ସାମ୍ବାଦିକଙ୍କ ପକ୍ଷରୁ ବି ଡି ଓ ଙ୍କୁ ସମ୍ବର୍ଦ୍ଧନା ଓ କୃତଜ୍ଞତା ଜ୍ଞାପନ

ତା… କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକରେ କାର୍ଯ୍ୟରତ ସାମ୍ବାଦିକଙ୍କ ପକ୍ଷରୁ ଵି ଡି ଓ କପିଳେଶ୍ୱର ତାଣ୍ଡିଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l ଆଜି ଦିନ ୧ ଘଣ୍ଟା ସମୟରେ ବି ଡି ଓ ଙ୍କ କକ୍ଷରେ କୁନ୍ଦୁରା ବ୍ଲକରେ କାର୍ଯ୍ୟରତ ସାମ୍ବାଦିକ ମାନେ ଉପସ୍ଥିତ ରହି ଉପଢୌକନ ଉପହାର ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ l ବି ଡି ଓ ଶ୍ରୀ ତାଣ୍ଡି ଗତ ୨୭ ଅକ୍ଟୋବର ୨୦୨୩ ରୁ କୁନ୍ଦୁରା ବ୍ଲକରେ କାର୍ଯ୍ୟରତ ଥିଲେ l କୁନ୍ଦୁରା ବ୍ଲକ ସାମ୍ବାଦିକ ସଂଘର ପ୍ରଥମ ପ୍ରତିଷ୍ଠା ଦିବସରେ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସାମ୍ବାଦିକ ଭବନ ନିର୍ମାଣ ନିମନ୍ତେ ଜାଗା ପ୍ରଦାନ କରିବାକୁ ବି ଡି ଓ ଶ୍ରୀ ତାଣ୍ଡି ଏବଂ ତହସିଲଦାର ବିନୋଦ କୁମାର ନାଏକ ପ୍ରତିଶୃତି ଦେଇଥିଲେ l ଉଭୟ ଅଧକାରୀ ପ୍ରତିଶୃତି ରକ୍ଷା କରି ସଂଘ ନିମନ୍ତେ ଜାଗା ପ୍ରଦାନ କରିଛନ୍ତି l ଏଥିସହ ଭବନ ନିର୍ମାଣ ନିମନ୍ତେ ପ୍ରକଳ୍ପ ପ୍ରଦାନ କରିବାକୁ ବି ଡି ଓ ପ୍ରତିଶୃତି ଦେଇଛନ୍ତି l ବି ଡି ଓ ଙ୍କ ଏହି ଅବଦାନ ସଂଘ ପାଇଁ ସ୍ମରଣୀୟ ହୋଇ ରହିବ l ତାଙ୍କ କାର୍ଯ୍ୟକାଳ ସମୟରେ କୁନ୍ଦୁରା ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ ହୋଇଥିବା ବେଳେ କୁନ୍ଦୁରା ମାଟି ପ୍ରତି ଅହେତୁକ ଦୁର୍ବଳତା ଥିବା ପରିପ୍ରକାଶ କରିଥିଲେ l ବ୍ଲକର ସାମୂହିକ ବିକାଶ ଦିଗରେ ସାମ୍ବାଦିକଙ୍କ ବହୁ ବଡ଼ ଭୂମିକା ଥିଲା l ତାହା ଆଗାମୀ ଦିନରେ ବଜାୟ ରଖି ବ୍ଲକ ପ୍ରଶାସନ କୁ ସହଯୋଗ କରିବାକୁ କାମନା କରିଥିଲେ l ଆଜିର ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସଂଘର ଆଇନ୍ ପରାମର୍ଶଦାତା କାହ୍ନୁ ଚରଣ ନାୟକ,ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ପଟ୍ଟନାୟକ, ସାମ୍ବାଦିକ ଏନ ସନ୍ତୋଷ କୁମାର, ରାମଚନ୍ଦ୍ର ନାୟକ, ଇନ୍ଦ୍ର ପାଙ୍ଗି, ବାବୁଲା ହରିଜନ, ନିରଞ୍ଜନ ପାଣି,ସୁରେନ୍ଦ୍ର ସଗରିଆ, ପ୍ରମୁଖ ଉପସ୍ଥିତ ରହି କୃତଜ୍ଞତା ଜଣାଇଛନ୍ତି l
କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ ନ୍ୟୁଜ୍ ଉପାନ୍ତ l
