ଦୁର୍ଗମ ନୁଆଗଡ଼ ବ୍ଲକ ରେ ବାଜିଲା ଶଙ୍ଖନାଦ, ବିଜେଡ଼ି ର ମିଶ୍ରଣ ପର୍ବରେ ଯୋଗଦେଲେ ଶତାଧିକ କର୍ମୀ ——
ଦୁର୍ଗମ ନୁଆଗଡ଼ ବ୍ଲକ ରେ ବାଜିଲା ଶଙ୍ଖନାଦ, ବିଜେଡ଼ି ର ମିଶ୍ରଣ ପର୍ବରେ ଯୋଗଦେଲେ ଶତାଧିକ କର୍ମୀ ——
( ମୁକେଶ ପ୍ରଧାନ ,ରା,ଉଦୟଗିରି)
ଗତକାଲି ଗଜପତି ଜିଲ୍ଲା ନୁଆଗଡ଼ ବ୍ଲକ୍ ର ଦୁର୍ଗମ ଇଲାକା ଭାବେ ପରିଚିତ ଅନୁଗୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଅନୁପୁର ଗ୍ରାମରେ ସୁନ୍ଦରଡ଼।ଙ୍ଗ ସରପଞ୍ଚ ତଥା ବରିଷ୍ଠ ନେତା ପ୍ରେମ୍ ମାଝୀ, ଓ ବ୍ଲକ୍ ସଭାପତି ଯହନ ମାଝୀ ଙ୍କ ନେତ୍ରୁତ୍ୱରେ ଗ୍ରାମର ୫୦ଗୋଟି ପରିବାରର ଜନସଂଖ୍ୟା ୨୫୦ ଜଣ ଗ୍ରାମବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଛ ଶାସନ ରେ ଅନୁପ୍ରାଣୀତ ହୋଇ ଙ୍କଗ୍ରେସ ଦଳ ଛାଡି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।ଉକ୍ତ ମିଶ୍ରଣ ପର୍ବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେଡ଼ି ସଭାପତି ଜଗବନ୍ଧୁ ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓ, ଜିଲ୍ଲା ବିଜେଡ଼ି ଉପସଭାପତି ତଥା ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ସଭ୍ୟ ଜେମ୍ସ୍ ରାଇକା, ସବିତା ଗମାଙ୍ଗ,
ଏମ ପି ପ୍ରତିନିଧି ରିଙ୍କୁ ପାଣି, ସ୍ଥାନୀୟ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ଟାଣ୍ଡ୍ରାଙ୍ଗ୍ ଗ୍ରାମର ଯୁବନେତା ପବିତ୍ର ପ୍ରଧାନ, ତଥା ବହୁ ବରିଷ୍ଠ କନିଷ୍ଠ ବହୁ ବିଜୁ ପରିବାରର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।ଗ୍ରାମବାସୀ ଙ୍କ ମତ ଅନୁସାରେ ସେମାନେ ଆଜକୁ ଦୀର୍ଘ ବର୍ଷ ହେଲା ଙ୍କଗ୍ରେସ ଗଡ଼ ଭାବେ ପରିଚିତ ଏହି ଗ୍ରାମଟି ରହିଥିଲା।କିନ୍ତୁ ପରିତାପର ବିଷୟ ଆମ ନିର୍ବାଚନ ମଣ୍ଡଳୀ ରେ ଙ୍କଗ୍ରେସ ବିଧାୟକ ଥାଇ ମଧ୍ୟ ଗ୍ରାମରେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ହୋଇନାହିଁ ।ଯାହାକି ଏଇ ଗ୍ରାମ ପାଇଁ ଦୁର୍ଭାଗ୍ୟଜନକ,କିନ୍ତୁ ମାନ୍ୟବର ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁର ଦ୍ରୃଷ୍ଟିରୁ ଗ୍ରାମ ପାଖ ଦେଇ ରାସ୍ତା ନିର୍ମାଣ, ଟାୱାର ନିର୍ମାଣ,5t ସ୍କୁଲ ନିର୍ମାଣ, ଏହି ସବୁ ଜନହିତକାରୀ ଯୋଜନା ର ଆଭିମୁଖ୍ୟ ନେଇ ସେହି ଗ୍ରାମବାସୀ ନିଜ ମତ ଅନୁସାରେ ବିଜୁଜନତା ଦଳରେ ସାମିଲ ହୋଇଛନ୍ତି ।ତତ୍ ସହିତ ଆଗାମୀ ଦିନରେ ତଳ ସ୍ତରରୁ ଦଳକୁ ସକ୍ରିୟ କରାଇ ଦଳସହ ଏକ ମନ ଏକ ପ୍ରାଣ ହୋଇ କାମ କରିବାକୁ ଉକ୍ତ ଗ୍ରାମର ଚାଳକ, ସମ୍ପାଦକ, ମହିଳା ଚାଳକ ତଥା ଗ୍ରାମର କର୍ମ କତ୍ତା ସମସ୍ତ ବୁଦ୍ଧିଜୀବୀ ମାନେ ସଙ୍କଳ୍ପ ନେଇଛନ୍ତି ।