ୍ରୀବଳଦେବଙ୍କ
ଜନ୍ମବିଧ ପାଳନ, ରୋଷ ହୋମ, ପଞ୍ଚାମୃତ, ପୂଜାର୍ଚ୍ଚନା
ପ୍ରଭୃତି କାର୍ଯ୍ୟ ଯଥା ରୀତିନୀତିରେ ସମ୍ପନ୍ନ ହୋଇଥିଲା ।
ଏଥୁ ଅନ୍ତେ ମନ୍ଦିର ପ୍ରାଙ୍ଗଣରେ ଦୁରାଚାରୀ ପ୍ରଳମ୍ବା
ଅସୁରର ବାଲୁକା ପ୍ରତିମୂର୍ତ୍ତି ପ୍ରସ୍ତୁତ କରାଯାଇ ବଧ ପର୍ବ
ପାଳନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପଦ୍ମନାଭ ଦାଶ ଓ ରାମାନୁଜ ମହାପାତ୍ର ପୁରୋହିତ କାର୍ଯ୍ୟ ସମ୍ପାଦନ କରିଥିଲା ବେଳେ କର୍ତ୍ତା ଭାବେ ଟୁକୁନା ପାଣି ଦାୟିତ୍ୱ ନିର୍ବାହ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଶରତ ଚନ୍ଦ୍ର ମହାରଣା, ଦିନବନ୍ଧୁ
ପାଣି, ଅଶୋକ ପାଣି, ଦିନବନ୍ଧୁ ପାଣି, ବିନୋଦ କୁମାର ପାଣିଙ୍କ ସମେତ ଅର୍ଚ୍ଚକ ଯୁବକ ସଂଘର ସଦସ୍ୟମାନେ ସହଯୋଗ କରିଥିଲେ । ବହୁ ଭକ୍ତ ଠାକୁର ଦର୍ଶନ ନିମନ୍ତେ ମନ୍ଦିରରେ ସମ୍ମିଳିତ ହୋଇଥିଲେ ।